‘ତୁମେ ଓହ୍ଲାଇ ଯାଅ, ମୁଁ ଆସୁଛି’ କହି ବଞ୍ଚାଇଲେ ୫ ଜଣଙ୍କ ଜୀବନ କିନ୍ତୁ ନିଜ ଜୀବନ ବଞ୍ଚାଇ ପାରିଲେନାହିଁ

ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଲାଗିଥିବା ନିଆଁ କେତେକ ଲୋକଙ୍କର ଜୀବନ ଶେବ କରିଦେଇଛି। ୨୭ ଜଣ ଏହି ନିଆଁ କରାଳରେ ଆସି ନିଜ ଜୀବନ ହରାଇ ଦେଇଛନ୍ତି। କେତେକ ଲୋକଙ୍କୁ ବହୁତ ମୁସ୍କିଲରେ ସେଠାରୁ ବାହାର କରାଯାଇଛି। ପାଖାପାଖି ୬୦ ଜଣ ଲୋକଙ୍କର ଜୀବନ ବଞ୍ଚାଯାଇଛି। ଏହାମଧ୍ୟରେ ଏମିତି ଜଣେ ମହିଳା ଥିଲେ ଯିଏକି ନିଜ ଜୀବନକୁ ହରାଇ ୫ ଜଣଙ୍କୁ ବଞ୍ଚାଇ ଦେଇଛନ୍ତି।

ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା, ସେଠାରେ ନିଜ ଭଉଣୀ ଓ ବନ୍ଧୁଙ୍କ ସହିତ ମଧୁ ମଧ୍ୟ ଫସି ରହିଥିଲେ। ପ୍ରଥମେ ସେ ନିଜର ଜୀବନ ବାଜିରେ ଲଗାଇ ନିଜ ବନ୍ଧୁ ଓ ଭଉଣୀଙ୍କୁ ବାହାର କରିଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା ଓ ସେ ନିଜର ଜୀବନ ହରାଇ ବସିଲେ। ମହିଳାଙ୍କ ପତି ଓ ପିଲାମାନେ ଏବେବି ତାଙ୍କ ଅପେକ୍ଷାରେ ଅଛନ୍ତି।

ମେ 20 ତାରିଖରେ ଥିଲା ଅନିଭର୍ସାରି:-

ମୁଣ୍ଡକା ଅଞ୍ଚଳର ଚାରି ମହଲା ବିଶିଷ୍ଟ ଏକ ଏକ ବିଲ୍ଡିଂରେ ନିଆଁ ଲାଗିଗଲା। ଏଥିରେ 27ଟି ଜୀବନ ଚାଲିଗଲା। ନିଆଁ ସଂସ୍ପର୍ଶରେ ମଧୁ ମଧ୍ୟ ଥିଲେ। ତାଙ୍କର ମେ 20 ତାରିଖରେ ଆଣିଭର୍ସାରି ଥିଲା। ସେପଟେ ତାଙ୍କ ସ୍ୱାମୀ ଅମିତ କାନ୍ଦି କାନ୍ଦି ଅବସ୍ଥା ଖରାପ କରିସାରିଲେଣି। ପତି ଅମିତ କୁହନ୍ତି କି, 2011 ମସିହାରେ ସେମାନେ ବିବାହ କରିଥିଲେ।

ଉଭୟଙ୍କ ବିବାହ ତାରିଖ ମେ 20 ତାରିଖରେ ହୋଇଥିଲା ଓ ମଧୁ କହିଥିଲେ କି, ସେ ଏଥର ବିବାହ ତାରିଖରେ ଶରାରା ପିନ୍ଧିବେ। ଅମିତଙ୍କୁ ଏବେବି ବିଶ୍ବାସ ହେଉନାହିଁ ଯେ, ସେ ଏବେବି ତାଙ୍କ ପତ୍ନୀ ମରି ସାରିଛନ୍ତି। ଦୁଇ ଝିଅ ରାଧା ଓ ପ୍ରିୟା ତାଙ୍କ ମାଆଙ୍କୁ ଖୋଜୁଛନ୍ତି।

ଭଉଣୀ ଓ ବନ୍ଧୁଙ୍କୁ ପ୍ରଥମେ ସେଠାରୁ ବାହାର କଲେ:-

ମଧୁ ଯଦି ଚାହିଁଥାନ୍ତେ ତାହେଲେ ନିଜ ଜୀବନ ବଞ୍ଚାଇ ସେଠାରୁ ଚାଲି ଆସିଥାନ୍ତେ କିନ୍ତୁ ସେ ଏହା କଲେନାହିଁ। ପ୍ରଥମେ ସେ ନିଜର ଚାରିଜଣ ବନ୍ଧୁ ଓ ଭଉଣୀକୁ କ୍ରେନ ପାଖକୁ ପଠାଇଦେଲେ ଓ କହିଲେ ତମେ ଚାଲ ମୁଁ ଆସୁଛି।

ବର୍ତ୍ତମାନ ଏବେ ଯେତେବେଳେ ମଧୁ ଆସିବାର ପାଳି ଥିଲା ସେତେବେଳେ ନିଆଁ ବହୁତ ଜୋରରେ ସୃଷ୍ଟି ହେବାରୁ ମଧୁ ଆଉ ଆସି ପାରିନଥିଲେ ଓ ନିଆଁରେ ବିଲୀନ ହୋଇଗଲେ। ଏବେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇନାହିଁ। ସ୍ୱାମୀ କହିଛନ୍ତି, ଏବେ ଡିଏନଏ ରିପୋର୍ଟ ଟେଷ୍ଟ କରାଯିବା ପରେ ତାଙ୍କ ପତ୍ନୀଙ୍କ ମୃତଦେହ ଚିହ୍ନା ଯାଇପାରିବ।

କେବଳ ଲଞ୍ଚ ସମୟରେ ହୋଇପାରୁଥିଲା ସ୍ୱାମୀଙ୍କ ସହିତ କଥାବାର୍ତ୍ତା:-

ଅମିତ କୁହନ୍ତି ତାଙ୍କ ପତ୍ନୀ ଯେଉଁ ଅଫିସରେ କାମ କରୁଥିଲେ ସେହି ଅଫିସରେ ଫୋନ ଜମା କରିବାକୁ ପଡ଼େ। ଏମିତିରେ ସେ କେବଳ ଲଞ୍ଚ ସମୟରେ ହିଁ କଥାବାର୍ତ୍ତା ହୋଇପାରନ୍ତି। ସେହି ସମୟରେ ମଧ୍ୟ ଉଭୟଙ୍କର ଲଞ୍ଚ ସମୟରେ କଥାବାର୍ତ୍ତା ହୋଇଥିଲା। କିଛି ସମୟ ପରେ ଅମିତଙ୍କୁ ଖବର ମିଳିଥିଲା କି, ମଧୁ ଯେଉଁ ବିଲ୍ଡିଂରେ କାମ କରେ ସେଠାରେ ନିଆଁ ଲାଗିଯାଇଛି। ଏମିତିରେ ସେ ତୁରନ୍ତ ସେଠାରେ ପହଞ୍ଚିଗଲା।

କିନ୍ତୁ ସେଠାରେ ସେ ପହଞ୍ଚିବା ପରେ ସେ ବିଲ୍ଡିଂ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା, ଚାରିଆଡ଼େ କେବଳ ଧୂଆଁ ହିଁ ଧୂଆଁ ଥିଲା। ଅମିତ କହିଛନ୍ତି ତାଙ୍କ ଆଶା ଭାଙ୍ଗି ସାରିଛି ଓ ମଧୁଙ୍କ ମାଆ ପାଟନାରୁ ଦିଲ୍ଲୀ ଆଜି ଆସୁଛନ୍ତି। ଏହାପରେ ମଧୁଙ୍କ ଡ଼ିଏନଏ ଟେଷ୍ଟ କରାଯିବ।

odia sambada
Comments (0)
Add Comment