ନିରୀହ ଝିଅର ଜୀବନକୁ ଯଶୋଦା ମାଆ ହୋଇ ଆସିଲେ ଜଣେ ଶିକ୍ଷୟିତ୍ରୀ, ବର୍ତ୍ତମାନ ଝିଅ ବିଦା ସମୟରେ ଘଟିଲା ଅଜବ କଥା

ପିଲାଟିର ଜୀବନରେ ଜଣେ ମହିଳା ଯଶୋଦା ମାଆ ହୋଇ ଆସିଲେ ଓ ଏହାପରେ ବାଲ୍ୟାବସ୍ଥାରୁ ନେଇ ଯୌବନାବସ୍ଥା ପର୍ଯ୍ୟନ୍ତ ସେ ଝିଅର ଖୟାଲ ରଖିଲେ। ଯେତେବେଳେ ବିବାହ ସମୟ ଆସିଲା ସେ ଏକ ଭଲ ବର ଖୋଜି ତାଙ୍କର ବିବାହ କଲେ। କିନ୍ତୁ ଯେତେବେଳେ ଝିଅ ବିଦା ସମୟ ଆସିଲା ସେତେବେଳେ ଯଶୋଦା ମାଆ ବହୁତ ଭାବପ୍ରବଣ ହୋଇଗଲେ। ଆସନ୍ତୁ କଣ ହେଲା ଜାଣିବା।

ମଧ୍ୟ ପ୍ରଦେଶର ହରଦା ଜିଲ୍ଲାରେ ଗୁରୁବାର ଦିନ ହୋଇଥିବା ଏକ ବିବାହର ଚର୍ଚ୍ଚା ହେଉଛି। ଏହି ବିବାହ ଏକ ଆଦିବାସୀ ଝିଅର ଥିଲା। ବ୍ରାହ୍ମଣ ସମାଜର ରିଟାୟାର୍ଡ଼ ଶିକ୍ଷୟିତ୍ରୀ ନିଜର ଏହି ଝିଅକୁ ବୈଦିକ ରୀତିନୀତି ଅନୁସାରେ ବିବାହ କରାଇଲେ। ଏହି ମହିଳା ଜଣକ ପିଲାବେଳରୁ ଝିଅଟିକୁ ପାଳି ଆସୁଥିଲେ।

ଝିଅଟିର ଅସଲ ମାତା-ପିତା କ୍ଷେତରେ କାମ କରନ୍ତି ଓ ମହିଳା ଜଣକ ଏହି ଝିଅଟିକୁ ଏମ.କମ ପଢ଼ାଇବା ସହିତ ଭଲ ବର ଖୋଜି ବିବାହ କରାଇଥିଲେ। ଏହି ବିବାହରେ କୃଷି ମନ୍ତ୍ରୀ କମଳ ପଟେଲ ମଧ୍ୟ ସାମିଲ ଥିଲେ।

ଏହି ବିବାହ ଉପରିତ ପରିବାର କରାଇଥିଲେ। ରିଟାୟାର୍ଡ଼ ଶିକ୍ଷୟିତ୍ରୀ କିରଣ ଉପରିତ ଓ ତାଙ୍କ ପତିଙ୍କ କିଛି ସନ୍ତାନ ନାହାଁନ୍ତି। ଉପରିତ ପରିବାରର କ୍ଷେତରେ ଖଣ୍ଡବା ଜିଲ୍ଲାର ଦାମଜୀପୁରାରେ ରହୁଥିବା ସିଦ୍ଧୁ ସଲାମେ କାମ କରନ୍ତି। ସିଦ୍ଧୁଙ୍କ ଦୁଇଟି ଝିଅ ବାଲି ଓ ଶିବକାନ୍ତି ଅଟନ୍ତି। ଶିବକାନ୍ତି ବାଲି ଠାରୁ ବହୁତ ଛୋଟ ଅଟନ୍ତି। ଏହି ଦୁହିଁଙ୍କୁ କିରଣ 15 ବର୍ଷ ପୂର୍ବରୁ ନିଜ ପାଖରେ ରଖିଥିଲେ।

କିରଣ ଓ ତାଙ୍କ ପତି ଦୁହିଁଙ୍କୁ ପଢ଼ାଇଥିଲେ ଓ ସେହିସବୁ ଇଛା ଗୁଡ଼ିକୁ ମଧ୍ୟ ପୂରଣ କରିଥିଲେ ଯାହାକି ଏକ ମାଆ ନିଜର ଛୁଆ ପାଇଁ କରିଥାଏ। ଯେତେବେଳେ ବାଲି ଏମକମ ଓ କମ୍ପ୍ୟୁଟର ଡିପ୍ଲୋମା କରିଥିଲେ ଏହାପରେ ତାଙ୍କ ପାଇଁ ବିବାହ ଯୋଗ୍ୟ ଏକ ବର ଖୋଜା ଯାଇଥିଲା। ସେପଟେ ତାଙ୍କ ଅନ୍ୟ ଭଉଣୀ ଶିବକାନ୍ତି ମଧ୍ୟ ଦ୍ଵାଦଶ ପାସ କରିସାରିଛନ୍ତି। ଦୁଇ ଝିଅ କହିଛନ୍ତି କିରଣ ଉପରିତ ଯଶୋଦା ମାଆଙ୍କ ପରି ଅଟନ୍ତି।

ବିଦାୟୀ ସମୟରେ ଭାବୁକ ହୋଇପଡିଲେ ମାଆ ଯଶୋଦା:-

ଝିଅର ବିବାହ ସମୟରେ ମାଆ କିରଣ ଉପରିତ କହିଥିଲେ କି, ଆଜି ତାଙ୍କ ପରିବାର ପାଇଁ ସବୁଠାରୁ ବଡ଼ ଦିନ ଅଟେ। ଝିଅର ବିଦାୟୀ କରୁଛି। ଆମେ ଭଗବାନଙ୍କ ପାଖରେ ଆଭାରୀ ଅଛୁ ଯେ, ଆମେ ନିଜ ହାତରେ କନ୍ୟା ଦାନ କରୁଛୁ। ଏହି ସମୟରେ କିରଣ ଭାବନାରେ ପଡ଼ିଗଲେ ଓ ତାଙ୍କ ଆଖିରେ ଲୁହ ଝରି ଆସିଲା। ସେ କହିଥିଲେ, ଏବେ ଝିଅ ଚାଲିଯିବ ଓ ଘର ଖାଲି ଖାଲି ଲାଗିବ, ଏତିକି କହି ସେ କାନ୍ଦି ପକାଇଲେ।

odia sambada
Comments (0)
Add Comment