ଦୁନିଆର ସବୁଠାରୁ ମହଙ୍ଗା କାର, ଯାହାକି ନିଲାମ ଜରିଆରେ ଏତେ ହଜାର କୋଟି ଟଙ୍କାରେ ବିକ୍ରି ହୋଇଛି

ପୁରୁଣା ସମୟର କିଛି ଗାଡ଼ି ଗୁଡ଼ିକର ଦାମ ଆଜିମଧ୍ୟ କୋଟିଏ ଟଙ୍କା ଅଟେ। ଆଜ୍ଞା ହଁ, 67 ବର୍ଷର ପୁରୁଣା ଏକ ମର୍ସିଡିଜ ବେଞ୍ଜ କୋଟି ଟଙ୍କାରେ ବିକ୍ରି ହୋଇଛି। କାନାଡ଼ାର ଅକ୍ସନ କମ୍ପାନୀ ଆରଏମ ସୋଥାବି ଗୁରୁବାର ଦିନ କହିଲେ କି, ପ୍ରଥମ ଦିନରେ 1100 କୋଟି ଟଙ୍କାରେ ନିଲାମ ହେଲା । ଏହି ନିଲାମ ସହିତ ଏହା ଦୁନିଆର2 ସବୁଠାରୁ ମହଙ୍ଗା ନିଲାମ କାର ହୋଇଯାଇଛି।

ପାଖାପାଖି 1100 କୋଟି ଟଙ୍କାରେ ବିକ୍ରି ହୋଇଛି ମର୍ସିଡ଼ିଜର ଏହି ବେଞ୍ଜ କାର:-

ସୋଥାବି ନିଜର ଏକ ବୟାନ ମାଧ୍ୟମରେ କହିଥିଲେ କି, 1955 ମସିହାର ଏକ ମର୍ସିଡ଼ିଜ ବେଞ୍ଜ 300 ଏସଏଲଆର ଉହଲେନହଟ କୁପେ ଏକ କାର କଲେକ୍ଟରକୁ 135,000,000 ୟୁରୋ ରେକର୍ଡ଼ ଦରରେ ବିକ୍ରି କରାଯାଇଛି। ନିଲାମରେ ବିକ୍ରି ହୋଇଥିବା ଏହି କାର ବହୁତ ବଡ଼ ଅଟେ। ଏହି କାର ପୂର୍ବରୁ ସବୁଠାରୁ ମହଙ୍ଗା ଦରରେ ବିକ୍ରି ହୋଇଥିବା କାର ରେକର୍ଡ଼ 95 ମିଲିୟନ ଡ଼ଲାରରୁ ଅଧିକ ଥିଲା। ସେହିପରି ବ୍ୟକ୍ତିଗତ ରୂପରେ ବିକ୍ରି ହୋଇଥିବା ଏହି କାର 70 ମିଲିୟନ ଡ଼ଲାର ଥିଲା।

ଏହି ମାସର 5 ତାରିଖରେ ହୋଇଥିଲା ଗୁପ୍ତ ନିଲାମୀ:-

ବ୍ରିଟିଶ କାର କଲେକ୍ଟର ସାଇମନ କିଡସନ ଏକ ଅଜଣା କଷ୍ଟମରଙ୍କ ତରଫରୁ ଉଇନିଂ ଦାବି ମାରିଥିଲେ। ଯାହାକୁ ଗୁପ୍ତ ଓ ଅସାମାନ୍ୟ ନିଲାମ କୁହାଯାଉଛି। ମେ 5 ତାରିଖରେ ଜର୍ମାନୀର ଷ୍ଟାଟଗାର୍ଡ ମର୍ସିଡ଼ିଜ- ବେଞ୍ଜ ସଂଗ୍ରହାଳୟରେ ଏକ ଗୁପ୍ତ ନିଲାମ କରାଯାଇଥିଲା। ଏହି ମର୍ସିଡ଼ିଜ ବେଞ୍ଜର ଚେୟାରମ୍ୟାନ ଓଲା କୈଲିନିୟସ ଏହାର ପୁଷ୍ଟି କରିଥିଲେ। ଏକ ଏଜେଣ୍ଟ ଷ୍ଟିଫେନ ସୋରିୟଙ୍କ କହିବାନୁଯାୟୀ, ଏହି କାରଟି 100 ପ୍ରତିଶତ ଭ୍ୟାଲୁ ରଖୁଥିଲା। କିଛି ଲୋକ ଆପଣଙ୍କୁ ଏହାମଧ୍ୟ କହିବେ ଯେ ଏହା କମ ଦରରେ ବିକ୍ରି ହୋଇଛି। କିଛିଲୋକ ଭାବିନଥିବେ ଯେ, ମର୍ସିଡ଼ିଜ ଏହାକୁ ବିକ୍ରି କରିଦେବ ଓ ମର୍ସିଡ଼ିଜ କିଣିଥିବା ଲୋକର ନାମ ପୁଷ୍ଟି କରିନାହିଁ।

odia sambada
Comments (0)
Add Comment