୧୪୧ ଟଙ୍କାରେ ଏହି‌ କମ୍ପାନୀ ଦେଉଛି ୩୬୫ ଦିନର ଭାଲିଡିଟି ,ଜିଓ-ଭିଆଇ-ଏୟାରଟେଲ-ବିସ୍ଏନଲ୍ ଚିନ୍ତିତ !

ଟେଲିକମ କମ୍ପାନୀ ଜିଓ ,ଭିଆଇ ବ୍ୟତୀତ ସରକାରୀ ଟେଲିକମ କମ୍ପାନୀ ବିସ୍ଏନଲ୍ କୁ ମଧ୍ୟ ଟକ୍କର ଦେବାକୁ ଥିବା ଏଭଳି ଏକ କମ୍ପାନୀ ରହିଛି ଯିଏ ସବୁଠାରୁ କମ ଦାମରେ ୩୬୫ ଦିନର ଭାଲିଡିଟି ବାଲା ପ୍ଲାନ ଅଫର କରିଥାଏ|ହଁ ଆଜ୍ଞା ଆପଣ ୧୪୧ଟଙ୍କାରେ ପୂରା ୩୬୫ ଦିନର ବୈଧତା ପ୍ରାପ୍ତ କରି ପାରିବେ ଆସନ୍ତୁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା:

ଏମଟିଏନ୍ଏଲ ୧୪୧ ପ୍ଲାନ୍:

୧୫୦ ଟଙ୍କାରୁ ବି କମ ଦାମରେ ଏମଟିଏନ୍ଏଲ୍ ପାଖରେ ଏଭଳି ଏକ ପ୍ଲାନ ରହିଛି ଯାହା ୟୁଜର୍ସ ପାଇଁ ୩୬୫ ଦିନର ବୈଧତା ରଖେ|ଏହି ପ୍ଲାନ ସହ କମ୍ପାନୀ ପକ୍ଷରୁ ୟୁଜରଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ହାଇ ସ୍ପିଡ ଡାଟା ମିଳିବ|

ଏହା ବ୍ୟତୀତ କଲ କଥା କହିବା ଯଦି କମ୍ପାନୀ ଏହି ପ୍ଲାନ ସହ ଦିଲ୍ଲୀ ଓ ମୁମ୍ବାଇର ୯୦ ଦିନ ପାଇଁ ଏମଟିଏନ୍ଏଲ୍ ନେଟୱର୍କ ଉପରେ ମାଗଣା କଲିଙ୍ଗ ଓ ୯୦ ଦିନ ପାଇଁ ଅନ୍ୟ ନେଟୱର୍କ ଉପରେ ମାଗଣା ୨୦୦ ମିନିଟର କଲିଙ୍ଗର ସୁବିଧା ମିଳିବ|

ସୂଚନା: ଗୋଟିଏ କଥା ଧ୍ୟାନ ଦିଅନ୍ତୁ ଏହି ଫ୍ରି ମିନିଟ ପରେ ୯୦ ଦିନ ପାଇଁ ୨୫ ପଇସା/ ମିନିଟ୍ ଓ ୯୦ ଦିନ ପରେ ୦.୦୨ ପଇସା/ ସେକେଣ୍ଡ ହିସାବରେ ଚାର୍ଜ କରାଯିବ|ରିଚାର୍ଜ ପୂର୍ବରୁ ଅନ୍ୟାନ୍ୟ କୈାଣସି ସୂଚନା ପାଇଁ ଅଧିକାରିକ ୱେବସାଇଟରେ ପାଇ ପାରିବେ|

odia sambada
Comments (0)
Add Comment