ସବୁ ଖୁସି ବଦଳିଗଲା ଦୁଃଖରେ, ବରଯାତ୍ରୀ ନେଇ ଯିବାପାଇଁ ପ୍ରସ୍ତୁତ ଥିଲା ବର, ସାନଭାଇ ଭୂଷିଦେଲା ଛୁରୀ

ବାସ୍ତବରେ ଏହି ମାମଲା ନବଲପୂର ଥାନା ଅଞ୍ଚଳର ଢ଼ଢ଼ବା ଭବନିପୁର ଗାଁର ବୋଲି କୁହାଯାଉଛି । ମାମଲାଟି ମେ 12 ତାରିଖ ଗୁରୁବାର ଦିନର ଅଟେ । ନନ୍ଦକିଶୋର ପାଠକ ନିଜର ବଡ ପୁଅ ଦୀପକ ପାଠକଙ୍କ ବିବାହ ଯୋଗାପଟ୍ଟିର କଚହରି ଟୋଲା ପିପରା ନୌରଙ୍ଗିଆରେ ସ୍ଥିର କରିଥିଲେ । ବିବାହ ଦିନ ଦୀପକ ମୁଣ୍ଡରେ ପଗଡି ଏବଂ ବିବାହ ପୋଷାକ ପିନ୍ଧି ବରଯାତ୍ରୀ ନେବାକୁ ରେଡି ହୋଇଗଲା । ସେପଟେ ତାଙ୍କ ସାନଭାଇ ରୋସନ ପାଠକ ଓରଫ ଛୋଟୁ ସମ୍ପର୍କୀୟଙ୍କ ସହିତ ଗୋଟିଏ ଗଛ ତଳେ ବସିଥିଲା ।

ତାପରେ ଜଣାନାହିଁ କଣ ହେଲା କେଜାଣି, ଅଚାନକ ରୋସନ୍ ଛୁରୀ ନେଇ ଆସିଲା ଏବଂ ଦୀପକ ଉପରେ ଆକ୍ରମଣ କରିଦେଲା । ଏହି ଆକ୍ରମଣ ଦ୍ଵାରା ଦୀପକ ଗୁରୁତର ଆହତ ହୋଇଗଲା । ସେପଟେ ଲୋକମାନେ ଯେତେବେଳେ ମଝିକୁ ଦୀପକଙ୍କୁ ବଞ୍ଚାଇବା ପାଇଁ ଆସିଲେ, ସେତେବେଳେ ରୋଷନ ସେମାନଙ୍କୁ ଛୁରୀ ଦେଖାଇବାକୁ ଲାଗିଲା । ବରଯାତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ ଜୋରରେ ଚିତ୍କାର କରିବାକୁ ଲାଗିଲା ଯେ ‘ ଯିଏ ବି ମୋ ସାମ୍ନାକୁ ଆସିବ, ତାକୁ ଛୁରୀ ମାରିଦେବି ।’

ଆହତ ହେବା ସତ୍ତ୍ୱେ ମଧ୍ୟ ବର ବାହାର କଲା ବରଯାତ୍ରୀ :-

ତେବେ ଅତିଥିମାନେ ବହୁତ୍ କଷ୍ଟରେ ତାକୁ କାବୁ କଲେ ଏବଂ ଧରିନେଇ ପୋଲିସକୁ ସୂଚନା ଦେଲେ । ସେପଟେ ଆହତ ବର ଦୀପକଙ୍କୁ ପରିବାର ଲୋକେ ସ୍ଥାନୀୟ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର ଯୋଗାପଟ୍ଟିରେ ଚିକିତ୍ସା କରିବାକୁ ନେଇଗଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଚିକିତ୍ସା କରାଯିବା ପରେ ଦୀପକ ସେହି ଦିନ ହିଁ ନିଜର ବରଯାତ୍ରୀ ବାହାର କଲେ ଏବଂ ବିବାହ ମଧ୍ୟ କଲେ । ଅନ୍ୟ ପଟରେ ପୋଲିସ ତାଙ୍କ ସାନଭାଇକୁ ଗିରଫ କରିନେଲା ।

ଏହି ମାମଲାରେ ନବଲପୂର ଥାନା ଅଧ୍ୟକ୍ଷ ଯୋଗେନ୍ଦ୍ର ପ୍ରସାଦ ସିଂହଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ପୀଡିତ ଦୀପକ ପାଠକଙ୍କ ଅଭିଯୋଗ ଉପରେ ତାଙ୍କ ସାନଭାଇ ରୋଷନ ପାଠକ ଓରଫ ଛୋଟା ଡନ ବିରୋଧରେ କେସ କରିଛନ୍ତି । ଆମେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଦେଇଛୁ । ବର୍ତ୍ତମାନ ପୋଲିସ ମାମଲାକୁ ଯାଞ୍ଚ କରୁଛି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜଣେ ଭାଇ ବିବାହ ଦିନ ଅନ୍ୟ ଭାଇ ଉପରେ କାହିଁକି ଆକ୍ରମଣ କଲା ? ଏହାର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଖପାଖର ଲୋକମାନେ କହିଛନ୍ତି ଯେ ସାନଭାଇ ଆଜିକାଲି ଅନେକ ପ୍ରକାରର ନିଶାଦ୍ରବ୍ୟ ଖାଉଥିଲା । ଘରଲୋକେ ମଧ୍ୟ ତା ପାଇଁ ବହୁତ୍ ଚିନ୍ତାରେ ରହୁଥିଲେ । ସେ ଟିକେ ମେଣ୍ଟାଲ ଟାଇପର ମଧ୍ୟ ଅଟେ । ଯେକୌଣସି ସମୟରେ କିଛି ବି କରିଦିଏ ଏବଂ କହିଦିଏ ।

odiasambada
Comments (0)
Add Comment