ନିଜ ପୁଅ-ବୋହୂଙ୍କ ଗଳା କାଟିଦେଲା ବାପା,ଆଉ କହିଲା – ମୋତେ ବିଲକୁଲ ବି ଦୁଃଖ ନାହିଁ….,ଜାଣନ୍ତୁ ପୁରା ଘଟଣା

ୟୁପିର କାନପୁରରେ ଜଣେ 74 ବର୍ଷ ବୟସର ବୃଦ୍ଧ ନିଜ ପୁଅ ଓ ବୋହୂଙ୍କ ଗଳା କାଟି ହତ୍ୟା କରିଦେଇଛନ୍ତି। ହତ୍ୟାକାରୀ ଏଥିପାଇଁ କୌଣସି ଦୁଃଖ ନାହିଁ। ଆରୋପୀ ଜଣକ ବୁଧବାର ଦିନ ରାତି ପ୍ରାୟ ସାଢ଼େ ବାରଟା ବେଳକୁ ଏହି ଘଟଣା ଘଟାଇଥିଲା। ତାଙ୍କର ପୁଅ ଓ ବୋହୂ ଆଇପିଏଲ ମ୍ୟାଚ ଦେଖି ଶୋଇ ଯାଇଥିଲେ। ଏହାପରେ ପୁଅ ଓ ବୋହୂର ବେକକୁ ବହୁତ ନିଷ୍ଠୁରତାର ସହିତ ସେ କାଟିଦେଇଥିଲା।

ପୋଲିସଙ୍କ କହିବାହେଲା, ଆରୋପୀଙ୍କ ଘରେ ପ୍ରତିଦିନ ବିବାଦ ହେଉଥିଲା। ଆରୋପୀର କହିବା ହେଲା ସେ କହି ପାରିବନାହିଁ ଯେ, ଏହା କରିବାକୁ ସେ ବାଧ୍ୟ ହୋଇଗଲା। ଜଣାଇଦେଉଛୁ କି, ଏକବର୍ଷ ପୂର୍ବରୁ ଆରୋପୀର ପୁଅ ସାମୂହିକ ବିବାହ ସମାରୋହରେ ବିବାହ କରିଥିଲା।

27 ବର୍ଷୀୟ ଶିଭମ ଓ 25 ବର୍ଷୀୟ ଜୁଲି ବିବାହ କରି ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ଆଶୀର୍ବାଦ ନେଇଥିଲେ ଆଜି ସେହି 74 ବର୍ଷୀୟ ବୃଦ୍ଧ ପିତା ଗଳାକାଟି ତାଙ୍କର ହତ୍ୟା କରିଛନ୍ତି। ଦୀପ ତିୱାରୀ ପୁଅ ଓ ବୋହୂ ହତ୍ୟାପରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା କିନ୍ତୁ ପରେ ନିଜର ଦୋଷ ମାନିଥିଲା। ଆରୋପୀର କହିବାହେଲା ଯେତେବେଳେ ସେମାନେ ଶୋଇଥିଲେ ସେତେବେଳେ ଦୁଇଟି ଛୁରୀରେ ତାଙ୍କର ବେକ କାଟି ହତ୍ୟା କରାଯାଇଥିଲା।

ଦୀପ ତିୱାରୀ ନିଜର ପରିବାର ସହିତ ବଜରିଆରେ ରୁହନ୍ତି । ଶିଭମ ଓ ଜୁଲି ଏକବର୍ଷ ପୂର୍ବରୁ ଲଭ ମ୍ୟାରେଜ କରିଥିଲେ। କିନ୍ତୁ ଏକମାସ ପରେ ଟଙ୍କାକୁ ନେଇ ବିବାଦ ଦେଖାଦେଇଥିଲା ଏହାବ୍ୟତୀତ ପରିବାରରେ କିଛି ଅନ୍ୟ ମାମଲା ମଧ୍ୟ ଥିଲା। ଆରୋପୀ ଜଣକ ଉଭୟଙ୍କ ହତ୍ୟା କରିବାପରେ ହାତ ଧୋଇ ଅନ୍ୟ ଜାଗାରେ ଶୋଇପଡ଼ିଲା।

ସକାଳ ପାଞ୍ଚଟା ବେଳେ ପଡ଼ୋଶୀ ମାନେ ଯେତେବେଳେ ସେମାନଙ୍କ ମୃତ୍ୟୁ ଖବର ପୋଲିସକୁ ଦେଲେ ସେତେବେଳେ ପୋଲିସ ହଇରାଣ ହୋଇଗଲା ଯେ, ନାତ ଘରୁ ଚୋରି ହୋଇଛି, ନାକି ଝଗଡ଼ା ତ ହତ୍ୟା କିଏ କରିଦେଲା ? ଏହାପରେ ପୋଲିସ ବୃଦ୍ଧ ପିତାକୁ ପଚରା ଉଚରା ପରେ ସବୁ ଖୁଲାସା ହୋଇଗଲା। ଡ଼ବଲ ମର୍ଡର ଆଧାରରେ ଆରୋପୀକୁ ଗିରଫ କରାଯାଇଥିଲା। ଆରୋପୀ ଜଣକ ମାନିଥିଲା କି, ଘର ମାମଲା କାରଣରୁ ସେ ହତ୍ୟା କରିଥିଲା। କାନପୁରର ବଜରିଆ ଥାନା କ୍ଷେତ୍ରରେ ଦମ୍ପତିଙ୍କ ହତ୍ୟାକାଣ୍ଡର ପୋଲିସ ଦୁଇଘଣ୍ଟା ଭିତରେ ଖୁଲାସା କରିଦେଲା।

odia sambada
Comments (0)
Add Comment