ମଙ୍ଗଳ ଗ୍ରହରୁ ମିଳିଲା ଏଲିଏନ ମାନଙ୍କ ଘରର ଫାଟକ, ନାସାର ଏହି ଫୋଟ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ମଙ୍ଗଳଗ୍ରହରୁ ଆମକୁ ଅଜବ-ଗଜବ ଜିନିଷ ପ୍ରାୟତଃ ମିଳିଥାଏ। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାକୁ ପଥରରେ ଏକ ଫାଟକ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି। ଏମିତି ଲାଗୁଛି ପଥରକୁ କାଟି କେହି ଭିତରେ ରହୁଛି ଓ ଏବେପର୍ଯ୍ୟନ୍ତ ଜଣାପଡିନାହିଁ ଏହା ଭିତରେ କିଏ ରହୁଛି କିନ୍ତୁ ଫୋଟ ସାମ୍ନାକୁ ଆସିବାପରେ ଏହାକୁ ଦେଖି ସମସ୍ତେ ହଇରାଣ ହୋଇଯାଉଛନ୍ତି।

ମେ 7 ତାରିଖ 2022 ରେ ମାର୍ସ କ୍ୟୁରିଓସିଟି ରୋଭରର ମାଷ୍ଟକ୍ୟାମ ଏହାର ଫୋଟ ନେଇଥିଲା। ଫୋଟ ବ୍ଲାକ ଆଣ୍ଡ ହ୍ଵାଇଟ ଥିଲା। ପରେ ଏହାକୁ ନାସାର ବୈଜ୍ଞାନିକ ମାନେ ନାମ ଦେଇଥିଲେ। ପ୍ରଥମରୁ ବୈଜ୍ଞାନିକଙ୍କୁ ଲାଗିଥିଲା କି, ତାଙ୍କୁ ମଙ୍ଗଳଗ୍ରହର ଭିତରକୁ ଯିବାପାଇଁ ରାସ୍ତା ମିଳିଗଲା। କିମ୍ବା କୌଣସି ଏକ ଏଲିଏନ ଗୃହର ରାସ୍ତା।

କିଛି ବୈଜ୍ଞାନିକ ମାନଙ୍କର ମାନିବା ହେଉଛି ଏହା ମଙ୍ଗଳଗ୍ରହକୁ ଆସୁଥିବା ଭୂକମ୍ପ କାରଣରୁ ପଥର ଭାଙ୍ଗିବା ଦ୍ୱାରା ଏହି ଆକୃତି ହୋଇଛି। କିମ୍ବା ପଥର ଉପରେ ପଡ଼ିଥିବା କୌଣସି ଚାପ ଯୋଗୁଁ ଏମିତି ହୋଇଛି। କାରଣ ଏହି ବର୍ଷ ମେ 4 ତାରିଖରେ ମଙ୍ଗଳଗ୍ରହରେ ଏକ ବଡ଼ ଭୂମିକମ୍ପ ହୋଇଥିବାର ସାମ୍ନାକୁ ଆସିଛି। ହୋଇପାରେ ଏହି ଭୂମିକମ୍ପ କାରଣରୁ ଏମିତି ହୋଇଛି।

ସେହିପରି ବୈଜ୍ଞାନିକ ମାନଙ୍କ କହିବାହେଲା ପଥରର ଏହି ପାହାଡ଼ର ଏହି ଅଂଶରେ କିଛି ଲାଲ ମାଟି ଜମା ହୋଇଥିଲା ଓ ଭୂକମ୍ପ କାରଣରୁ ଏହା ଧସିଗଲା ଓ କବାଟ ସଦୃଶ ନଜର ଆସିଥିଲା। ଏଲିଏନ ଘର କୁହାଯାଉଥିବା ଏହି କବାଟର ଆକାର ସଠିକ ଭାବରେ କ୍ୟାମେରାରେ ନିଆଯାଇ ପାରିନାହିଁ।

ଏହି କବାଟ ଯେଉଁ ସ୍ଥାନରୁ ମିଳିଛି ଏହାକୁ ଗ୍ରିନହ୍ୟୁ ପେଡ଼ିମେଣ୍ଟ କୁହନ୍ତି ଯାହାର ଫୋଟ ମେ 7, 2022 କୁ କ୍ୟୁରିଓସିଟି ରୋଭରର ମାଷ୍ଟକ୍ୟାମ ନେଇଥିଲେ। ନାସାର କହିବାହେଲା ବିଗତ କିଛିବର୍ଷରେ ମଙ୍ଗଳଗ୍ରହରେ ରହିଥିବା ଲ୍ୟାଣ୍ଡର୍ସ ଓ ରୋଭର୍ସ ବହୁତ ବିଚିକ୍ଷଣ ଫୋଟଗ୍ରାଫି ନେଇଥିଲେ।

ଲୋକମାନେ ସାଧାରଣତଃ ଏହି ପ୍ରକାରର ଅନୁସନ୍ଧାନକୁ ଏଲିଏନ ସହିତ ଜଡ଼ିତ କରିଥାନ୍ତି। ନାସା କହିଛି ଆମକୁ ଏହି ପ୍ରକାରର କାହାଣୀ ଠାରୁ ଦୂରେଇ ରହିବାକୁ ହେବ। ଯେବେଯାଏଁ କୌଣସି ପ୍ରକାରର ଜିନିଷର ଯାଞ୍ଚ ନହେଇଯାଏ ସେବେଯାଏଁ ଏହି ବିଷୟରେ କୌଣସି ପ୍ରକାର ଆଲୋଚନା କରିବା ସଠିକ ନୁହେଁ।

ବିଗତବର୍ଷ ଚୀନର ଏକ ରୋଭର ୟୁତୁ-2 ଚନ୍ଦ୍ରରେ ଏକ ପଥର ସଦୃଶ ଫୋଟ ଉଠାଇଥିଲା ଓ ଏହାକୁ ଏଲିଏନ ମାନଙ୍କ କୁଡ଼ିଆ ଘର କୁହାଯିବାକୁ ଲାଗିଲା କିନ୍ତୁ ଶେଷରେ ଦେଖାଗଲା ଏହା ମାତ୍ର ଏକ ପଥର ଅଟେ ଯାହାକି କ୍ୟୁବ ଭଳି ଦିଶୁଛି ଓ ଏଥିରେ କିରଣ ପଡ଼ିବା ଦ୍ୱାରା ଏହା ଚକଚକ କରୁଛି।

ହୋଇପାରେ ମଙ୍ଗଳଗ୍ରହରେ ମିଳିଥିବା ଏହି ଜିନିଷଟି ଯାଞ୍ଚ ପରେ ଆଉକିଛି ହୋଇଥାଉ। ସେବେପର୍ଯ୍ୟନ୍ତ ନାସା ଏହି ଫୋଟ ଗୁଡ଼ିକର ଆନନ୍ଦ ନେବାକୁ କହିଛି। ମଙ୍ଗଳଗ୍ରହରେ ଏମିତି ବହୁତ ଜିନିଷ ରହିଛି ଯାହାକି ବହୁତ ଅଜଣା।

odia sambada
Comments (0)
Add Comment