ଘରକୁ ଶଉତୁଣୀ ଆଣିବାପରେ କ୍ରୋଧିତ ହୋଇଗଲେ ପତ୍ନୀ, ଏହାପରେ ସାରା ଘରକୁ ଜାଳିଦେଲେ। ଯାହାଦ୍ୱାରା ଦୁଇଜଣଙ୍କ ମୃତ୍ୟୁ

ବିହାରର ଦରଭଙ୍ଗା ଜିଲ୍ଲା ବିରୋଉଲ ଥାନା କ୍ଷେତ୍ରରେ ଦୁଇ ପତ୍ନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଜଣେ ପତ୍ନୀ ପ୍ରତିଶୋଧ ନିଆଁରେ ଏମିତି ପଦକ୍ଷେପ ଉଠାଇଲେ ଯେ, ସାରା ପରିବାରକୁ ଏହା ଭୋଗିବାକୁ ପଡ଼ିଛି। ପ୍ରତିଶୋଧ ନିଆଁରେ ଜଳୁଥିବା ପ୍ରଥମ ପତ୍ନୀ ପେଟ୍ରୋଲ ପକାଇ ଘରେ ନିଆଁ ଲଗାଇଦେଲେ। ଯେଉଁଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା ଓ ଏମାନଙ୍କ ମଧ୍ୟରୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା।

10 ବର୍ଷ ପୂର୍ବରୁ କରିଥିଲେ ପ୍ରଥମ ବିବାହ:-

ଜଣେ ପୋଲିସ ଅଧିକାରୀ କହିଥିଲେ ଯେ, ଶେଖପୁରା ମୋହଲାରେ ରହୁଥିବା ଖୁର୍ସିଦ ଆଲମଙ୍କ ବିବାହ ପାଖାପାଖି 10 ବର୍ଷ ପୂର୍ବରୁ ପରବୀନ ବିବିଙ୍କ ସହିତ ହୋଇଥିଲା କିନ୍ତୁ କୁହାଯାଉଛି ତାଙ୍କ ଠାରୁ କୌଣସି ସନ୍ତାନ ନହେବା କାରଣରୁ ଖୁର୍ସିଦ, ରୋଶନୀ ଖାତୁନଙ୍କ ସହିତ ଦ୍ବିତୀୟ ବିବାହ କରିଥିଲେ।

ଉଭୟ ପତ୍ନୀଙ୍କ ମଧ୍ୟରେ ବିବାଦ:-

ସୂଚନା ଅନୁଯାୟୀ ଉଭୟ ପତ୍ନୀଙ୍କ ମଧ୍ୟରେ ବିବାଦ ହେବାକୁ ଲାଗିଲା। ଖୁର୍ସିଦ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ମଧ୍ୟରେ ଦ୍ଵିତୀୟ ପତ୍ନୀଙ୍କୁ ନେଇ ମଧ୍ୟ ଝଗଡ଼ା ହେଉଥିଲା। ପରବୀନ ଚାହୁଁନଥିଲେ କି, ତାଙ୍କ ସ୍ବାମୀ ଦ୍ବିତୀୟ ପତ୍ନୀ ସହିତ କୌଣସି ପ୍ରକାରର ସମ୍ଵନ୍ଧ ରଖନ୍ତୁ।

ସାରା ଘରେ ଲଗାଇଦେଲେ ନିଆଁ:-

ଆରୋପ ଏହା ହେଉଛି କି, ଶୁକ୍ରବାର ଦିନ ରାତିରେ ମଧ୍ୟ ଏହାକୁ ନେଇ ବହୁତ ବିବାଦ ହୋଇଥିଲା। ଏହାପରେ ପରବୀନ ସମ୍ପୂର୍ଣ୍ଣ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ପରବୀନ ସହିତ ଘରର ସମସ୍ତ ଚାରି ସଦସ୍ୟ ସମ୍ପୂର୍ଣ୍ଣ ଭାବରେ ଘାୟଲ ହୋଇଗଲେ। ବିରୌଲ ପୋଲିସ ପୋଲିସ ଉପାଧୀକ୍ଷକ ମନୀଷ କୁମାର ଆଇଏଏନଏସ ଙ୍କୁ କହିଲେ କି, ଏହି ଘଟଣାରେ ଘଟଣାସ୍ଥଳରେ ପରବୀନ ଓ ତାଙ୍କ ଶାଶୁ ରୁଫୈଦାଙ୍କର ମୃତ୍ୟୁ ହୋଇଗଲା। ଯେଉଁଥିରେ ଖୁର୍ସିଦ ଓ ରୋଶନୀ ସମ୍ପୂର୍ଣ୍ଣ ଭାବରେ ଆହତ ହୋଇଯାଇଥିଲେ। ସେ କହିଥିଲେ ଘଟଣାର ସୂଚନା ମିଳିବାପରେ ପୋଲିସ ଆହତ ଲୋକଙ୍କୁ ହସ୍ପିଟାଲ ପଠାଇଦେଲେ।

ମାମଲାର ଯାଞ୍ଚ କରୁଛି ପୋଲିସ:-

ସୂତ୍ର ତରଫରୁ ଆଉ ଏକ ଖବର ଆସିଛି କି, ଚିକିତ୍ସା ସମୟରେ ରୋଶନୀ ଓ ଖୁର୍ସିଦଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ଏବେ ଏହାର ପୁଷ୍ଟି ବିରୌଲ ପୋଲିସ କରୁନାହିଁ। ପୋଲିସ ଉପାଧୀକ୍ଷକ ବତାଇଛନ୍ତି କି, ପୋଲିସ ବର୍ତ୍ତମାନ ସାରା ମାମଲାର ଯାଞ୍ଚ କରୁଛି।

odia sambada
Comments (0)
Add Comment