ସ୍ମାର୍ଟଫୋନ ଅଧିକ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନୂଆ ରିସର୍ଚ୍ଚ ଅନୁସାରେ ସାମ୍ନାକୁ ଆସିଲା ଖତରନାକ ତଥ୍ୟ

ଆଜିର ସମୟରେ ବୋଧହୁଏ ଏମିତି କେହି ନଥିବେ ଯିଏକି ମୋବାଇଲ ବ୍ୟବହାର କରୁନଥିବେ। ଆଜି ସମୟରେ ଆମେ ନିଜର ପ୍ରତ୍ୟେକ କାମରେ ମୋବାଇଲ ବ୍ୟବହାର କରୁଛନ୍ତି କ ଏହା ଆମର କାମକୁ ସହଜରେ କରିଦେଇଥାଏ। ଏବେଏବେ ସାପିଏନ୍ସ ଲାବରୁ ରିସର୍ଚ୍ଚ ମାଧ୍ୟମରେ ଏମିତି ଖତରନାକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Sapiens ଜାରିକଲା ନୂଆ ରିପୋର୍ଟ:-

ସାପିଏନ୍ସ ଲାବ ଏବେ ଏକ ରିସର୍ଚ୍ଚ କଣ୍ଡକ୍ଟ କରିଛି। ଏହି ରିସର୍ଚ୍ଚକୁ କରିଥିବା ୟୁଜର୍ସଙ୍କ କହିବା ଏହାକି ଯେ, 18 ରୁ 24 ବର୍ଷ ବୟସର ଯୁବାଙ୍କ ମାନସିକ ବିଗିଡିବାର ମୁଖ୍ୟ କାରଣ ଏହି ମୋବାଇଲ ହୋଇପାରେ। ରିପୋର୍ଟରୁ ଏହା ଜଣାପଡ଼ିଛି କି, ଯେତେବେଳେ ମୋବାଇଲ ନଥିଲା ସେତେବେଳେ ପିଲା 18 ବର୍ଷ ବୟସର ହେବାପର୍ଯ୍ୟନ୍ତ ଅଧିକାଂଶ ସମୟ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହିତ ବିତାଉଥିଲା ଓ ଏବେ ଏହି ସମୟ ବହୁତ ମାତ୍ରାରେ କମିଯାଇଛି।

ରିପୋର୍ଟରେ ହେଲା ଏହି ଖତରନାକ ଖୁଲାସା:

ରିସର୍ଚ୍ଚରେ ଯାହା ସାମ୍ନାକୁ ଆସିଲା ତାହା ହେଉଛି, ଯେଉଁମାନେ ବହୁତ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ଠାରେ ଆତ୍ମହତ୍ୟାର ଖୟାଲ ବହୁତ ଅଧିକ ଆସିଥାଏ। Sapiens Labs ର ପ୍ରମୁଖ ପ୍ରମୁଖ ବୈଜ୍ଞାନିକ ତାରା ଥିଆଗରାଜନଙ୍କ ଅନୁସାରେ ସ୍ମାର୍ଟଫୋନ ବ୍ୟବହାର ଏତେ ବଢ଼ିଗଲା ଯେ, ଏଥିରେ ଚାଲୁଥିବା ଲୋକେ ପରସ୍ପର ସହିତ କଥାବାର୍ତ୍ତା ହେବା ଭୁଲି ସାରିଲେଣି। ଯେତେବେଳେ ଲୋକେ ପରସ୍ପର ମୁହଁକୁ ଚାହୁଁନାହାଁନ୍ତି ସେତେବେଳେ ଲୋକେ ପରସ୍ପରର ଭାବ, ଶରୀରର ହାବ-ଭାବକୁ ମଧ୍ୟ ବୁଝି ପାରୁନାହାଁନ୍ତି। ସେମାନେ ଲୋକମାନଙ୍କ ସମସ୍ୟାକୁ ଆଉ ବୁଝି ପାରୁନାହାନ୍ତି ଓ ଅସଲ ଜୀବନରେ ଏହାକୁ ସମାଧାନ କରିବାରେ ମଧ୍ୟ ସକ୍ଷମ ହେଉନାହାଁନ୍ତି। ଏହାଦ୍ୱାରା ସେମାନେ ସମାଜ ସହିତ ଜଡ଼ିତ ହୋଇପାରୁନାହାଁନ୍ତି ଓ ତାଙ୍କ ମନରେ ଆତ୍ମହତ୍ୟାର ଭାବ ଜାତ ହେଉଛି।

ଏହି ରିସର୍ଚ୍ଚ ଜରିଆରେ ମୋଟ 34 ଟି ଦେଶର ଡାଟା ଏକତ୍ରିତ କରାଗଲା ଓ ଦେଖାଗଲା ଯେ, ସ୍ମାର୍ଟଫୋନରେ ଲୋକମାନଙ୍କ ନିର୍ଭରତା 2010 ରୁ ଆରମ୍ଭ ହୋଇଯାଇଛି। ଆମେ ଆପଣଙ୍କୁ ଏହି ଉପଦେଶ ଦେବୁ କି, ନିଜ ଫୋନର ଗୁଲାମ ହୁଅନ୍ତୁ ନାହିଁ ଓ ନିଷ୍ପତ୍ତି ନିଅନ୍ତୁ ଆପଣଙ୍କୁ କେତେ ସମୟ ନିଜର ମୋବାଇଲ ବ୍ୟବହାର କରିବାକୁ ହେବ।

odia sambada
Comments (0)
Add Comment