ଏହି ଭୁଲ ପାଇଁ ଆପଣଙ୍କ ଉପରେ ୨୦ ହଜାର ଟଙ୍କାରୁ ଅଧିକ ଚାଲାଣ ଲାଗିପାରେ, ଗାଡ଼ି ଚଳାଉଥିବା ଲୋକେ ହୋଇଯାଆନ୍ତୁ ସାବଧାନ

ଭାରତରେ ନାଗରିକ ମାନଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ ରହିବାକୁ ପଡ଼ିବ କାରଣ ସେମାନେ କାର, ମୋଟର ସାଇକେଲ ଓ କମର୍ସିଆଲ ଯାନ ଚଳାଉଥିବା ସମୟରେ ଯେପରି କୌଣସି ପ୍ରକାରର ଟ୍ରାଫିକ ନିୟମରେ ଉଲ୍ଲଙ୍ଘନ ନକରନ୍ତି ଓ ନିଜକୁ ଜରିମାନା ଦେବାରୁ ବଞ୍ଚାଇ ପାରନ୍ତି। ମୋଟର ବେହିକଲ ନିୟମରେ ସମୟ ସମୟରେ ସଂଶୋଧନ ହୋଇଥାଏ ଓ ଏହାର ଉଲ୍ଲଙ୍ଘନ କଲେ ମୋଟା ରାଶିର ଜରିମାନା ଭରିବାକୁ ହୋଇଥାଏ। କମର୍ସିଆଲ ଯାନ ଗୁଡ଼ିକ ପାଇଁ ଓଭରଲୋଡ଼ିଂ ନିୟମର ଉଲ୍ଲଙ୍ଘନ କରିବା ସ୍ଥିତିରେ ମାଲିକଙ୍କୁ ୨୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ, ଆସନ୍ତି ସଂକ୍ଷିପ୍ତରେ ଏହା ବିଷୟରେ ଜାଣିବା।

ଆପଣଙ୍କ ଜାଣିବା ଜରୁରୀ ଅଟେ:-

କମର୍ସିଆଲ ବେହିକଲରେ ଓଭରଲୋଡିଂ ଉପରେ ଟ୍ରାଫିକ ନିୟମ କଥା କହିବାକୁ ଗଲେ, ୨୦ ହଜାର ଟଙ୍କାର ଜରିମାନା ସହିତ ୨ହଜାର ଟଙ୍କା ଅତିରିକ୍ତ ପ୍ରତିଟନ ହିସାବରେ ଦେବାକୁ ପଡ଼ିଥାଏ। ବାକି ଟ୍ରାଫିକ ନିୟମ ଉପରେ ଆଲୋଚନା କଲେ ସଡ଼କ ବିନିୟମନ ଉଲ୍ଲଙ୍ଘନ କଲେ 500 ଟଙ୍କା, ଅଧିକାରୀ ମାନଙ୍କ ଆଦେଶରେ ଅବହେଳା କଲେ 2000 ଟଙ୍କା, ବିନା ଲାଇସେନ୍ସ ଦ୍ୱାରା ଗାଡ଼ିର ଅନାଧିକୃତ ଉପଯୋଗ ପାଇଁ 5,000 ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ 5,000 ଟଙ୍କା, ଅଯୋଗ୍ୟତା ଦ୍ୱାରା ଲାଇସେନ୍ସ ରଖିବା ସହିତ ମଧ୍ୟ 10,000 ଟଙ୍କାର ଜରିମାନା, ଓଭର ସ୍ପିଡ଼ ପାଇଁ 1,000 ଟଙ୍କା, ରସ ଡ୍ରାଇଭିଂରେ 5,000 ଟଙ୍କା ଓ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ 10,000 ଟଙ୍କା ଜରିମାନା ଲାଗିପାରେ।

ଏହି ନିୟମ ଉପରେ ମଧ୍ୟ ଟିକେ ନଜର ପକାନ୍ତୁ:-

ବିନା ପରିମିଶନ ଦ୍ୱାରା ବାହାନ ରଖିବାଦ୍ୱାରା 10,000 ଟଙ୍କା, ଲାଇସେନ୍ସ ସର୍ତ୍ତ ଉଲ୍ଲଙ୍ଘନ କଟିବା କ୍ଷେତ୍ରରେ 25 ହଜାର ଟଙ୍କାରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ, ଯାତ୍ରୀ ମାନଙ୍କ ଓଭରଲୋଡିଂ ଦ୍ୱାରା ପ୍ରତି ବ୍ୟକ୍ତି ପାଇଁ ଏକହଜାର ଟଙ୍କା, ଦୁଇ ଚକିଆ ଯାନରେ ଓଭରଲୋଡିଂ ପାଇଁ 2,000 ଟଙ୍କା ସହିତ ତିନିମାସ ପାଇଁ ଲାଇସେନ୍ସ ଜବତ ହୋଇଥାଏ, ବିନା ହେଲମେଟ ଦ୍ୱାରା ଏକହଜାର ଟଙ୍କାର ଜରିମାନା ଓ ତିନିମାସ ପାଇଁ ଲାଇସେନ୍ସ ଜବତ ହେବ। ଆପାତକାଳୀନ ବାହାନ ମାନେ ରାସ୍ତା ଉପଲବ୍ଧ ନକରାଇଲେ 10,000 ଟଙ୍କା ଓ ଇନ୍ସୁରାନ୍ସ ବିନା ଡ୍ରାଇଭିଂ କରୁଥିଲେ 2,000 ଟଙ୍କା ସମେତ କେତେକ ଅନ୍ୟ ନିୟମର ଉଲ୍ଲଙ୍ଘନ ଉପରେ ଅଲଗା ଅଲଗା ଜରିମାନାର କଥା କୁହାଯାଇଛି।

ଆପଣ echallan.parivahan.gov.in କୁ ଯାଇ ଟ୍ରାଫିକ ଚାଲାଣ ବିଷୟରେ ସୂଚନା ନେଇପାରିବେ।

odia sambada
Comments (0)
Add Comment