LPG ସିଲିଣ୍ଡର ଉପରେ ମିଳିବ 200 ଟଙ୍କାର ସବ୍ସିଡି, ଉଜ୍ଜ୍ବଳା ଯୋଜନାର 9 କୋଟି ହିତାଧିକାରୀଙ୍କୁ ମିଳିବ ଫାଇଦା

ଲଗାତାର ବଢୁଥିବା ମୁଦ୍ରସ୍ପିତି କାରଣରୁ ସାଧାରଣ ଜନସାଧାରଣଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଦୁଇଟି ବଡ ଘୋଷଣା କରିଛନ୍ତି । ସେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି କମ୍ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡରର 200 ଟଙ୍କା ସବ୍ସିଡି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର 9 କୋଟିରୁ ଅଧିକ ହିତାଧିକାରୀଙ୍କୁ ପ୍ରତି ସିଲିଣ୍ଡର ପିଛା(12 ଟି ସିଲିଣ୍ଡର ପର୍ଯ୍ୟନ୍ତ) 200 ଟଙ୍କାର ସବ୍ସିଡି ଦିଆଯିବ । ସେ କହିଛନ୍ତି ଯେ ଏହା ଦ୍ଵାରା ଆମର ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ ମିଳିବ ।

PM ମୋଦୀ କହିଲେ – ଆମ ପାଇଁ ପ୍ରଥମେ ଲୋକମାନେ :-

ଏହି ଘୋଷଣାକୁ ନେଇ ପିଏମ ନରେନ୍ଦ୍ର ମୋଦୀ ଟୁଇଟ କରି କହିଛନ୍ତି, ” ସବୁବେଳେ ଆମପାଇଁ ଲୋକମାନେ ପ୍ରଥମ ହୋଇଥାନ୍ତି । ଆଜିର ନିଷ୍ପତ୍ତି, ବିଶେଷକରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ସହ ଜଡିତ ବିଭିନ୍ନ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପକାଇବ ଏବଂ ଆମ ନାଗରିକଙ୍କୁ ଆରାମ ମିଳିବ ଏବଂ ଜୀବନଯାପନ ସହଜ ହେବ ।”

ପେଟ୍ରୋଲ 9.5 ଟଙ୍କା ଏବଂ ଡିଜେଲ 7 ଟଙ୍କା ହେବ ଶସ୍ତା :-

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଲୋକଙ୍କୁ ଆରାମ ପ୍ରଦାନ କରି ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ସୀତାରମଣ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି 8 ଟଙ୍କା, ଡିଜେଲରେ ଲିଟର ପିଛା 6 ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ପିଛା 9.5 ଟଙ୍କା ଏବଂ ଡିଜେଲର ମୂଲ୍ୟ ପ୍ରତି ଲିଟର ପିଛା 7 ଟଙ୍କା କମିଯିବ ।

odia sambada
Comments (0)
Add Comment