କରୋନା ଭାଇରସ ସଂକ୍ରମଣ ଏଭଳି ବିପଦ ସୃଷ୍ଟି କରିଦେଲା ଯେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, କେବଳ ଏତିକି ନୁହେଁ ଲୋକଙ୍କୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡୁଛି । ଏଭଳି ଆର୍ଥିକ ଅବସ୍ଥାରେ ସମସ୍ତେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଘରର ଖର୍ଚ୍ଚ ଚଳାଇବା ପାଇଁ ଅସୁବିଧା ହେବନାହିଁ । ଯଦି ଆପଣଙ୍କର ଚାକିରୀ ନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
କାରଣ ଆଜିକାଲି ଏହିପରି ଅନେକ ବିଜନେସ ଚାଲିଛି, ଯାହା ମାଧ୍ୟମରେ ଆପଣ ଘରେ ବସି ବହୁତ୍ ଟଙ୍କା ରୋଜଗାର କରିବାର ସ୍ୱପ୍ନକୁ ପୂରଣ କରିପାରିବେ । କୁକୁଡ଼ା ଚାଷ ବିଜନେସ ଆରମ୍ଭ କରି ଆପଣ ଟଙ୍କା ରୋଜଗାର କରିପାରିବେ । କୁକୁଡ଼ା ଚାଷ ବିଜନେସ କରିବା ପାଇଁ ଆପଣଙ୍କୁ ଅଧିକ ନିବେଶ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଗାଁରେ ରହୁଥିବା ଲୋକଙ୍କ ପାଇଁ କୁକୁଡ଼ା ଚାଷ ଏକ ଭଲ ବିକଳ୍ପ ଅଟେ ।
କମ୍ ପଇସା ଖର୍ଚ୍ଚ କରି ଆରମ୍ଭ କରନ୍ତୁ ସହଜ ବିଜନେସ :-
ଯଦି ଆପଣ କୁକୁଡ଼ା ଚାଷ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହାର ଅନେକ ବଡ଼ ଫାଇଦା ମଧ୍ୟ ଦେଖିବାକୁ ମିଳେ । ଏହାକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡିବ ନାହିଁ । ଆପଣ କମ୍ ଟଙ୍କା ଖର୍ଚ୍ଚ କରି ସହଜରେ କୁକୁଡ଼ା ଚାଷ ବିଜନେସ ଆରମ୍ଭ କରିପାରିବେ । ଯେପର୍ଯ୍ୟନ୍ତ ଆପଣ ଅଧିକ ପରିମାଣରେ କୁକୁଡ଼ା ଚାଷ ଆରମ୍ଭ କରିବାକୁ ଚାହୁଁନାହାଁନ୍ତି, ସେପର୍ଯ୍ୟନ୍ତ ଆପଣଙ୍କର ବଡ଼ ସ୍ଥାନ ଦରକାର ମଧ୍ୟ ନାହିଁ ।
ଆପଣ ନିଜ ଘର କିମ୍ବା ଗାଁରେ କିଛି ଖାଲି ସ୍ଥାନରେ କୁକୁଡ଼ା ଚାଷ କରିପାରିବେ । ଯଦି ଆପଣ 1500 କୁକୁଡ଼ା ପାଳିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ସହଜରେ 50,000 ରୁ 1 ଲକ୍ଷ ଟଙ୍କା ଲାଭ ରୋଜଗାର କରିପାରିବେ ।
ସେହିପରି କୁକୁଡ଼ା ଚାଷ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ନାହିଁ, ଅଧିକାଂଶ ଲୋକ ଏହାକୁ ଆରମ୍ଭ କରିପାରିବେ । ତଥାପି କୁକୁଡ଼ା ପାଳିବାବେଳେ କିଛି ଜିନିଷ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ । ଆପଣଙ୍କୁ ଯତ୍ନବାନ ହେବାକୁ ପଡିବ ଯେ କୁକୁଡ଼ାମାନେ ଯେପରି କୌଣସି ପ୍ରକାରର ରୋଗର ଶିକାର ନ ହୁଅନ୍ତି ।
ବ୍ୟାଙ୍କରୁ ନିଅନ୍ତୁ ଲୋନ :-
କୁକୁଡ଼ା ଚାଷର ବିଜନେସ ଆରମ୍ଭ କରିବା ପାଇଁ ଦେଶର ଅନେକ ବଡ ବ୍ୟାଙ୍କ ଆପଣଙ୍କୁ ଲୋନ ମଧ୍ୟ ଦେଉଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରୁ ମଧ୍ୟ ପୋଲଟ୍ରି ଫାର୍ମ ପାଇଁ ଲୋନ ନିଆଯାଇପାରେ । ଏଥିପାଇଁ ଆପଣଙ୍କର ଭୋଟର ID କାର୍ଡ, ପାନ କାର୍ଡ, ପାସପୋର୍ଟ, ଆଧାର କାର୍ଡ ସହିତ ଅନ୍ୟାନ୍ୟ ଅନେକ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ ।