ମାଆଙ୍କ ସହିତ ଆତ୍ମହତ୍ୟା କଲେ ଦୁଇଜଣ ଯବାନ ଝିଅ, କାନ୍ଥରେ ଲେଖିଲେ- ରୁମ ଭିତରେ ପଶିଲା ପରେ ଲାଇଟର ଜଳାନ୍ତୁ ନାହିଁ

ଦିଲ୍ଲୀ ପାଖ ବସନ୍ତ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମାଆ ଓ ତାଙ୍କର ଦୁଇଜଣ ଯବାନ ଝିଅ ଏକାସହ ଆତ୍ମହତ୍ୟା କରିଦେଇଛନ୍ତି। ଏହି ପରିବାରରେ ମାତ୍ର 3 ଜଣ ଲୋକ ଥିଲେ। ଶନିବାର ରାତିରେ ମାଆ ଓ ଦୁଇଟି ଝିଅ ଫ୍ଲାଟକୁ ଚାରିଆଡୁ ବନ୍ଦ କରିଦେଲେ ଓ ଏକ ରସାୟନିକ ପଦାର୍ଥ ଦ୍ୱାରା ରୁମ କୁ ବନ୍ଦ କରିଦେଲେ। ଆରମ୍ଭରୁ ତିନିଜଣଙ୍କ ମୃତ୍ୟୁ ଶ୍ଵାସରୁଦ୍ଧ ଦ୍ୱାରା ହୋଇଥିବାର ଜଣାପଡିଛି। ଏକବର୍ଷ ପୂର୍ବରୁ ପରିବାରର ମୁଖିଆଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ପୁରା ପରିବାର ଡିପ୍ରେସନକୁ ଚାଲିଯାଇଥିଲା।

କୁହାଯାଉଛି ଫ୍ଲାଟରେ ସିନିୟର ସିଟିଜେନ ମହିଳା ଆଞ୍ଜୁ ନିଜର ଦୁଇ ଝିଅ ଆଂଶିକା ଓ ଅଙ୍କୁ ସହିତ ରହୁଥିଲେ। ଦୁଇ ଝିଅଙ୍କ ବୟସ 30 ବର୍ଷ ହେବ ବୋଲି ଜଣାପଡ଼ିଛି। ଅସୁସ୍ଥ ହେବା କାରଣରୁ ମହିଳା ବିଛଣାରୁ ଉଠିପାରନ୍ତି ନାହିଁ। ସେହିପରି ମହିଳାଙ୍କ ପତିଙ୍କର ମୃତ୍ୟୁ କରୋନାରେ ହୋଇଯାଇଥିଲା। ଯାହାଦ୍ୱାରା ପରିବାର ଧିରେଧିରେ ଡିପ୍ରେସନକୁ ଚାଲିଗଲେ ଓ ଅବସ୍ଥା ବହୁତ ଖରାପ ହୋଇଗଲା।

ନିଗମ ପାର୍ଷଦ ଓ ପଡ଼ୋଶୀ ମନୀଷ ଅଗ୍ରୱାଲ ବତାଇଛନ୍ତି କି, ବସନ୍ତ ଆପାର୍ଟମେଣ୍ଟରେ ଗ୍ରାଉଣ୍ଡ ଫ୍ଲୋର ଠାରେ ମୃତ ପରିବାର ଲୋକଙ୍କ ନାମରେ ଦୁଇଟି ଫ୍ଲାଟ ଥିଲା। ଫ୍ଲାଟ ନମ୍ବର 207 ରେ ପରିବାରର ତିନି ସଦସ୍ୟ ଏକାସହ ରୁହନ୍ତି। ଯେବେକି ଦ୍ଵିତୀୟ ଫ୍ଲାଟକୁ ଭଡ଼ାରେ ଦିଆଯାଇଥିଲା। ଏହା କିଛିମାସ ପୂର୍ବରୁ ଖାଲି ମଧ୍ୟ ହୋଇଥିଲା। ମୃତକ ପରିବାରର ମୁଖିଆ ଚାଟାର୍ଡ଼ ଆକାଉଣ୍ଟଟ ଥିଲେ। ତାଙ୍କର ମରିବା ପରେ ପରିବାର ଅବସ୍ଥା ବଦଳିଥିଲା।

ଫ୍ଲାଟରେ ପୂର୍ବରୁ କାମ କରୁଥିବା ଜଣେ ମହିଳା ବତାଇଲେ କି, ପଇସା ଅଭାବ କାରଣରୁ ବୃଦ୍ଧା ଅଞ୍ଜୁ ବହୁତ ସମସ୍ୟାରେ ଥିଲେ। ରାଶନ ଟଙ୍କା ମାଗିବାପାଇଁ ଚାକରାଣୀ ସେହିଦିନ ବହୁତଥର ତାଙ୍କ ଘରକୁ ଯାଇଥିଲେ କିନ୍ତୁ ବନ୍ଦ ଥିବା କାରଣରୁ ସେ ଆଖପାଖ ଲୋକଙ୍କୁ ଏହାର ଖବର ଦେଇଥିଲେ ଓ ଲୋକମାନେ ଆସି ଯେତେବେଳେ ଦେଖନ୍ତି ତ ସେତେବେଳେ ତାଙ୍କୁ ଏକ ବିଷାକ୍ତ ସ୍ମେଲ ଆସିଥିଲା ଓ ତୁରନ୍ତ ସେମାନେ ପୋଲିସକୁ ଏହାର ସୂଚନା ଦେଇଥିଲେ।

ଡ଼ିସିପି ସଉଠୱେଷ୍ଟ ବତାଇଥିଲେ କି, ଶନିବାର ରାତ୍ରି ପ୍ରାୟ 8:55 ସମୟରେ ପୋଲିସକୁ ସୂଚନା ମିଳିଲା କି, ବସନ୍ତ ବିହାର ସ୍ଥିତ ବସନ୍ତ ଆପାର୍ଟମେଣ୍ଟର 207 ଫ୍ଲାଟ ନମ୍ୱର ବନ୍ଦ ପଡ଼ିଛି। ଶବ୍ଦ ଦେବାପରେ ମଧ୍ୟ କେହି ଡୋର ଖୋଲୁନଥିଲେ, ଏହାପରେ ଏସଏଚଓ ବସନ୍ତ ବିହାର ନିଜର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଲେ ଫ୍ଲାଟର ପ୍ରତ୍ୟେକ କବାଟ ଚାରିଆଡ଼ୁ ବନ୍ଦ ପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଫ୍ଲାଟର କବାଟ କୁ ଭଙ୍ଗାଗଲା ଓ ଦେଖାଗଲା ରୁମ ଭିତରେ ଧୂଆଁ ଭରି ରହିଛି। ରୁମ ଭିତରେ ମାଆ ଓ ଦୁଇ ଝିଅଙ୍କ ଶବ ପଡ଼ିଥିଲା।

ମୃତକ ପରିବାର ମରିବା ପୂର୍ବରୁ କାନ୍ଥରେ ଏକ ନୋଟ ଲଗାଇ ଦେଇଥିଲେ। ଏଥିରେ ସେ ଲେଖିଥିଲେ ରୁମ ଭିତରେ ପହଞ୍ଚିବା ପରେ କୌଣସି ପ୍ରକାରର ଲାଇଟର କିମ୍ବା ନିଆଁ ଜଳାନ୍ତୁ ନାହିଁ। ଏହାର ଅର୍ଥ ପରିବାର ନିଜେ ତ ଜୀବନ ଦେଉଥିଲା କିନ୍ତୁ ତାଙ୍କୁ ଚିନ୍ତା ଥିଲା କି, ତାଙ୍କ ପାଇଁ ଅନ୍ୟ କାହାକୁ କ୍ଷତି ପହଞ୍ଚୁ।

odia sambada
Comments (0)
Add Comment