ଏଥର ଆଗୁଆ ଆସୁଛି ମୌସୁମୀ, ସ୍ୱାଭାବିକ୍ ବର୍ଷା ହେବାର ସମ୍ଭାବନା । ଚାଷୀଙ୍କୁ ହେବ ଫାଇଦା

ଚଳିତ ବର୍ଷ ଚାଲିଥିବା ଅସହ୍ୟ ଗୁଳୁଗୁଳି ଓ ଗରମ ଭିତରେ ସମସ୍ତଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଥର ସଅଳ ଛୁଁଇବ ମୌସୁମୀ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ମେ’ ୧୫ ତାରିଖରେ ପହଞ୍ଚିବ । ମୌସୁମୀ ଏଥର ଶୀଘ୍ର ଆଗମନ କରୁଥିବା ଭାରୀତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗରକୁ ଆଗୁଆ ଅଗ୍ରସର ହେଇଥିବା ବେଳେ ମେ’ ୧୫ ସୁଦ୍ଧା ବଙ୍ଗୋପସାଗରରେ ପ୍ରବେଶ କରିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ଏହାର ପୂର୍ବାନମାନ କରାଯାଇଛି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଆଗୁଆ ମୌସୁମୀ ପାଇଁ ପାଗ ଅନୁକୁଳ ଅଛି । ତେଣୁ କେରଳ ଛୁଇଁବା ଏଥର ବେଶୀ ବିଳମ୍ବ ହେବ ନାହିଁ । ପ୍ରାୟ ମେ ୨୭ ଆଡ଼କୁ ମୌସୁମୀ କେରଳ ଛୁଇଁବ । ଗତ କିଛି ଦିନ ହେବ ଅସମ୍ଭାଳ ତାତି ଦେଶବସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ଏବେ ଆଗୁଆ ମୌସୁମୀ ଖବର ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତ କରିଛି ।

ତେବେ ସାଧାରଣତଃ ପ୍ରତିବର୍ଷ କେରଳରେ ଜୁନ୍‌ ପ୍ରଥମ ସପ୍ତାହ ଆଡ଼କୁ ମୌସୁମୀ ପହଞ୍ଚିଥାଏ । ଏବର୍ଷ କିନ୍ତୁ ସପ୍ତାହେ ଆଗରୁ ଛୁଇଁପାରେ । ଯାହାକି ଚାଷୀ ଭାଇ ମାନଙ୍କ ପାଇଁ ଖୁସିର ଖବର । କାରଣ ଦକ୍ଷିଣ-ପଶ୍ଚିମରୁ ମୌସୁମୀ କୃଷି କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବରେ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ସୂଚନା ନାହିଁ । ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।

ଲଙ୍ଗ ପରିୟଡ୍‌ ଆଭରେଜ ବର୍ଷା ପରିମାଣ ୯୯ ପ୍ରତିଶତ ଆକଳନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆଉ ମଧ୍ୟ କୁହାଯାଛି ଯେ, ଆଗାମୀ ୫ ଦିନ ମଧ୍ୟରେ ଆଣ୍ଡାମାନ ନିକୋବରରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭବାନା ରହିଛି । ମେ ୧୪ ରୁ ୧୬ ମଧ୍ୟରେ କେତେକ ସ୍ଥାନରେ ଭୀଷଣ ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଆଣ୍ଡାମାନ୍ ସାଗର ଉପରେ ୪୦ରୁ ୫୦ କିମି ମଧ୍ୟରେ ପବନ ବହିବାର ସମ୍ଭାବନା ରହିଛି ।

odia sambada
Comments (0)
Add Comment