Water Sprinkler Fan କିଣିଲେ AC ଦରକାର୍ ପଡ଼ିବନି, ଜାଣନ୍ତୁ ଏହି ଫ୍ୟାନର ବିଶେଷତା

Water Sprinkler Fan : ଯଦି ଆପଣ ୱାଟର ସ୍ପ୍ରୀଙ୍କଲର କିଣନ୍ତି, ତେବେ ଆପଣଙ୍କର AC ଦରକାର୍ ପଡ଼ିବନି । ଏହି ଫ୍ୟାନ ଅନ୍ୟ ଫ୍ୟାନ ଅପେକ୍ଷା ବହୁତ୍ ଅଲଗା ଅଟେ, ଯାହାକୁ ଆପଣ ବହୁତ୍ କମ ମୂଲ୍ୟରେ କିଣି ପାରିବେ । ୱାଟର ସ୍ପ୍ରୀଙ୍କଲର ଏମିତି ଗୋଟିଏ ଫ୍ୟାନ ଅଟେ, ଯାହା ଥଣ୍ଡା ପବନ ଦେବାପାଇଁ ପବନ ଏବଂ ପାଣିକୁ ମିଶାଇ ଥାଏ । ଏହିପରି ଫ୍ୟାନ ଆପଣ ବିବାହ କିମ୍ବା ବଡ ବଡ ପାର୍ଟି ଗୁଡିକରେ ଦେଖିଥିବେ ।

ଏହି ଫ୍ୟାନ ପାୱାରଫୁଲ କୁଲିଙ୍ଗ ପ୍ରଦାନ କରିଥାଏ । ଏହା ପାଣି ଛିଞ୍ଚି ଗରମ ପବନକୁ ଥଣ୍ଡା କରିଦିଏ । ଏହାକୁ ଘର ଭିତରେ ଏବଂ ବାହାରେ ଉଭୟ ସ୍ଥାନରେ ଲଗାଯାଇପାରେ । ଏହି ଫ୍ୟାନ ଶକ୍ତିଶାଳୀ ଶୀତଳ ପ୍ରଦାନ କରିଥାଏ ।

ଏହା ଆପଣ ଦେଖିଥିବା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ଚମତ୍କାର ଫ୍ୟାନ ଅଟେ । ଗରମରୁ ରକ୍ଷା ପାଇବାପାଇଁ ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଯେ ୱାଟର ସ୍ପ୍ରୀଙ୍କଲର ଫ୍ୟାନ କିପରି କାମ କରିଥାଏ ।

ଆପଣଙ୍କୁ କହିରଖୁଛୁ ଯେ ଏହି ଫ୍ୟାନ ପାଣି ପାଇପ ସହିତ ଯୋଡି ହୋଇଛି । ଏହି ଫ୍ୟାନରେ ଛୋଟ ଛୋଟ କଣା ଥାଏ, ଯେତେବେଳେ ଆପଣ ପାଣି ପାଇପକୁ ଚାଲୁ କରି ଏହି ଫ୍ୟାନକୁ ଚଲାନ୍ତି, ସେତେବେଳେ ପାଣିର ଛିଟା ସହିତ ଜୋରରେ ପବନ ଆସେ ।

ଏହି ଫ୍ୟାନରେ ଉଚ୍ଚ ଗୁଣବତ୍ତା ଥିବା ମୋଟର ଲଗାଯାଇଛି, ଯାହାଦ୍ଵାରା ଏହି ଫ୍ୟାନ ବହୁତ୍ ଜୋରରେ ଚାଲେ । ଯେତେବେଳେ ଏହି ଫ୍ୟାନ ବହୁତ୍ ଜୋରରେ ଚାଲିଥାଏ, ସେତେବେଳେ ଏହି ଫ୍ୟାନ ବହୁତ୍ ଥଣ୍ତା ପବନ ଆଣିଥାଏ, ଯାହା ଆପଣଙ୍କୁ ଗରମରୁ ବଞ୍ଚାଇଥାଏ । ଏହି ଫ୍ୟାନର ପବନକୁ ଆପଣ ନିଜ ହିସାବରେ ଆଡଜଷ୍ଟ କରିପାରିବେ । କେବଳ ଏତିକି ନୁହେଁ ଆପଣ ଯେତେ ଚାହିଁବେ ସେତେ ସ୍ପ୍ରୀଙ୍କଲର ମଧ୍ୟ ଆଡଜଷ୍ଟ କରିପାରିବେ ।

ଆମାଜନରେ ୱାଟର ସ୍ପ୍ରୀଙ୍କଲରର ମୂଲ୍ୟ 4,197 ଟଙ୍କା ଅଟେ, କିନ୍ତୁ ଡିସକାଉଣ୍ଟ ପରେ ଏହି ଫ୍ୟାନ ମାତ୍ର 2,587 ଟଙ୍କାରେ ମିଳିବ । ଏହି ଫ୍ୟାନ ସହିତ ଆପଣଙ୍କୁ ଏହାର ସବୁ ଏକ୍ସେସରିଜ୍ ସହିତ ଗୋଟିଏ ମାନୁଆଲ ଗାଇଡ ମଧ୍ୟ ମିଳିବ ।

odia sambada
Comments (0)
Add Comment