ବରକୁ ବରଯାତ୍ରୀରୁ ଅଚାନକ ଯିବାକୁ ପଡ଼ିଲା ହସ୍ପିଟାଲ, କାରଣ ଜାଣିବାରୁ ବାହାଘର ଭାଙ୍ଗିଦେଲା କନ୍ୟା

ଆଜିର ଦିନରେ ବିବାହ ସିଜିନ ଚାଲିଛି। ଏମିତିରେ କୁଆଁରା ଲୋକ ନିଜ ନିଜର ଯୋଡ଼ି ବନାଇ ବିବାହ କରୁଛନ୍ତି। କିଛି ଲୋକ ଏମିତି ଅଛନ୍ତି ଯାହାକୁ ଏବେବି ନିଜର କନ୍ୟାଙ୍କ ସନ୍ଧାନ ରହିଛି। କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯାହାଙ୍କୁ କନ୍ୟା ତ ମିଳୁଛନ୍ତି କିନ୍ତୁ ତାଙ୍କ ହରକତ କାରଣରୁ ସେ ନିଜ ଗୋଡ଼ରେ କୁରାଢ଼ୀ ମାରି ବସୁଛନ୍ତି। କିଛି ଏମିତି ଏକ ମାମଲା ୟୁପିରୁ ସାମ୍ନାକୁ ଆସିଛି।

ନିଚଲୌଲ ଅଞ୍ଚଳର ଅଟେ ଏହି ଘଟଣା:-

ଏହି ଘଟଣା ୟୁପିର ମହାରାଜଗଞ୍ଜ ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ନିଚ୍ଚଲୌଲ ଗାଁକୁ ଏକ ବରଯାତ୍ରୀ ଆସିବାର ଥିଲା। ବରଯାତ୍ରୀକୁ ଏଠାରେ ସମସ୍ତେ ଆଦର କରୁଥିଲେ। ଝିଅ ଘର ଲୋକେ ସମସ୍ତ ପ୍ରକାରର ପ୍ରସ୍ତୁତି କରି ରଖିଥିଲେ ଓ କୌଣସି ପ୍ରକାରର ଅବହେଳା କରିନଥିଲେ।

ଗାଁ ରୁ ମୋବାଇଲ ଜରିଆରେ ବରାଯାତ୍ରୀଙ୍କ ପତା ଲଗାଯାଉଥିଲା। ବାରମ୍ବାର ପଚରାଯାଉଥିଲା ବରଯାତ୍ରୀ କେଉଁଠି ପହଞ୍ଚିଲାଣି। ସୂଚନା ଆସିଥିଲା କି, ବରଯାତ୍ରୀ ବାହାରି ସାରିଛି। ବରଯାତ୍ରୀ ଜଲଦି ବିବାହ ସମାରୋହରେ ପହଞ୍ଚିବାର ଥିଲା। ଏହାପରେ ସମସ୍ତେ ଫୁଲମାଳା ନେଇ ବରଯାତ୍ରୀ ଅପେକ୍ଷାରେ ଛିଡ଼ା ହୋଇଯାଇଥିଲେ।

ବରଯାତ୍ରୀ ବିଳମ୍ବ ହେଲା ଓ ବର ଦେହ ହେଲା ଖରାପ:-

କିଛି ସମୟ ପର୍ଯ୍ୟନ୍ତ ଲୋକେ ବରଯାତ୍ରୀକୁ ଅପେକ୍ଷା କଲେ। କିଛି ସମୟ ବିଳମ୍ବ ହେବା ଦେଖି ଝିଅ ଘର ପକ୍ଷଙ୍କୁ ଚିନ୍ତା ହେବାକୁ ଲାଗିଲା। ତାଙ୍କ ହିସାବରେ ବରଙ୍କୁ ଏପର୍ଯ୍ୟନ୍ତ ବିବାହ ସମାରୋହରେ ପହଞ୍ଚିଯିବା ଉଚିତ। ଏହାପରେ ବରପକ୍ଷକୁ ଫୋନ କରାଯାଇ ବିଳମ୍ବ ହେବାର କାରଣ ପଚରାଗଲା।

ବରପକ୍ଷ କାରଣ ଦର୍ଶାଇ କହିଥିଲେ କି, ବରର ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଏତିକି ଶୁଣି ଝିଅ ଘରଲୋକେ ବରର ଖବର ନେବାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାର ପହଞ୍ଚିଗଲେ।

କନ୍ୟା କାହିଁକି ବିବାହ କରିବାକୁ ମନାକଲେ:-

ଯେତେବେଳେ କନ୍ୟା ଘରଲୋକେ ସେଠାରେ ପହଞ୍ଚିଥିଲେ ସେମାନେ ଅସୁସ୍ଥ ହେବାର କାରଣ ପଚାରିଥିଲେ। ପ୍ରଥମେ ତ ବରପକ୍ଷ ଲୋକ କଥା ଲୁଚାଇଥିଲେ ଓ ପରେ ସେମାନେ ସତକଥା କହିଥିଲେ କି, ବର ମଦୁଆ ଅଟେ ଓ ସେ ବରଯାତ୍ରୀ ଦିନ ହିଁ ନିଜ ବନ୍ଧୁ ମାନଙ୍କ ସହିତ ମିଶି ମଦ ପିଇଥିଲା, ଯେଉଁ। କାରଣ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା।

ଝିଅ ଘରଲୋକେ ସତକଥା ଜାଣି ଘରେ ପହଞ୍ଚିଲେ। ଯେତେବେଳେ କନ୍ୟାକୁ ବି ଏହିକଥା ଜଣାଗଲା ସେ ହଇରାଣ ହୋଇଗଲେ ଓ କ୍ରୋଧରେ ସେ ମଦୁଆ ଯୁବକ ସହିତ ବିବାହ କରିବାକୁ ମନା କରିଦେଲେ। ଏହାପରେ ସେଠାରେ ହଇଚଇ ମଚିଗଲା। ମାମଲା ବର୍ତ୍ତମାନ ସୁଦ୍ଧା ପୋଲିସକୁ ଦିଆଯାଇନାହିଁ।

odia sambada
Comments (0)
Add Comment