ବିବାହର ଉପହାରରେ ମିଳିଥିଲା ଗିଫ୍ଟ, ଶେଷରେ ଏହି ଗିଫ୍ଟ ଫାଟିଗଲା। ଜାଣନ୍ତୁ ଏହି ମର୍ମନ୍ତୁଦ ଷଡ଼ଯନ୍ତ୍ର ବିଷୟରେ

ଗୁଜୁରାଟ ର ନବସାରୀ ଜିଲ୍ଲା ବାସନ୍ଧା ତହସିଲ ମେଣ୍ଢାବରୀ ଗ୍ରାମରେ ଜଣେ ବର ନିଜ ବିବାହରେ ମିଳିଥିବା ଉପହାରକୁ ଯେମିତି ଖୋଲିଲେ ତାହା ବ୍ଲାଷ୍ଟ କରିଯାଇଥିଲା। ଏହି ବ୍ଲାଷ୍ଟରେ ବର ଓ ତାଙ୍କ ତିନିବର୍ଷୀୟ ଭଣଜା ଘାୟଲ ହୋଇଗଲେ। ଉଭୟଙ୍କୁ ନବସାରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଗଲା। ମାମଲାର ସୂଚନା ପୋଲିସକୁ ଦିଆଗଲା। ମାମଲାରେ ବହୁତ ବଡ଼ ଖୁଲାସା ହୋଇଥିଲା ଓ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା।

ବ୍ଲାଷ୍ଟ ମାମଲାକୁ ଖୁଲାସା କରି ଆଇଜି ରାଜକୁମାର ପାଣ୍ଡିଆନ ବତାଇଲେ କି, ମଙ୍ଗଳବାର ଦିନ ଯେଉଁ ବ୍ଲାଷ୍ଟ ହୋଇଥିଲା ସେହି ମାମଲାରେ ରାଜେଶ ପଟେଲ ଓ ମହେଶ ପଟେଲଙ୍କୁ ଆରେଷ୍ଟ କରାଯାଇଥିଲା। ଆରୋପୀ ରାଜେଶ ପଟେଲ ଜାଗୃତି ବେନ ନାମକ ଜଣେ ମହିଳାଙ୍କ ସହିତ 2009 ମସିହାରେ ଲିଭ ଇନ ରିଲେଶନସିପରେ ରହୁଥିଲା। ଉଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା ଯାହାର ବୟସ ବର୍ତ୍ତମାନ 6 ବର୍ଷ ଅଟେ।

ସେ କହିଥିଲେ ରାଜେଶ ପଟେଲ ପ୍ରଥମରୁ ହିଁ ବିବାହିତ ଅଟନ୍ତି। ତାଙ୍କର ପତ୍ନୀ ହେଉଛନ୍ତି ରଞ୍ଜନା ବେନ। ତାଙ୍କର ଦୁଇଜଣ ପିଲା ଅଛନ୍ତି। ଯାହାଙ୍କର 7 ବର୍ଷର ଝିଅ ଓ 12 ବର୍ଷର ପୁଅ ରହିଛନ୍ତି। ବିଗତ କିଛିଦିନରେ ରାଜେଶ ପଟେଲ ଓ ଜାଗୃତିଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଏହି କାରଣ ଯୋଗୁଁ ରାଜେଶ, ଜାଗୃତିଙ୍କ ଠାରୁ ଦୂରରେ ରହିବାକୁ ଚାହୁଁଥିଲା।

ସେପଟେ ରାଜେଶର ସାନ ଭାଇ ଦିଲ୍ଲୀପ ଭାଇ ପଟେଲର ବିବାହ ଥିଲା ଓ ସେପଟେ ରାଜେଶ ସହିତ ଲିଭ ଇନରେ ରହିଥିବା ଜାଗୃତିଙ୍କ ସାନ ଭଉଣୀ ସଲମାଙ୍କର ବିବାହ ମଧ୍ୟ ଥିଲା। ଏହି ମୌକାରେ ରାଜେଶ ପଟେଲ ଏକ ପ୍ଲାନ ବନାଇଲା। ସେ ନିଜର ପରିଚିତ ଆଶା ୱାର୍କରଙ୍କୁ ନିଜ ଛୋଟ ଭାଇର ବିବାହ କାର୍ଡ଼ ଓ ଜାଗୃତି ବେନଙ୍କ ଛୋଟ ଭଉଣୀ ସଲମାଙ୍କ ବିବାହରେ ଟେଡି ବିୟର ଗିଫ୍ଟ ଦେବାକୁ କହିଥିଲେ।

ଆରୋପୀ ରାଜେଶ ପଟେଲ ଆଶା ୱାର୍କରଙ୍କୁ ଗିଫ୍ଟ ଦେଇ କହିଥିଲେ ଏହି ଜାଗୃତିକୁ ନୁହେଁ ବରଂ ତାଙ୍କ ଝିଅକୁ ଦେବାପାଇଁ। କିନ୍ତୁ ଗିଫ୍ଟ ଦେବା ସମୟରେ ଆଶା ୱାର୍କର ଆରତୀ ଭୁଲ କରିଥିଲେ। ସେ ଟେଡି ବିୟର ତାଙ୍କ ଝିଅକୁ ଦେବା ବଦଳରେ ତାଙ୍କ ମାଆ ଜାଗୃତିଙ୍କୁ ଦେଇଥିଲେ। ତାଙ୍କ ଭଉଣୀ ବିବାହ ଗିଫ୍ଟ ଭାବି ଜାଗୃତି ଏହି ଗିଫ୍ଟକୁ ସାନ ଭଉଣୀ ସଲମାଙ୍କୁ ଦେଇଥିଲେ।

ସଲମାଙ୍କ ପତି ଲତେଶ ଘର ଭିତରକୁ ଯାଇ ଯେମିତି ଏହି ଗିଫ୍ଟକୁ ଖୋଲିଛନ୍ତି ହଠାତ ଏହା ବ୍ଲାଷ୍ଟ ହୋଇଗଲା। ଏହି କାରଣରୁ ସଲମାଙ୍କ ପତି ଲତେଶଙ୍କ ହାତ ଉଡ଼ି ଯାଇଥିଲା ଓ ତାଙ୍କର ମୁହଁ ବିଗିଡ଼ି ଯାଇଥିଲା। ଗିଫ୍ଟ ଖୋଲିବା ସମୟରେ ଲତେଶଙ୍କ ୩ବର୍ଷର ଭଣଜା ଜିୟାଂଶ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ସେ ମଧ୍ୟ ଘାୟଲ ହୋଇଯାଇଥିଲେ।

ସୁରତ ରେଞ୍ଜ ଆଇଜି ରାଜକୁମାର ପାଣ୍ଡିଆନ କହିଥିଲେ କି, ରାଜେଶ ପଟେଲ ନିଜ ପ୍ରେମିକା ଜାଗୃତି ବେନଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଜର ପରିଚିତ ବ୍ୟକ୍ତି ମେହେଶ ଭାଇ ପଟେଲଙ୍କ ପାଖକୁ କୂଅ ଖୋଳିବା ନାମରେ ଡିଟୋନେଟର ନେଇଥିଲା। ଡ଼ିଟୋନେଟର ଦେଇଥିବା ମହେଶ ପଟେଲଙ୍କୁ ରାଜେଶ ପଟେଲଙ୍କ ଏହି ଖତରନାକ ପ୍ଲାନ ବିଷୟରେ ବିଲକୁଲ ଜଣାନଥିଲା। ଲିଭ-ଇନ ରିଲେଶନରେ ପ୍ରେମିକା ଜାଗୃତି ଓ ତାଙ୍କ ଝିଅକୁ ମାରିବାକୁ ଯୋଜନା ବନାଇଥିବା ମହେଶଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

odia sambada
Comments (0)
Add Comment