ଦଶମ ପାସ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର,ପ୍ରାର୍ଥୀମାନେ ରେଲୱେରେ ଚାକିରି ପାଇପାରିବେ

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଅଛି । ଏଥିପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅଧୀନରେ ବିଭିନ୍ନ ଟ୍ରେଡ୍ସର ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି ।

*ଖାଲିଥିବା ପଦବୀ:-

ପଦବୀ ଗୁଡିକର ମୋଟ ସଂଖ୍ୟା -୨୦୭୭
୧୦୩୩ ରାୟପୁର ଡିଭିଜନ ପାଇଁ ଏବଂ ୧୦୪୪ ନାଗପୁର ଡିଭିଜନ ପାଇଁ ରହିଛି ।

*ଆବେଦନ ତାରିଖ:-

ନାଗପୁର ଡିଭିଜନ ପାଇଁ ଶେଷ ତାରିଖ- ୩ ଜୁନ୍ ୨୦୨୨
ରାୟପୁର ଡିଭିଜନ୍ ପାଇଁ ଶେଷ ତାରିଖ – ୨୪ ମଇ ୨୦୨୨

*ଶିକ୍ଷାଗତ ଯୋଗ୍ୟତା:-

ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ସମାନ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବେ ।

*ବୟସ ସୀମା

ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ ।ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ secr.indianrailways.gov.in ଭିଜିଟ କରି ଆବେଦନ କରିପାରିବେ ।

odia sambada
Comments (0)
Add Comment