ବଡ ଖୁଲାସା : ରୁଷ ରାଷ୍ଟ୍ରପତି ପୁତିନଙ୍କ ଝିଅର ବୟଫ୍ରେଣ୍ଡ ଅଟନ୍ତି ଜେଲେନ୍ସକି !

ରିପୋର୍ଟ ଅନୁସାରେ, ଭ୍ଲାଦିମିର ପୁତିନଙ୍କ ଝିଅ କ୍ୟାଟ୍ରିନା ତିଖୋନୋଭାଙ୍କ ପ୍ରେମିକଙ୍କ ନାମ ଜେଲେନ୍ସକି ବୋଲି କୁହାଯାଉଛି। ଯାହାର ନାମ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲନସ୍କିଙ୍କ ଭଳି ଅଟେ। କୁହାଯାଉଛି ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ନିଷ୍ପତ୍ତି ଯୋଗୁଁ ଆଖପାଖର ଲୋକେ ବହୁତ ପ୍ରଭାବିତ ହେଉଛନ୍ତି। ଏହାର ପ୍ରଭାବ ପୁତିନଙ୍କ ଝିଅ ଉପରେ ମଧ୍ୟ ପଡ଼ିଛି, ଯାହାଦ୍ୱାରା କ୍ୟାତ୍ରିନା ନିଜର ବୟଫ୍ରେଣ୍ଡକୁ ଭେଟ ହେବାପାଇଁ ଯାଇ ପାରୁନାହାଁନ୍ତି।

କ୍ୟାତ୍ରିନାଙ୍କ ପାର୍ଟନର କିଏ 😕

କ୍ୟାତ୍ରିନାଙ୍କ ପାର୍ଟନରଙ୍କ ନାମ ଇଗୋର ଜେଲେନ୍ସକି ଅଟେ। ଜେଲେନ୍ସକି ଏକ ପ୍ରଫେସନାଲ ଵୈଲ ଡ୍ୟାନ୍ସର ଓ ଡ଼ାଇରେକ୍ଟର ଅଟନ୍ତି। ସେ ଏବେଏବେ ବବେରିୟନ ଷ୍ଟେଟ ବୈଲ ନେତୃତ୍ୱ ନେଇଥିଲେ। ରୁଷ ର ଏକ ସ୍ୱତନ୍ତ୍ର ଆଉଟଲେଟ ଆଇଷ୍ଟୋରିଜ ଓ ଜର୍ମାନୀର ଡେର ସ୍ପିଗେଲ ଅନୁସନ୍ଧାନରେ ଏହା ଖୁଲାସା ହୋଇଛି। କ୍ୟାତ୍ରିନା ପୁତିନଙ୍କ ଏକ ଛୋଟ ଝିଅ ରହିଛି। ତାଙ୍କର ମାଆଙ୍କ ନାମ ଲ୍ୟୁଡ଼ମିଆ ଆଲେକଜାଣ୍ଡରଭା ଓଚେରେତାନ୍ୟା ଅଟେ। ପ୍ରଥମେ କ୍ୟାତ୍ରିନାଙ୍କ ବିବାହ ରୁଷ ର ସବୁଠାରୁ ଯୁବା ଆରବପତି କିରିଲ ସାମାଲୋଭଙ୍କ ସହିତ ହୋଇଥିଲା।

ପ୍ରଫେସନାଲ ବୈଲ ଡାନ୍ସର ଅଟନ୍ତି ଜେଲେନ୍ସକି:-

2017 ମସିହାରେ ସେମାନେ ଅଲଗା ହୋଇଥିଲେ ଓ ଏହାପରେ ସେ ବୈଲ ଷ୍ଟାରଙ୍କ ସହିତ ବିବାହ କରିଥିଲେ ଓ ଯିଏକି ପୂର୍ବରୁ ବିବାହିତ ଥିଲେ। ତାଙ୍କର ଦୁଇଟି ଝିଅ ଓ ଏକ ପୁଅ ଥିଲେ। ଦ ଷ୍ଟୋରିଜ ରିପୋର୍ଟରେ କୁହାଗଲା କି, 2017 ଓ 2019 ରେ ମହିଳା ଜଣକ ମସ୍କୋ ଓ ମୁନିଚ୍ଚ କୁ ବହୁତଥର ଯାତ୍ରା କଲେ। ସେ ରୁଷରେ ରୁହନ୍ତି ଓ ପିଲାଙ୍କ ପିତା ଜର୍ମାନୀରେ ରୁହନ୍ତି। ଯେଉଁଠାରେ ସେ ବବେରିୟନ ଷ୍ଟେଟ ବୈଲର ଡ଼ାଇରେକ୍ଟର ଅଟନ୍ତି। ତାଙ୍କର ନାମ ଇଗୋର ଜେଲେନ୍ସକି ଅଟେ।

50 ରୁ ଅଧିକଥର ଗଲେଣି ମୁନିଚ୍ଚ:-

ଦୁଇବର୍ଷରେ ଜେଲେନ୍ସକିଙ୍କୁ ଭେଟ ହେବାପାଇଁ ସେ 50 ଥର ମୁନିଚ୍ଚ ଯାତ୍ରା କରିଥିଲେ। ଏକ ଗୁପ୍ତ ସ୍ରୋତରୁ ଜଣାପଡ଼ିଛି କି, ଜେଲେନ୍ସକି ଓ 2017 ମସିହାରେ ଜନ୍ମ ହୋଇଥିବା ଏକ ଝିଅର ପାସପୋର୍ଟ ରହିଛି ଓ ଯାହାର ଟିକଟ, କ୍ୟାତ୍ରିନାଙ୍କ ସୁରକ୍ଷାଗାର୍ଡ କିଣିଥିଲେ।

ପିଲାର ନାମ ଖୁଲାସା ହେବନାହିଁ:-

ରିପୋର୍ଟରେ କୁହାଯାଇଛି କି, ଆମେ ନୈତିକ କାରଣ ଯୋଗୁଁ ପିଲାଙ୍କ ନାମ ଖୁଲାସା କରିପାରିବୁ ନାହିଁ। କେବଳ ଏହା କହିବା ଯଥେଷ୍ଟ ଯେ, ତାଙ୍କର ସଂରକ୍ଷକ ଇଗୋରେବନା ଅଟେ, ଯାହାକି ଜେଲେନ୍ସକିଙ୍କ ନାମରେ ମେଳ ଖାଉଛି। ଜେଲେନ୍ସକି, ଜର୍ଜିଆ ମାତା ପିତାଙ୍କ ଦ୍ୱାରା ଜନ୍ମ ହୋଇଥିବା ଜଣେ ରୁଷ ଅଟନ୍ତି ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ପୁତିନଙ୍କ ସହିତ ତାଙ୍କର କୌଣସି ନେଣଦେଣ ନାହିଁ।

odia sambada
Comments (0)
Add Comment