ଫୋନ ପେ ଆପ ଦେଉଛି ପ୍ରତିଦିନ 300 ଟଙ୍କା କମାଇବାର ମୌକା, ଜାଣନ୍ତୁ କେମିତି

ବର୍ତ୍ତମାନ ଯୁଗରେ ଡ଼ିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦିଆଯାଉଛି। ଏହାପୂର୍ବରୁ ଡେବିଟ ଓ କ୍ରେଡିଟ କାର୍ଡ଼ ଜରିଆରେ ପେମେଣ୍ଟ ହେଉଥିଲା କିନ୍ତୁ ଏବେ ୟୁପିଆଇ ପେମେଣ୍ଟ ଯୋଗୁଁ ଫୋନ ପେ ଟ୍ରେଣ୍ତରେ ଚାଲିଛି। ଡ଼ିଜିଟାଲ ଦୁନିଆରେ ପେମେଣ୍ଟର ସମ୍ପୂର୍ଣ୍ଣ ଉପାୟ ବଦଳିଯାଇଛି। ଡ଼ିଜିଟାଲ ପେମେଣ୍ଟରେ ଫୋନ ପେ ଓ ଅନ୍ୟ ୟୁପିଆଇ ପ୍ଲାଟଫର୍ମ କ୍ୟାଶବ୍ୟାକ ଦେଉଛନ୍ତି। ଯଦି ଆପଣଙ୍କ ମୋବାଇଲରେ ଫୋନ ପେ ଆପ ପୂର୍ବରୁ ରହିଛି ତାହେଲେ ଆପଣ ପ୍ରତିଦିନ 300 ଟଙ୍କା ଅତିସହଜରେ କମାଇପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ପରିଶ୍ରମ କିମ୍ବା ମାର୍କେଟିଂର ଆବଶ୍ୟକତା ନାହିଁ ବାସ ଆପଣଙ୍କୁ ମନି ଟ୍ରାନ୍ସଫର ଜରିଆରେ ଟଙ୍କା କମାଇବାକୁ ହେବ।

ଫୋନ ପେ ଆପରୁ କେମିତି କମାଇବେ ଟଙ୍କା:-

ଆପଣଙ୍କ ମୋବାଇଲରେ ଯଦି ଫୋନ ପେ ନାହିଁ ତାହେଲେ ତୁରନ୍ତ ପ୍ଲେଷ୍ଟୋରରୁ ଡାଉନଲୋଡ଼ କରନ୍ତୁ। ଏହାକୁ ଡାଉନଲୋଡ଼ କରିବାପରେ ଆପଣଙ୍କ ଫୋନ ନମ୍ବର ଦେଇ ଆକାଉଣ୍ଟ ବନାଇ ନିଅନ୍ତୁ। ଏହାପରେ କୌଣସି ଦ୍ବିତୀୟ ଫୋନ ପେ ୟୁଜର୍ସଙ୍କୁ ଆରମ୍ଭରୁ 200 କିମ୍ବା ଅଧିକ ଟଙ୍କା ପଠାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଖାତାକୁ 100 ଟଙ୍କାର କ୍ୟାଶବ୍ୟାକ ଆସିଯିବ। ଏହିପରି ଭାବରେ ଆପଣ 5 ଥର ପର୍ଯ୍ୟନ୍ତ 100 ଟଙ୍କାର କ୍ୟାଶବ୍ୟାକ ଗ୍ରହଣ କରିପାରିବେ।

କ୍ୟାଶବ୍ୟାକ ଅନ ଇଲେକ୍ଟ୍ରିସିଟି ବିଲ ପେମେଣ୍ଟ:-

ଫୋନ ପେ ଜରିଆରେ ଟଙ୍କା କମାଇବାର ଦ୍ଵିତୀୟ ଉପାୟ ଏହାକି ଯେ ଆପଣ ନିଜ ଘରର ଇଲେକ୍ଟ୍ରିସିଟି ବିଲ ଫୋନ ପେ ଜରିଆରେ ପେ କରନ୍ତୁ। ପ୍ରଥମ ତିନୋଟି ବିଲରେ ଆପଣଙ୍କୁ 100 ଟଙ୍କାରୁ ଅଧିକ କ୍ୟାଶବ୍ୟାକ ମିଳିବ।

ମୋବାଇଲ ରିଚାର୍ଜରେ ମଧ୍ୟ ମିଳିବ କ୍ୟାଶବ୍ୟାକ:-

ଯଦି ଆପଣ ନିଜର ଫୋନ ପେ ଆପ ଦ୍ୱାରା ମୋବାଇଲ ରିଚାର୍ଜ କରୁଛନ୍ତି ତାହେଲେ ଆପଣଙ୍କୁ ଅଫର ଅନୁସାରେ 100 ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିଯିବ।

ଫୋନ ପେ ଆପକୁ ରେଫର କରି କମାଇପାରିବେ ଟଙ୍କା :-

ଯଦି ଆପଣଙ୍କ ପାଖରେ ଫୋନ ପେ ରହିଛି ତାହେଲେ ଆପଣ ନିଜର ବନ୍ଧୁଙ୍କୁ ରେଫର କରି ଟଙ୍କା କମାଇପାରିବେ। ପ୍ରତ୍ୟେକ ରେଫର ଜରିଆରେ ଆପଣଙ୍କୁ 100 ଟଙ୍କା ମିଳିଯିବ।

odiasambada
Comments (0)
Add Comment