ଏସବିଆଇରେ ବଡ ନିଯୁକ୍ତି , ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଚ୍ୟାନେଲ ମ୍ୟାନେଜର ଫେସିଲିଟେଟର ଏନିଟାଇମ ଚ୍ୟାନେଲ (CMF-AC), ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ ଚ୍ୟାନେଲ (CMS-AC) ଏବଂ ସପୋର୍ଟ ଅଫିସର – ଏନିଟାଇମ ଚ୍ୟାନେଲ (SO-AC) ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ କରି ଆବେଦନ କରିପାରିବେ ।

*ଆବେଦନ ତାରିଖ –

୧୮ ମଇ ୨୦୨୨ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ – ୦୭ ଜୁନ୍ ୨୦୨୨

*ଖାଲିଥିବା ପଦବୀ ବିବରଣୀ:-

ଚ୍ୟାନେଲ ମ୍ୟାନେଜର ଫେସିଲିଟେଟର ଏନିଟାଇମ ଚ୍ୟାନେଲ (CMF-AC) – ୫୦୩
ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ ଚ୍ୟାନେଲ (CMS-AC) – ୧୩୦
ସପୋର୍ଟ ଅଫିସର – ଏନିଟାଇମ ଚ୍ୟାନେଲ (SO-AC) – ୮

*ବୟସ ସୀମା :-

ପ୍ରାର୍ଥୀଙ୍କ ବୟସ ସୀମା ୬୦ ବର୍ଷ ହେବା ଉଚିତ୍

*ନିମ୍ନଲିଖିତ ଆଧାରରେ ଚୟନ କରାଯିବ:

ସର୍ଟଲିଷ୍ଟିଙ୍ଗ

ଇଣ୍ଟରଭ୍ୟୁ

ମେରିଟ ଲିଷ୍ଟ

odia sambada
Comments (0)
Add Comment