ସରକାର ଙ୍କ ନୂଆ ଯୋଜନା ଅନୁସାରେ ଏବେ ଚାକିରୀ ଚାଲିଗଲେ ମଧ୍ୟ ମିଳିବ ଆର୍ଥିକ ସହାୟତା

ତେବେ ପ୍ରାୟତଃ ଯେତେ ଯାହା କରିଲା ପରେ ମଧ୍ୟ ଆମ ସରକାର ଦେଶରୁ ବେକାରୀ ସମସ୍ୟା ଦୂର କରିବାରେ ବିଫଳ ରହି ଆସିଛନ୍ତି । କିନ୍ତୁ ଆଉ କିଛି ଦେଶ ମଧ୍ୟ ଏପରି ଅଛି ଯାହାର ସରକାର କୌଣସି କାରଣରୁ ଯଦି ଆପଣଙ୍କ ଚାକିରି ଚାଲିଯାଏ ତେବେ ତାଙ୍କୁ ବେରୋଜଗାରୀ ବୀମାର ସୁବିଧା ଦିଆଯିବ ଏବଂ ସେହି ଅନୁସାରେ ମାସକୁ ମାସ ଆର୍ଥିକ ରୂପେ ସାହାଯ୍ୟ ମଧ୍ୟ କରାଯିବ ।

ତେବେ ହଁ ଆଜ୍ଞା ବନ୍ଧୁଗଣ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଖବରଟି ସମ୍ପୂର୍ଣ ରୂପରେ ସତ୍ୟ । ତେବେ ସେମିତି ଏକ ଦେଶ ହେଉଛି ୟୁ-ଏ-ଇ ( ସଂଯୁକ୍ତ ଆରବ ଏମିରଟ ) । ତେବେ ଆପଣ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଯେ ୟୁ-ଏ-ଇ ହେଉଛି ବହୁତ ସମୃଦ୍ଧିଶାଳୀ ଓ ବିକଶିତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ଗରିବୀ ର ଚିହ୍ନ ବର୍ଣ୍ଣ ମଧ୍ୟ ନାହିଁ । ସେଠାକାର ସରକାର ସବୁଥିରେ ଅଗ୍ରଣୀ । ତେବେ ନିକଟରେ ସେଠାକାର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସକ ତାଙ୍କର କର୍ମଚାରୀ ମାନଙ୍କ ପାଇଁ ଏକ ବରୋଜଗାରୀ ବୀମାର ଶୁଭାରମ୍ଭ କରିଛନ୍ତି ।

ଯାହାକି ସେଠାକାର ଏକ ସରକାରୀ ନ୍ୟୁଜ ଏଜେନ୍ସି ପ୍ରକାଶ କରିଛି । ଆଉ ଏହି ଘୋଷଣା ସମ୍ବନ୍ଧରେ ଏକ କନ୍ଫେରେନ୍ସ ମାଧ୍ୟମରେ ସେଠାକାର ସରକାର ସୂଚନା ଦେଇଛନ୍ତି । ତେବେ ଉକ୍ତ ବରୋଜଗାରୀ ବୀମା ଅନୁସାରେ ଯଦି ସେଠାକାର ନାଗରିକ କୌଣସି କାରଣ ରୁ ନିଜର ଚାକିରୀ ହରାନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ପରବର୍ତ୍ତୀ କୌଣସି ଚାକିରୀ ମିଳିବା ପର୍ଯ୍ୟନ୍ତ ସରକାର ବୀମା ଟଙ୍କା ରାଶି ଯୋଗାଇଦେବେ ।

କିନ୍ତୁ ଏହା ପୂର୍ବରୁ ୨୦୨୩ ମସିହା ଭିତରେ ବରୋଜଗାରୀ ବୀମା ଯୋଜନାରେ ଅନ୍ତର୍ଭୁ୍ତ ହେବାକୁ ହେବ । ତାପରେ ଯାଇ ଏହି ଯୋଜନାରେ ଯଦି ଚାକିରୀ କୌଣସି କାରଣରୁ ଗଲା ତେବେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଯେତିକି ଦରମା ପୂର୍ବରୁ ପାଉଥିବେ ତାର ୬୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଦେବେ । ତେବେ ଏହା ୟୁ-ଏ-ଇର ସରକାରୀ ତଥା ବେସରକାରୀ ଉଭୟ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି । ଯାହା ଫଳରେ ସେଠାରେ ଥିବା ସମସ୍ତ କର୍ମଚାରୀ ନାଗରିକଙ୍କ ପାଇଁ ଏକ ଭଲ ଫାଇଦା ହେବ ।

odia sambada
Comments (0)
Add Comment