ବର୍ତ୍ତମାନ ଗରମରୁ ମୁକ୍ତି ଦେବ ଏହି ଏୟାର କଣ୍ଡିସନ ପୋଷାକ,ଜାଣନ୍ତୁ ଏହି ପୋଷାକ ବିଷୟରେ …

ଆପଣ ନିଜ ଘରେ ଏସି ଲଗାଇପାରିବେ। ଗାଡ଼ିରେ ମଧ୍ୟ ଏସି ଲାଗାଇପାରିବେ। କିନ୍ତୁ ଅନେକ ଥର ଆପଣଙ୍କୁ କାମ କରିବା ପାଇଁ ଏମିତି ସ୍ଥାନକୁ ଯିବାକୁ ପଡ଼େ ଯେଉଁଠି ଏସି ନଥାଏ କିମ୍ବା ଏସି ଲଗାଇ ହେବ ନାହିଁ। ଆପଣ ଯେତେବେଳେ କୁଆଡେ ଚାଲି ଚାଲି ବୁଲିବାକୁ ଯାଆନ୍ତି ଆପଣଙ୍କୁ ଏହି ଖରାର ସାମ୍ନା କରିବାକୁ ପଡ଼ିଥାଏ।

କଣ ଆପଣଙ୍କ ମନରେ କେବେ ଚିନ୍ତା ଆସିଛିକି କେମିତି ହେବ ଯଦି ଆପଣଙ୍କ କପଡା ଭିତରେ ଏସି ଲଗାଇଦିଆଯାଏ। ଆପଣ ଗରମରେ ଯେଉଁଠି ପାରିବେ ସେଠିକି ଯାଇପାରିବେ। ଯେତେ ଇଚ୍ଛା ସେତେ ଗରମରେ ବୁଲିପାରିବେ, ଗରମରେ ଆଦୌ ଅସହାୟ ହେବେ ନାହିଁ।

ଏହି ଚିନ୍ତା ନୂଆ ନୁହେଁ। ଗତ କିଛି ଦଶକରେ ବୈଜ୍ଞାନିକଙ୍କ ଦ୍ବାରା ଏହା ଉପରେ ବହୁତ କାମ କରାଯାଇଛି। ବୈଜ୍ଞାନିକ ଚେଷ୍ଟା କରିଛନ୍ତିକି ସେମାନେ ଏମିତି ଏକ କପଡାର ନିର୍ମାଣ କରିବେ ଯାହା ଆପଣଙ୍କ ଶରୀରକୁ ଥଣ୍ଡା ଦେବ। ବୈଜ୍ଞାନିକ ଯାହା ଚିନ୍ତା କରିଛନ୍ତି, ତାହା ବର୍ତ୍ତମାନ ବାସ୍ତବରେ ହେବାକୁ ଯାଉଛି। ଜାପାନରେ ଏହାର ସଫଳତା ପୂର୍ବକ ବ୍ଯବହାର କରାଯାଉଛି। ଚୀନରେ ମଧ୍ୟ ଏହି କପଡା ଲୋକପ୍ରିୟ ହେଉଅଛି।

ଏହି କପଡା ସାର୍ଟ, ଜ୍ୟାକେଟ, ବେନୀୟନ ଆଦି ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଅଛି। ଏହି କପଡା ମଧ୍ୟ ଆମାଜନ, ଅଲିବାବା ପରି ଇ-ମାର୍କେଟିଂ ସାଇଟରେ କିଣିପାରିବେ। ବହୁତ କମ ଲୋକଙ୍କୁ ଏହାର ସୂଚନା ଅଛି। ଏହି କପଡା ସାଧାରଣ କପଡା ହିସାବରେ ସାମାନ୍ୟ ମହଙ୍ଗା ମଧ୍ୟ ହୋଇପାରେ।

ଏଠାରେ ହୁଏ ଏହି କପଡାର ଅଧିକ ବ୍ୟବହାର:-

ଏହି କପଡାର ଅଧିକାଂଶ ବ୍ଯବହାର ଏହି ସ୍ଥାନ ଉପରେ ୱାର୍କର୍ସଙ୍କ ଦ୍ଵାରା ଅଧିକ ବ୍ଯବହାର କରାଯାଏ ଯେଉଁଠି ସୁଡ଼ଙ୍ଗ କିମ୍ବା ଟନଲ ଆଦି ଥାଏ।ସେଠାରେ ଏସି ସିଷ୍ଟମ ଆଦୌ ବ୍ୟବହାର କରିହେବ ନାହିଁ।

odia sambada
Comments (0)
Add Comment