ଯଦି ୱାଟର ସ୍ପ୍ରିଂକଲର ଫ୍ୟାନ କିଣୁଛନ୍ତି ତାହେଲେ ଆପଣଙ୍କୁ ଏସି ଦରକାର ପଡ଼ିବନାହିଁ, ଜାଣନ୍ତୁ ଏହି ଏସିର ଫାଇଦା ବିଷୟରେ

ଯଦି ଆପଣ ୱାଟର ସ୍ପ୍ରିଂକଲର ଫ୍ୟାନ କିଣୁଛନ୍ତି ତାହେଲେ ଆପଣଙ୍କୁ ଏସି ଆବଶ୍ୟକତା ପଡ଼ିବନାହିଁ ଓ ବଜାରକୁ ଏହି ଫ୍ୟାନ ଆସିସାରିଛି। ଏହାର ଦାମ ବହୁତ କମ ହୋଇଥିବାରୁ ଆପଣ ଏହାକୁ କିଣିବାପାଇଁ ନିଶ୍ଚୟ ମନ କରିବେ। ଆସନ୍ତୁ ଏହି ଫ୍ୟାନ ବିଷୟରେ ଜାଣିବା।

ଗରମ ଦିନରେ ଏସି ର ଆବଶ୍ୟକତା ବହୁତ ଅଧିକ ରହିଥାଏ। ପ୍ରାୟ ଲୋକଙ୍କ ପାଖରେ ଏତେ ବଜେଟ ନଥାଏ କି, ସେମାନେ ଏୟାର କଣ୍ଡିସନର ଆଫୋର୍ଡ କରିପାରିବେ। ଆଜିର ଦୁନିଆ ଟେକ୍ନୋଲୋଜିର ଦୁନିଆ ଅଟେ ଓ ଏମିତି ସବୁ ଜିନିଷ ଶସ୍ତା ଦାମରେ ମିଳୁଛି ଯେଉଁ ଗୁଡ଼ିକ ଏସି ଠାରୁ ମଧ୍ୟ ଭଲ ପବନ ପ୍ରଦାନ କରୁଛନ୍ତି। ପଙ୍ଖା ତ ସବୁ ବ୍ୟକ୍ତିଙ୍କ ଘରେ ଅଛି କଣ ଆପଣ ଏକ ପାଣି ଛିଞ୍ଚନ ପଙ୍ଖା ଦେଖିଛନ୍ତି କି ?

ଯଦି ଆପଣ ଏହି ଫ୍ୟାନ ବିଷୟରେ ଜାଣିନାହାଁନ୍ତି ତାହେଲେ ଆମେ ଏହି ଫ୍ୟାନ ବିଷୟରେ ଆପଣଙ୍କୁ ଜଣାଇବୁ। ଏହି ଫ୍ୟାନ ସିଲିଂ ଓ ଟେବୁଲ ଫ୍ୟାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ କାରଣ ଏହା ପାଣି ଛିଞ୍ଚି ଆମକୁ ଥଣ୍ଡା ପ୍ରଦାନ କରିଥାଏ।

ଏହି ଫ୍ୟାନ ଆପଣଙ୍କୁ ବହୁତ ଥଣ୍ଡା ଦେଇଥାଏ:-

ଯେଉଁ ପଙ୍ଖା ବିଷୟରେ ଆମେ କହୁଛୁ ସେହି ପଙ୍ଖା କୁ ୱାଟର ସ୍ପ୍ରିଂକଲର କୁହାଯାଏ। ଏହି ପଙ୍ଖା ସାଧାରଣ ପଙ୍ଖା ଠାରୁ ବହୁତ ଅଲଗା ଓ ଏହା ପବନ ସହିତ ପାଣିର ମେଳରେ ଛିଞ୍ଚିଥାଏ। ଏହିପରି ପଙ୍ଖା ଆପଣ ବିବାହ ଓ ବଡ଼ ପାର୍ଟି ମାନଙ୍କରେ ଦେଖିଥିବେ।

ଏହା ପାୱାରଫୁଲ କୁଲିଂ ପ୍ରଦାନ କରେ ଓ ପାଣି ଛିଞ୍ଚି ଗରମ ପବନକୁ ଥଣ୍ଡାରେ ପରିବର୍ତ୍ତନ କରିଥାଏ। ଘର ଓ ବାହାର ଉଭୟ ଜାଗା ଏଥିରେ ଥଣ୍ଡା ରହିଥାଏ।

ଏହିଭଳି କାମ କରିଥାଏ ୱାଟର ସ୍ପ୍ରିଂକଲର ଫ୍ୟାନ:-

ଯଦି ଆମେ କହିବା ଏହି ପଙ୍ଖା କେମିତି କାମ କରେ ତାହେଲେ ଦେଖିବା ଯେ, ଏହି ପଙ୍ଖାକୁ ୱାଟର ଟ୍ୟାପ ଜରିଆରେ କନେକ୍ଟ କରାଯାଇଥାଏ।

ଏହି ପଙ୍ଖାରେ ଛୋଟ ଛୋଟ ହୋଲ ରହିଥାଏ, ଯେତେବେଳେ ଆପଣ ୱାଟର ଟ୍ୟାଙ୍କକୁ ଚାଲୁ କରି ଏହି ପଙ୍ଖାକୁ ଚଳାଇବେ, ପାଣି ବାହାରିଥାଏ। ଏଥିରେ ଏକ ଶକ୍ତିଶାଳୀ ମୋଟର ଲାଗିଥିବା କାରଣରୁ ଏହା ବହୁତ ଦ୍ରୁତ ଗତିରେ ଚାଲି ଆମକୁ ଗରମ ଦାଉରୁ ରକ୍ଷା କରିଥାଏ।

ଆପଣ ଏହି ପଙ୍ଖାର ପବନକୁ ମଧ୍ୟ ସେଟ କରିପାରିବେ ଓ ଏହାସହ ଆପଣଙ୍କୁ କେତେ ପରିମାଣର ସ୍ପ୍ରିଂକଲର ଆବଶ୍ୟକ ତାକୁ ମଧ୍ୟ ସେଟ କରିପାରିବେ।

ଏମିତି କିଣନ୍ତୁ ୱାଟର ସ୍ପ୍ରିଂକଲର ଫ୍ୟାନ:-

ଯଦି ଆପଣ ଏହି ଫ୍ୟାନ କିଣିବାକୁ ଚାହୁଁଛନ୍ତି ତାହେଲେ ଇ-କମର୍ସ ୱେବସାଇଟ ଯଥା: ଫ୍ଲିପକାର୍ଟ ଓ ଆମାଜନ କୁ ଯାଇ କିଣିପାରିବେ।

ଆମାଜନରେ ୱାଟର ସ୍ପ୍ରିଂକଲର ଫ୍ୟାନ 4,197 ଟଙ୍କାରେ ମିଳୁଛି ଓ ଡିସ୍କାଉଣ୍ଟ ସହିତ ଆପଣଙ୍କୁ ଏହା 2,587 ଟଙ୍କାରେ ମିଳିବ। ପଙ୍ଖା କିଣିବା ସମୟରେ ଆପଣଙ୍କୁ ଏହାର ସମସ୍ତ ଆକ୍ସେସୋରିଜ ମିଳିବ ଓ ମାନୁଆଲ ଗାଇଡ଼ ଲାଇନ ମଧ୍ୟ ଦିଆଯିବ। ଏଥିରେ ଆପଣଙ୍କୁ ଦିଆଯାଇଥାଏ କେମିତି ଏହାର ପାର୍ଟ ଗୁଡ଼ିକୁ ଆସେମ୍ବଲ କରି ଏହାକୁ ବ୍ୟବହାର କରିବେ।

odia sambada
Comments (0)
Add Comment