ଆକାଶରୁ ଖସିଲା ଅଦ୍ଭୁତ ଜିନିଷ, ଇସ୍ରୋ ବୈଜ୍ଞାନିକ ମାନେ କରୁଛନ୍ତି ଯାଞ୍ଚ

ମଧ୍ୟ ଗୁଜୁରାଟ ଲୋକ ଅଚାନକ ଆକାଶରୁ ଆସୁଥିବା ଏକ ଶବ୍ଦ ଶୁଣି ଚମକି ପଡ଼ିଲେ। ଦେଖୁଦେଖୁ ଦ୍ରୁତ ଆଲୋକ ଦେଖାଦେଇ ବିସ୍ଫୋରଣ ଶବ୍ଦ ହେଲା। ଆକାଶରୁ ତିନୋଟି ବଲ ସଦୃଶ ଜିନିଷ ଗାଁରେ ପଡ଼ିଲା। ଏହି ଜିନିଷ ଗାଁରେ ପଡ଼ିବାରୁ ଲୋକେ ଭୟଭୀତ ହୋଇଗଲେ ଓ ପୋଲିସକୁ ଏହାର ଖବର ଦେଇଥିଲେ। ପୋଲିସ ଅଧିକାରୀ ଆସି ଜିନିଷ ଗୁଡ଼ିକୁ ସଂଗ୍ରହ କରି ନେଇଗଲେ ଓ ଏହାପରେ ଇସ୍ରୋର ବୈଜ୍ଞାନିକ ଏହି ଜିନିଷ କଣ ତାହା ଉପରେ ଯାଞ୍ଚ କରୁଛନ୍ତି। ଆମେରିକାର ଜଣେ ଖଗୋଳୀୟଙ୍କ କହିବା ହେଲା ଅନୁମାନ ହେଉଛି କି, ଏହି ଜିନିଷ ଗୁଡ଼ିକ ଚୀନର ରକେଟ ଗୁଡ଼ିକର ଜଳିଥିବା କିଛି ଅଂଶ ହୋଇପାରେ।

ମେ 12 ତାରିଖରୁ ପଡ଼ିବା ଆରମ୍ଭ ହୋଇଥିଲା ଏହି ଲୁହା ବଲ:-

ଇଣ୍ଡିଆନ ଏକ୍ସପ୍ରେସ ଖବର ମୁତାବିକ, ମେ 12 ତାରିଖ ସନ୍ଧ୍ୟା 4.45 ମିନିଟରେ ଭଲେଜ ଗ୍ରାମର ଆକାଶରୁ ଏକ ଧାତୁ ସମ୍ବନ୍ଧୀୟ ବଲ ଆସି ପଡ଼ିଲା। କଳା ରଙ୍ଗର ଏହି ବଲ ଓଜନ ପ୍ରାୟ 5 କିଲୋଗ୍ରାମ ଥିଲା। ଏହାପରେ ଆଉ ଦୁଇଟି ବଲ ଖମ୍ବଲଜ ଓ ରାମପୁରା ଗ୍ରାମରେ ପଡ଼ିଥିଲା। ଏହିସବୁ ଗ୍ରାମ ଆନନ୍ଦ ଜିଲ୍ଲାର 15 କିଲୋମିଟର ପାଖାପାଖି ରହିଛନ୍ତି। ସ୍ଥାନୀୟ ପୋଲିସ ମୁତାବିକ, ଏହିପ୍ରକାରର ବଲ ପଡ଼ୋଶୀ ଖେଡା ଜିଲ୍ଲାର ଚକରାଶି ଠାରେ ମଧ୍ୟ ପଡ଼ିଥିଲା। ଏହାପରେ ମେ 13 ତାରିଖରେ ଆଉ ଏକ ବଲ ବଡ଼ଦରା ସାବଲୀ ଅଞ୍ଚଳରେ ପଡ଼ିଥିଲା। ଅନ୍ୟ କେତେକ ସ୍ଥାନରୁ ମଧ୍ୟ ଏମିତି ଖବର ଆସିଛି। ଦିନକ ପରେ ଆନନ୍ଦର ସୋଜିତ୍ର ଅଞ୍ଚଳରେ କସୋର ଧାତୁର ଖଣ୍ଡ ଆସି ପଡ଼ିଥିଲା। ଗୋଟିଏ ଧାତୁ ସଦୃଶ ଏହି ବଲ ଛେଳି ମାନଙ୍କ ଉପରେ ପଡ଼ିବାରୁ ଗୋଟିଏ ଛେଳିର ମୃତ୍ୟୁ ହୋଇଯାଇଛି।

ଚୀନ ରକେଟର କିଛି ଅଂଶ ହୋଇଥିବାର ଆଶଙ୍କା:-

ଗ୍ରାମଲୋକେ ଓ ପୋଲିସ ଅନୁମାନ ଲଗାଉଛି କି, ଏହି ଜିନିଷଟି କଣ ! ଏହାମଧ୍ୟରେ ଆମେରିକାର ହାୱାର୍ଡ ସ୍ମିଥସୋନିୟମ ଏଷ୍ଟ୍ରଫିଜିକ୍ସ ସେଣ୍ଟର ଏକ ଖଗୋଳୀୟ ଜୋନାଥନ ମ୍ୟାକଡ଼ୱାଲ ଟ୍ୱିଟ କରି ଅନ୍ଦାଜା ଲଗାଇଛନ୍ତି କି, ଏହି ଜିନିଷ କଣ ହୋଇପାରେ, ମ୍ୟାକଡୋଆଲଙ୍କ କହିବା ହେଲା ଏହି ଜିନିଷ ଚୀନ ରକେଟର ଚ୍ୟାଙ୍ଗ ଝୋଙ୍ଗ 3B ସିରିୟଲ Y86 ତୃତୀୟ ଚରଣର ରିଏଣ୍ଟ୍ରି ମଳ ହୋଇପାରେ। ଏହି ରକେଟ ସେପ୍ଟେମ୍ବର 9 ତାରିଖ 2021 କୁ 5500 କିଲୋ ଓଜନର ସଞ୍ଚାର ସାଟେଲାଇଟକୁ ନେଇ ଆସିଥିଲା। ମ୍ୟାକଡ଼ଆଲ ବତାଇଛି କି, ଟ୍ରାକିଂରୁ ଜଣାପଡ଼ିଛି ଯେ, ଏଗୁଡ଼ିକ ଏତେ ଦୂର ଗ୍ରାମ ଭିତରକୁ ଆସି ପଡ଼ିଛି କାରଣ ଏହା ବାୟୁମଣ୍ଡଳୀୟ ଚାପ ଓ ଟାଣି ହେବା କାରଣରୁ ଏତେ ଦୂର ଆସି ପଡ଼ିଛି।

ଯାଞ୍ଚରେ ଲାଗିଛି ଇସ୍ରୋ:-

ଆନନ୍ଦ ଜିଲ୍ଲାର କଲେକ୍ଟର ଏମ ଆଇ ଦକ୍ଷିଣୀଙ୍କ କହିବାହେଲା ଆମେ ଧାତୁ ବଲ ସହିତ ସମସ୍ତ ଜିନିଷକୁ ଇସ୍ରୋର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀକୁ ପଠାଇଛନ୍ତି। ତାଙ୍କର ଯାଞ୍ଚ କରାଯାଇଛି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ମୁତାବିକ, ଇସ୍ରୋ ମଧ୍ୟ ଏହି ବିଷୟରେ କିଛି କହିନାହିଁ। ଆନନ୍ଦ ଏସପି ଅଜିତ ରାଜନ ବତାଇଛନ୍ତି କି, ଏହି ବସ୍ତୁ ଆକାଶରୁ ପଡ଼ିବା ଦ୍ୱାରା ଏକ ଛେଳିର ମୃତ୍ୟୁ ହୋଇଯାଇଥିଲା ଓ ସେଠାରେ ଲୋକେ ପହଞ୍ଚିବା ବେଳକୁ ଛେଳିଟିକୁ କୁକୁର ଟାଣି ନେଇଥିଲା। ଛେଳି ମରିବାପରେ ମାଲିକ ଏହାକୁ ନେଇ ଅଭିଯୋଗ କରିଥିଲେ। କୁହାଯାଉଛି ଏହି ଜିନିଷ ଗୁଡ଼ିକ ରକେଟ ଲଞ୍ଚ ସମୟରେ ବ୍ୟବହାର ହୋଇଥାଏ।

odia sambada
Comments (0)
Add Comment