ରାତିରେ ଅନ୍ତରୀକ୍ଷରୁ ଏମିତି ଦେଖାଯାଏ ପୃଥିବୀ, ଭିଡ଼ିଓ ଦେଖିଲେ ଆପଣ ବିଶ୍ବାସ କରି ପାରିବେନାହିଁ

ରାତିରେ ଆମେ ପୃଥିବୀରୁ ଆକାଶକୁ ଦେଖି ଭାବିଥାଉ ଏ ତାରା, ନକ୍ଷତ୍ର ଓ ଆକାଶଗଙ୍ଗା ଏମିତି ଦିଶୁଛନ୍ତି ତ ଅନ୍ତରୀକ୍ଷରୁ ପୃଥିବୀ କେମିତି ଲାଗିବ? କିନ୍ତୁ ସାଇନ୍ସ ଓ ଟେକନୋଲୋଜିର ଏହି ଦୁନିଆରେ ଆମେ ବିଲକୁଲ ଦେଖିପାରିବା ଯେ, ଅନ୍ତରୀକ୍ଷରୁ ପୃଥିବୀ କେମିତି ଦିଶୁଛି। ଆଜ୍ଞା ହଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଓ ଏହା ଅନ୍ତରୀକ୍ଷରୁ ପୃଥିବୀର ସୁନ୍ଦର ସୁନ୍ଦର ଫୋଟ ଦେଖାଉଛି। ଭିଡ଼ିଓରେ ପୃଥିବୀ ବହୁତ ସୁନ୍ଦର ନଜର ଆସୁଛି।

ଅନ୍ତରୀକ୍ଷରୁ ଏମିତି ଅଦ୍ଭୁତ ଦିଶୁଛି ପୃଥିବୀ:-

ଭାଇରାଲ ଭିଡ଼ିଓରେ ଆପଣ ଦେଖିପାରିବେ କି, ଏକ ବଡ଼ ଗୋଲ ଜିନିଷଟି ବୁଲୁଛି। ଏହା ଉପରେ ଧୂଳି, ମାଟି ଓ ପାଉଁଶ ଭଳି କିଛି ନଜର ଆସୁଛି। ବୁଲୁଥିବା ଏହି ଜିନିଷରେ କିଛି ଚକଚକ କରୁଥିବା ଦେଖାଯାଇଛି। କେତେକ ସ୍ଥାନରେ ଲାଇଟ ତ କେତେକ ସ୍ଥାନରେ ଅନ୍ଧାର ଦେଖାଦେଉଛି। ଭିଡ଼ିଓରେ ଆପଣ ଆଗକୁ ଦେଖିପାରୁଥିବେ କେତେକ ସ୍ଥାନରେ ନୀଳ ରଙ୍ଗର କିଛି ଦେଖାଯାଉଛି। ସେହିପରି ଭିଡ଼ିଓରେ କିଛି ଦୂରରେ ମରୁଭୂମି ସଦୃଶ କିଛି ନଜର ଆସୁଛି। କିଛି ମିଶାଇ ଅନ୍ତରୀକ୍ଷରୁ ପୃଥିବୀର ରଙ୍ଗ ବହୁତ ଅଦ୍ଭୁତ ଦେଖାଯାଉଛି। ଏହାକୁ ପ୍ରଥମଥର ଦେଖି ଆପଣ ନିଜ ଆଖି ଉପରେ ଭରସା କରି ପାରିବେନାହିଁ।

ଦେଖନ୍ତୁ ଭିଡ଼ିଓ:-

ଏବେପର୍ଯ୍ୟନ୍ତ 43 ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି:-

ଅନ୍ତରୀକ୍ଷରୁ ପୃଥିବୀର ଏହି ନଜାରା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏହି ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁଳ ମାତ୍ରାରେ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ୱଣ୍ଡର ଅଫ ସାଇନ୍ସ ନାମକ ଆକାଉଣ୍ଟ ଜରିଆରେ ଟ୍ୱିଟରରେ ଶେୟର କରାଯାଇଛି। ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 43 ଲକ୍ଷ ଲୋକ ଦେଖିସାରିଛନ୍ତି ଓ ଏହାକୁ 51 ହଜାର ଲୋକ ଲାଇକ ମଧ୍ୟ କରିସାରିଛନ୍ତି।

odia sambada
Comments (0)
Add Comment