କେତୋଟି ଦେଶରେ ବ୍ୟାପିଲାଣି ମଙ୍କିପକ୍ସ ? ହୋଇପାରେ କୋରୋନା ପରି ଭୟଙ୍କର !

ବିଶ୍ୱରେ ଦୀର୍ଘଦିନ ଧରି କୋରୋନା ସଂକ୍ରମଣ ହୋଇଥିବା ବେଳେ ଏବେ ବିଭିନ୍ନ ଦେଶରେ ଚିନ୍ତା ବଢ଼ାଇବାରେ ଲାଗିଛି ମଙ୍କିପକ୍ସ। ସଂକ୍ରମଣ ବଢ଼ିବା ପରେ ଏହାର ମୁକାବିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ଅଧିକ ଦେଖାଯାଏ ।ବିଶ୍ୱରେ ଦୀର୍ଘଦିନ ଧରି କୋରୋନା ସଂକ୍ରମଣ ହୋଇଥିବା ବେଳେ ଏବେ ବିଭିନ୍ନ ଦେଶରେ ଚିନ୍ତା ବଢ଼ାଇବାରେ ଲାଗିଛି ମଙ୍କିପକ୍ସ । ସଂକ୍ରମଣ ବଢ଼ିବା ପରେ ଏହାର ମୁକାବିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମଙ୍କିପକ୍ସ ହେଉଛି ଏକ ଭାଇରସ ସଂକ୍ରମଣ ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ଅଧିକ ଦେଖାଯାଏ । ଫଳରେ ସଂକ୍ରମଣ ବଢ଼ୁଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।

ଏପରିକି ଜଣେ ୟୁରୋପୀୟ ସ୍ୱାସ୍ଥ୍ୟାଧିକାରୀ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ମାସରେ ମଙ୍କିପକ୍ସ ଭାଇରସ ସଂକ୍ରମଣ ବଢ଼ିପାରେ । ଅନ୍ୟପଟେ ଗ୍ରୀଷ୍ମ ଋତୁରେ ପର୍ବପର୍ବାଣି ଥିବାରୁ ଜନଗହଳି ପାଇଁ ସଂକ୍ରମଣ ବଢିପାରେ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ମହାମାରୀ କୁ ନେଇ ଚେତାବନୀ ଜାରୀ କରିଛି । ସେଥିପାଇଁ ଗତ ମେ ୨୦ ତାରିଖରେ ଏକ ଜରୁରୀକାଳୀନ ବୈଠକ ଡକାଇଥିଲା । WHO ବୈଠକ ଡକାଇବାର ଉଦ୍ଦେଶ୍ୟ ହେଉଛି ଏହି ରୋଗର ସଂକ୍ରମଣ କ୍ଷମତା ବିଷୟରେ ଚର୍ଚ୍ଚା କରିବା । ଯାହା ବିଶ୍ୱ ପାଇଁ ଚିନ୍ତାଜନକ ହୋଇଥିବାରୁ WHO ଗୁରୁତ୍ୱାରୋପ କରିଛି ।

ମେ ୨୧ ସୁଦ୍ଧା ଲାବୋରେଟୋରୀ ଦ୍ୱାରା ୯୨ଟି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛି ।ମଙ୍କିପକ୍ସ ଏକ ବିରଳ ରୋଗ ଏବଂ ନିକଟରେ ୟୁରୋପୀୟ ଦେଶମାନଙ୍କରେ ଏକାଧିକ ମାମଲା ଚିହ୍ନଟ ହେବା ପରେ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି ।ମହାମାରୀ ବ୍ୟାପିଥିବା ଦେଶ ଗୁଡ଼ିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା,ଇଂଲଣ୍ଡ, କାନାଡା, ଅଷ୍ଟ୍ରେଲିଆ,ଇସ୍ରାଏଲ,ସ୍ପେନ୍,ପର୍ତ୍ତୁଗାଲ୍,ସ୍ୱିଡେନ,ଜର୍ମାନୀ, ଇଟାଲୀ, ସ୍ୱିଜରଲାଣ୍ଡ।ମଙ୍କିପକ୍ସ ରୋଗରେ ସାଧାରଣତଃ ଜ୍ୱର, ମାଂସପେଶୀ ରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।

ଏହାସହ ଚିକେନପକ୍ସ ପରି ଦାଗ ହାତ ଏବଂ ମୁହଁରେ ଦେଖାଯାଇଥାଏ। ମଙ୍କିପକ୍ସର ସେମିତି କିଛି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଏହାର ଲକ୍ଷଣ ୨ରୁ ୪ ସପ୍ତାହ ମଧ୍ୟରେ ଚାଲିଯାଇଥାଏ । ମଙ୍କିପକ୍ସ ଲକ୍ଷଣ ଥିବା ନେଇ ସନ୍ଦେହ ହେଲେ ଲୋକମାନେ ଅଲଗା ହୋଇ ରହିବା ସହ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି।ତିନି ବର୍ଷ ପୂର୍ବେ ମଙ୍କିପକ୍ସ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ।

odia sambada
Comments (0)
Add Comment