ଏହି ଏସିକୁ ଚଲାଇବା ପାଇଁ ଦରକାର ପଡ଼ିବନାହିଁ ବିଜୁଳି ଶକ୍ତି, ପ୍ରତ୍ୟେକ ମାସରେ ଆପଣ ବଞ୍ଚାଇ ପାରିବେ 5 ରୁ 6 ହଜାର ଟଙ୍କା !

ଗରମ ଦିନରେ ଏସି ର ବହୁତ ଆବଶ୍ୟକତା ହୋଇଥାଏ କିନ୍ତୁ ଏହାର ଦର ଏତେ ଅଧିକ ଯେ, ପ୍ରତ୍ୟେକ ବ୍ୟକ୍ତି ଏହାକୁ ଆଫୋର୍ଡ କରି ପାରନ୍ତିନାହିଁ। ଏହାସହ ଏସି ଚାଲିବାଦ୍ୱାରା ବିଜୁଳି ବିଲ ମଧ୍ୟ ବହୁତ ଅଧିକ ଆସିଥାଏ। ସେଥିପାଇଁ ଯଦି ଆପଣ ଏସି ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ସୋଲାର ଏସି ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହେବ ଓ ଏହା ପର୍ଯ୍ୟାବରଣକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାଏ। ଆସନ୍ତୁ ଜାଣିବା ଏହି ସୋଲାର ଏସିର ଦର ଓ ଦାମ ବିଷୟରେ।

ସୋଲାର ଏସି କଣ ?:-

ନର୍ମାଲ ଏସିର ତୁଳନା ସୋଲାର ଏସି ସହିତ କରିବାକୁ ଗଲେ ଏହା ପ୍ରତ୍ୟେକ ମାସରେ ମୋଟ 600 ୟୁନିଟ ବିଜୁଳି ବଞ୍ଚାଇଥାଏ। ଏହାର ଅର୍ଥ ଆପଣ 5000 ରୁ 6000 ଟଙ୍କା ମାସିକ ବଞ୍ଚାଇ ପାରିବେ। ଯଦି ଆମେ କହିବା ସୋଲାର ଏସି କେବେ ନିର୍ମିତ ହୋଇଥିଲା ତ ଏହି ଏସି ପ୍ରଥମେ 2009 ମସହାରେ ତିଆରି ହୋଇଥିଲା ଓ ଏହାପରେ ଏହା ବିକ୍ରି ହେବା ଆରମ୍ଭ ହୋଇଥିଲା କିନ୍ତୁ ଲୋକେ ଏହାଉପରେ ଆରମ୍ଭରୁ ବିଶ୍ବାସ କରୁନଥିଲେ ଓ ଧିରେ ଧିରେ ଏହାକୁ ବିଶ୍ବାସ କରିବାକୁ ଲାଗିଲେ।

ଅନ୍ତରାଷ୍ଟ୍ରୀୟ ଉର୍ଜା ଏଜେନ୍ସି ଅନୁମାନ ମୁତାବିକ, 2050 ପର୍ଯ୍ୟନ୍ତ ଗରମ ବହୁତ ବଢ଼ିଯିବ। ଏହାଦ୍ୱାରା ଏୟାର କଣ୍ଡିସନର ଚାହିଦା ବଢ଼ିଯିବ। ଏହାର ଡିମାଣ୍ଡ ସେତେବେଳକୁ ତିନିଗୁଣା ବଢ଼ିଯିବ। ଏହାର ଡିମାଣ୍ଡ ଭାରତ, ଇଣ୍ଡୋନେସିଆ ଓ ଚୀନ ଭଳି ଦେଶରେ ବୃଦ୍ଧି ପାଇବ। IEA ଅନୁସାରେ ଆଗାମୀ ଦଶବର୍ଷ ମଧ୍ୟରେ ଏସି ର ଡିମାଣ୍ଡ ବହୁଳ ମାତ୍ରାରେ ବୃଦ୍ଧି ପାଇବ ଓ ଲୋକେ ଏହିଭଳି ଡିଭାଇସ କିଣିବାକୁ ପ୍ଲାନ କରିବେ। ଏମିତିରେ ପର୍ଯ୍ୟାବରଣର ଧ୍ୟାନ ରଖି ସୋଲାର ଏସିକୁ ଲଞ୍ଚ କରାଯାଇଛି।

ଏହାର ଦାମ:-

ସାଧାରଣତଃ ସୋଲାର ଏସିର ଦାମ 45,000 ଟଙ୍କାରୁ ଆରମ୍ଭ ହୋଇଥାଏ। ଏହାର ଦାମ ଟନ କ୍ଷମତା ଅନୁସାରେ ଅଲଗା ଅଲଗା ହୋଇଥାଏ। କୁହାଯାଏ ଇଣ୍ଡୋର ୟୁନିଟକୁ ଛାଡ଼ିଦେଲେ ଏସିର ସବୁ ପାର୍ଟ ଭାରତରେ ହିଁ ବନାଯାଏ। ଏହାର ଇଣ୍ଡୋର ପାର୍ଟ ଥାଇଲାଣ୍ଡରେ ବନାଯାଇଥାଏ।

ଏହିକଥାର ଖୟାଲ ରଖନ୍ତୁ:-

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୋଲାର ଏସି ଚାଲିବା ସମ୍ପୂର୍ଣ ଭାବରେ ସୂର୍ଯ୍ୟ କିରଣ ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ଜାଗା ଅଛି ତାହେଲେ ଏହା ଆପଣଙ୍କ ପାଇଁ ସଠିକ ବିକଳ୍ପ ଅଟେ।

odia sambada
Comments (0)
Add Comment