ଡକ୍ଟର ଷ୍ଟ୍ରେଞ୍ଜ ଫିଲ୍ମର ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ । ଫିଟିଗଲା ସବୁ ଗୁମର

ତେବେ ବର୍ତ୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ସିଥିଆନ୍‌ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ । ଆଇନ ଜାଲରେ ଫସିଲେ ଏହି ହଲିଓଡ ଅଭିନେତ୍ରୀ । ଶିଶୁ ନିର୍ଯାତନା ମାମଲାରେ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ।

ନିକଟରେ ରିଲିଜ ହୋଇଥିବା ସୁପରହିଟ୍‌ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ର ଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଶିଶୁ ନିର୍ଯାତନା ଓ ଶାରୀରିକ ପ୍ରତାଡନା ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି । ସୂଚନା ଅନୁସାରେ ୨୦୦୫ ଓ ୨୦୦୮ରେ ୧୩ରୁ ୧୫ ବର୍ଷର ଜଣେ ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଜାରାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ ପରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୋମବାର ନର୍ଟିଙ୍ଘମ କ୍ରାଉନ୍‌ କୋର୍ଟ ତାଙ୍କୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଜାରା ପାଇଥିଅନ୍‌ଙ୍କ ସ୍ୱାମୀ ଭିକ୍ଟର ମାର୍କେଙ୍କୁ ମଧ୍ୟ ଦଣ୍ଡ ମିଳିଛି ।

ତେବେ ୫୯ ବର୍ଷୀୟ ଭିକ୍ଟରଙ୍କୁ ଉକ୍ତ ପୀଡିତା ନାବାଳିକାଙ୍କୁ ପ୍ରତାଡିତ କରିବା ଅଭିଯୋଗରେ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଯଦିଓ ଜାରା ଆଉ ତାଙ୍କ ସ୍ଵାମୀ ଭିକ୍ଟର ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି କିନ୍ତୁ ଏହି ମାମଲାର ତଦନ୍ତ ପରେ ଦୁହେଁ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଉ ଖବର ଅନୁସାରେ ଏପରି ଘୃଣ୍ୟ କାର୍ଯ୍ୟ କରୁଥିବା ସମୟରେ ଦୁହେଁ ବିବାହ କରି ନଥିଲେ । ଜାରା ଓ ଭିକ୍ଟର ଭବିଷ୍ୟତରେ ଆଉ କୌଣସି ବି ଶିଶୁଙ୍କ ସହ କାମ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବେନେଡିକ୍ଟ କମ୍ବରବ୍ୟାଚ୍‌ ଷ୍ଟାର୍‌ର ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ ଇନ୍‌ ଦ ମଲ୍ଟିଭର୍ସ’ ନିକଟରେ ହିଁ ରିଲିଜ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ପାଖାପାଖି ୧୦୦ କୋଟିର ବ୍ୟବସାୟ କରିଥିବା ବେଳେ ୱାର୍ଲ୍ଡୱାଇଡ୍‌ ୨ ହଜାରରୁ ଅଧିକ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି । ତେବେ ନିକଟରେ ମୁକ୍ତିଲାଭ କରିଥିବା ହିଟ୍ ଫିଲ୍ମ୍ “ଏକ୍ସିଡେଣ୍ଟ ମ୍ୟାନ୍ ୨” ରେ ଶେଷଥର ପାଇଁ ଦେଖା ଯାଇଥିଲେ ଏହି ବିବାଦୀୟ ହିରୋଇନ୍ ।

odia sambada
Comments (0)
Add Comment