ଆସନ୍ତୁ ଜାଣିବା ବିଶ୍ଵର ସବୁଠାରୁ ଶକ୍ତଶାଳୀ ସାମରିକ ସେନା ଥିବା ୧୦ ଗୋଟି ଦେଶ ସମ୍ବନ୍ଧରେ । ଆଉ ତାସହିତ ଭାରତ ଓ ତାର ପଡୋଶୀ ଦେଶ ପାକିସ୍ଥାନର ସ୍ଥାନ କେଉଁଠି

ବର୍ତ୍ତମାନ ସବୁ ଦେଶ ନିଜକୁ ଅନ୍ୟ ଦେଶ ଠାରୁ ଅଧିକ ଶକ୍ତିଶାଳୀ ଦେଖାଇବା ପାଇଁ ସମସ୍ତେ ପ୍ରକାରର ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ନିଜର ସମସ୍ତ ପ୍ରକାରର ସାମର୍ଥ୍ୟକୁ ବଢାଇବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ବିଶ୍ଵର କିଛି ଦେଶମାନଙ୍କ ବିଷୟରେ କହିବୁ ଯେଉଁମାନେ କି ନିଜକୁ ଅନ୍ୟ ଦେଶ ଅପେକ୍ଷା ସବୁଠୁ ଅଧିକ ଶକ୍ତିଶାଳୀ ବୋଲି କହିଥାନ୍ତି ।

୧. ଆମେରିକା:- ଆମେରିକାକୁ ବର୍ତ୍ତମାନ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ କୁହାଯାଏ । ଆମେରିକା ଦୁନିଆରେ ଅସ୍ତ୍ରଶସ୍ତ୍ର ସପ୍ଲାଏ କରିବାର ମାମଲାରେ ବହୁତ ଆଗରେ ଅଛି । ଋଷ ଓ ଚୀନ ଭଳି ଦେଶରେ ନିଜର ପ୍ରଭାବ ପକାଇବା ପାଇଁ ଆମେରିକା କୌଣସି ବି ସୀମା ପାର କରି ପାରେ । ଏହି କାରଣ ଅଟେ କି ଆମେରିକା ପାଖରେ ୪,୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟ ସହିତ ୬,୧୦୦ ଟ୍ୟାଙ୍କ, ୪୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୫୦୦ ସ୍ୱୟଂ ଚାଳିତ ବନ୍ଧୁକ, ୧୩୪୦ ଟାଣି ପାରୁଥିବା ତୋପ ଏବଂ ୧୩୬୫ ରକେଟ ପ୍ରୋଜେକ୍ଟର ଅଛି ।

୨. ଋଷ:- ଋଷ ଏକ ଏମିତି ଦେଶ ଅଟେ ଯିଏକି ଆମେରିକାକୁ ଟକ୍କର ଦେବାର କ୍ଷମତା ରଖିଥାଏ । ବର୍ତ୍ତମାନ ସମୟରେ ଋଷ ପାଖରେ ସବୁଠୁ ଶକ୍ତିଶାଳୀ ଓ ବିକଶିତ ହଥିୟାର ଅଛି । ଋଷ ଆଜି ଭାରତ ସହ ଦେଶର ୮୦ ଦେଶକୁ ହଥିୟାର ବିକ୍ରି କରିଥାଏ । ଏହା ସହିତ ଋଷ ତେଲ ଉତ୍ପାଦନ କ୍ଷେତ୍ରରେ ବି ନିଜକୁ ବିକଶିତ କରିଛି । ଟେକ୍ନୋଲୋଜି ମାମଲାରେ ବି ଋଷ କୌଣସି ଦେଶ ଠାରୁ କମ ନୁହେଁ । ଋଷ ପାଖରେ ୧୩ ହଜାର ଟ୍ୟାଙ୍କ ବ୍ୟତୀତ ୨୭୦୦୦ ସଶସ୍ତ୍ର ଯାନ, ୬୫୪୦ ସ୍ୱୟଂ ଚାଳିତ ତୋପ ଓ ୪୪୬୫ ଟାଣିବା ତୋପ ଅଛି । ଏହା ସହିତ ଋଷ ପାଖରେ ୩୮୬୦ ରକେଟ୍ ଲଞ୍ଚର୍ ମଧ୍ୟ ଅଛି ।

୩. ଚୀନ:- ଏହା ଟେକ୍ନୋଲଜି ଓ ସୈନ୍ୟବଳ ସହ ସବୁଠୁ ଅଧିକ ଜନସଂଖ୍ୟା ବାଲା ଦେଶ ରୂପରେ ବି ଜଣାଯାଏ । ଜିଡ଼ିପି ମାମଲାରେ ଆମେରିକା ପରେ ଚୀନ ଦ୍ଵିତୀୟ ଦେଶ ଅଟେ । ଯଦି ଚୀନର ଅର୍ଥ ବ୍ୟବସ୍ଥା ବିଷୟରେ କହିବା ତେବେ ଚୀନର ଅର୍ଥ ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥା ଠାରୁ ଚାରି ଗୁଣା ଅଧିକ ଅଟେ । ୨୦.୩୫ ଲକ୍ଷରୁ ଅଧିକ ସୈନିକ ଥିବା ଏହି ଦେଶରେ ,୨୦୫ ଟ୍ୟାଙ୍କ, ୩୫ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୯୭୦ ସ୍ୱୟଂ ଚାଳିତ ତୋପ, ୧୨୩୪ ଟାଣିବା ତୋପ ରହିଛି । ଏହା ବ୍ୟତୀତ ୨୨୫୦ ରକେଟ୍ ପ୍ରୋଜେକ୍ଟର୍ ଅଛି ।

୪. ଭାରତ:- ଦୁନିଆର ଶକ୍ତିଶାଳୀ ଦେଶମାନଙ୍କ ବିଷୟରେ କହିବୁ ତେବେ ଭାରତ ଏହି ଲିସ୍ଟରେ ଚତୁର୍ଥ ସ୍ଥାନରେ ଆସିଥାଏ । ଜନସଂଖ୍ୟା ହିସାବରେ ଭାରତ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଦେଶ ଅଟେ । ଗତ ୪ ଦଶକ ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ଦେଶ ରୂପରେ ସାମ୍ନାକୁ ଆସିଛି । ତେବେ ନିଜସ୍ଵ ୨୯୬ ଏୟାରକ୍ରାଫ୍ଟ୍ସ ଥିବା ଭାରତୀୟ ସେନା ପାଖରେ ଆହୁରି ୪୭୩୦ ଟ୍ୟାଙ୍କ, ୧୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୦୦ଟି ସ୍ୱୟଂ ଚାଳିତ ତୋପ ଏବଂ ୪୦୪୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୭୪ ରକେଟ୍ ଲଞ୍ଚର୍ ମଧ୍ୟ ଅଛି ।

୫. ଜାପାନ:- ଲୋକେ ଏହି ଦେଶ କୁ ୨ ଟି ଜିନିଷ ପାଇଁ ଜାଣିଛନ୍ତି ତାହା ହେଉଛି ପ୍ରଥମ ପରମାଣୁ ବୋମା ପାଇଁ ଏବଂ ଅନ୍ୟଟି ଟେକ୍ନୋଲୋଜି ନିମନ୍ତେ ।

୬. ଦକ୍ଷିଣ କୋରିଆ:- ଏହା ଏସିଆର ଧନୀ ଦେଶ ମାନଙ୍କ ମଧ୍ୟରୁ ଏକ ଅଟେ । ଏହା ନିଜ ମର୍ଡନ ଏବଂ ମିଲେଟ୍ରି ପାଇଁ ଜଣାଶୁଣା ଅଟେ । ଏହା ପାଖରେ ବିଶ୍ଵର ସବୁଠାରୁ ବଡ ୬ ଟି ବିଶାଳ ଏୟାର ଫୋର୍ସ ରହିଅଛି ।

୭. ଫ୍ରାନ୍ସ:- ଏହି ଦେଶ ଜର୍ମାନୀ, ଇଟାଲୀ, ଏବଂ ସ୍ପେନ ଭଳି ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଦୁନିଆର କେତେକ ଜାଗାରେ ବର୍ତ୍ତମାନ ମଧ୍ୟ ଫ୍ରାନ୍ସର କବଜା ଅଛି ଯାହା ଫ୍ରାନ୍ସ ଟେରୀଟୋରି ନାମରେ ପ୍ରସିଦ୍ଧ ଅଟେ ।

୮. ୟୁନାଇଟେଡ କିଙ୍ଗଡମ:- ମର୍ଡନ ଟେକ୍ନୋଲୋଜି ହିସାବରେ ୟୁକେର ସାମ୍ନା କେହି ମଧ୍ୟ କରି ପାରିବେ ନାହିଁ । ଏହି ଦେଶର ସବୁଠାରୁ ଶକ୍ତି ଏହାର ରୋୟାଲ ନେଭି ଅଟେ ।

୯. ବ୍ରାଜିଲ ସେନା:- ଏହି ଦେଶରେ ପ୍ରାୟ ୨.୩୫ ସେନା ସକ୍ରିୟ ଅଛନ୍ତି । ଏଥିସହ ଯୁଦ୍ଧ ପାଇଁ ୪୬୯ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ୧୯୭୬ଟି ସଶସ୍ତ୍ର ଯାନ, ୨୧୨ଟି ସ୍ୱୟଂ ଚାଳିତ ତୋପ, ୨୦୦୦୦ ସପୋର୍ଟ ଗାଡ଼ି, ୭୪ଟି ରିଭର ବୋଟ୍, ୯୪ଟି ହେଲିକପ୍ଟର ଏବଂ ଡ୍ରୋନ୍ ଅଛି । ଏବଂ ଏହା ବ୍ୟତୀତ ୫୪୬ ଟାଣିବା ତୋପ ଓ ୬୦ଟି ରକେଟ୍ ଲଞ୍ଚର୍ ଅଛି ।

୧୦. ପାକିସ୍ଥାନ ସେନା:- ତେବେ ସବୁଠାରୁ ତଳେ ଥିବା ପାକିସ୍ଥାନୀ ସେନାରେ ପାୟ ୫.୬୦ ଲକ୍ଷ ସୈନ୍ୟ ସକ୍ରିୟ ଅଛନ୍ତି । ଏହାସହ ସେନା ପାଖରେ ୧.୮୫ ଲକ୍ଷ ନ୍ୟାସନାଲ ଗାର୍ଡ ଓ ୬,୫୦୦ ପର୍ସନଲ ସିଭିଲିୟନ ମଧ୍ୟ ରହିଛି । ଅସ୍ତ୍ରଶସ୍ତ୍ର କଥା କହିବାକୁ ଗଲେ ୨୬୮୦ ଟ୍ୟାଙ୍କ, ୯୬୩୫ ସଶସ୍ତ୍ର ଯାନ, ୪୨୯ ସ୍ୱୟଂ ଚାଳିତ ତୋପ ଏବଂ ୧୬୨୯ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୩୦ ରକେଟ୍ ଲଞ୍ଚର ମଧ୍ୟ ଅଛି ।

odia sambada
Comments (0)
Add Comment