ବଢ଼ିବାକୁ ଯାଉଛି ସ୍ମାର୍ଟଫୋନର ମୂଲ୍ୟ, ନୂଆଁ ମୋବାଇଲ କିଣିବାର ଥିଲେ ଆଉ ଅପେକ୍ଷା କରନ୍ତୁ ନାହିଁ

Price Hike in Smartphones Due to Expensive Chip Production: ଆଜିର ସମୟରେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ ରହିଥାଏ ଏବଂ ମାର୍କେଟରେ ଏତେ ବ୍ରାଣ୍ଡସ ସ୍ମାର୍ଟଫୋନ ଆସେ ଯେ ଲୋକମାନେ କିଛି ବର୍ଷ ପରେ ପୁଣି ଗୋଟିଏ ନୂଆଁ ସ୍ମାର୍ଟଫୋନ କିଣି ପକାନ୍ତି । ଯଦି ଆପଣ ମଧ୍ୟ ଗୋଟିଏ ନୂଆଁ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆଉ ଅପେକ୍ଷା କରନ୍ତୁ ନାହିଁ, ଫୋନ୍ ନେବାର ଅଛି ଯଦି ତୁରନ୍ତ ନିଅନ୍ତୁ । ଏହା ଏଥିପାଇଁ କୁହାଯାଉଛି ଯେ କାରଣ ସ୍ମାର୍ଟଫୋନର ମୂଲ୍ୟ ବହୁତ୍ ବଢିଯାଇପାରେ ।

ତୁରନ୍ତ କିଣି ନିଅନ୍ତୁ Smartphone, ନଚେତ୍ ବଢିପାରେ ମୂଲ୍ୟ :-

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ନିକଟରେ ଗୋଟିଏ ରିପୋର୍ଟ୍ ସାମ୍ନାକୁ ଆସିଛି, ଯାହା ଅନୁଯାୟୀ Samsung ଆସନ୍ତା ମାସରେ ଚିପ ପ୍ରଡକ୍ସନ ପାଇଁ ବ୍ୟବହାର ହେଉଥିବା ସର୍ଭିସେଜର ମୂଲ୍ୟକୁ ବଢ଼ାଇବା ପାଇଁ ଚିନ୍ତା କରୁଛି । କୁହାଯାଉଛି ଯେ ଚିପ ପ୍ରଡକ୍ସନ ପାଇଁ ବ୍ୟବହାର ହେଉଥିବା ସେବା ଗୁଡ଼ିକର ମୂଲ୍ୟକୁ 15 ରୁ 20 ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇପାରେ ।

କାହିଁକି ବଢିପାରେ ସ୍ମାର୍ଟଫୋନର ଦାମ :-

ଯଦି ଆପଣ ଭାବୁଛନ୍ତି ଯେ Samsung ର ଏହି ପଦକ୍ଷେପ ଦ୍ଵାରା ସ୍ମାର୍ଟଫୋନର ମୂଲ୍ୟ କାହିଁକି ବଢିପାରେ, ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବୁ । ଆପଣଙ୍କୁ କହିରଖୁଛୁ ଯେ ଅଧିକାଂଶ ସ୍ମାର୍ଟଫୋନ୍, ଟ୍ୟାବଲେଟ ଏବଂ ଗେମିଙ୍ଗ କନ୍ସୋଲରେ ଏହି ଚିପ୍ସ ବ୍ୟବହାର ହୋଇଥାଏ ଏବଂ ଏହି କାରଣରୁ ଏହା ଅନୁମାନ କରାଯାଇପାରେ ଯେ ଲୋକଙ୍କ ପାଇଁ ମୂଲ୍ୟ ଅଧିକ ହୋଇଯିବ ।

Samsung କାହିଁକି ବଢ଼ାଉଛି ଚିପ୍ସର ମୂଲ୍ୟ :-

ଆପଣ ହୁଏତ ଜାଣିନଥିବେ ଯେ Samsung ଦୀର୍ଘ ସମୟ ଧରି ନିଜ ଚିପ୍ସର ପ୍ରଡକ୍ସନର ମୂଲ୍ୟରେ କୌଣସି ବୃଦ୍ଧି କରିନାହିଁ । ବର୍ତ୍ତମାନ କୋଭିଡ ମାମଲା, ମେଟେରିଆଲର ମୂଲ୍ୟ ବୃଦ୍ଧି ଏବଂ ମାର୍କେଟର ଅସ୍ଥାୟୀ ଅବସ୍ଥାକୁ ଦେଖି ଏହି ବ୍ରାଣ୍ଡ ସେମିକଣ୍ଡକ୍ଟର ପ୍ରଡକ୍ସନ ପ୍ରୋଗ୍ରାମର ମୂଲ୍ୟକୁ ବଢାଇ ଦେଇଛି ଏବଂ ଏହାର ପ୍ରଭାବ ସ୍ମାର୍ଟଫୋନର ମୂଲ୍ୟ ଉପରେ ମଧ୍ୟ ପଡିପାରେ ।

odia sambada
Comments (0)
Add Comment