Facebook reels ରୁ ଆପଣ ପ୍ରତ୍ୟେକ ମାସରେ କମାଇ ପାରିବେ 3 ଲକ୍ଷ ଟଙ୍କା,ଜାଣନ୍ତୁ କଣ କିପରି କରିବାକୁ ପଡ଼ିବ ?

Instagram Reels ବହୁତ ପପୁଲାର ଅଟେ। ଏହି ଲୋକପ୍ରିୟତାର ଫାଇଦା ଉଠାଇବା ପାଇଁ Meta, ଫେସବୁକରେ ଶର୍ଟ ଫିଚର ଆଡ଼ କରିଛି। ଏବେ ଫେସବୁକ ୟୁଜରଙ୍କୁ 3 ଲକ୍ଷ ଟଙ୍କା କମାଇବାର ମୌକା ଦିଆଯାଇଛି।

ଏଥିପାଇଁ ୟୁଜର୍ସଙ୍କୁ ଅରିଜିନାଲ କଣ୍ଟେଣ୍ଟ ବନାଇବାକୁ ହେବ। କମ୍ପାନୀ ଫେସବୁକରେ ଚ୍ୟାଲେଞ୍ଜ ପେଶ କରିଛନ୍ତି। ଏଥିରେ କ୍ରିଏଟର୍ସ Reels play ବୋନସ ପ୍ରୋଗ୍ରାମରେ ଭାଗ ନେଇପାରିବେ। ମେଟା କହିଛି କି, ପେଆଉଟକୁ କେଉଁଭଳି ଭାବରେ କାଲକୁଲେଟ କରାଯିବ ଏହାକୁ ସେ ଆଡ଼ଜଷ୍ଟ କରୁଛି।

ସେ ଏହି କ୍ରିଏଟର୍ସଙ୍କୁ ରିୱାର୍ଡ ଦେବ ଯିଏକି ହାଇକ୍ୱାଲିଟି ଅରିଜିନାଲ କଣ୍ଟେଣ୍ଟ ବନାନ୍ତି। କମ୍ପାନୀ ଏକ ଷ୍ଟେଟମେଣ୍ଟ ଜରିଆରେ କହିଛନ୍ତି କି, କ୍ରିଏଟର୍ସଙ୍କୁ 4000 ଡ଼ଲାର ରିୱାର୍ଡସ ଏକମାସରେ ଦିଆଯିବ। ପ୍ରୋଗ୍ରାମର ସମସ୍ତ କ୍ରିଏଟର ପ୍ରତ୍ୟେକ ମାସରେ ଚ୍ୟାଲେଞ୍ଜର ଭାଗ ହୋଇପାରିବେ।

ପ୍ରଥମ ଚ୍ୟାଲେଞ୍ଜ ପୂରଣ କରିବାପରେ ଅନଲକ ହୋଇଯିବ ଦ୍ୱିତୀୟ ଚ୍ୟାଲେଞ୍ଜ:-

ଉଦାହରଣ ରୂପରେ ଯେତେବେଳେ ଆପଣଙ୍କ ରିଲ କୁ 100-100 ଥର ପ୍ଲେ କରାଯିବ ସେତେବେଳେ କମ୍ପାନୀ 20 ଡ଼ଲାର ରିୱାର୍ଡ ଦେବ। ଏହି ଚ୍ୟାଲେଞ୍ଜ ପୁରା କରିବାପରେ କ୍ରିଏଟରଙ୍କ ପାଖରେ ଦ୍ଵିତୀୟ ଚ୍ୟାଲେଞ୍ଜ ଅନଲକ ହୋଇଯିବ। ମାନେ 5 ରିଲସ ଚ୍ୟାଲେଞ୍ଜ ପୁରା କରିବାପରେ କ୍ରିଏଟରଙ୍କୁ ଦ୍ବିତୀୟ ଚ୍ୟାଲେଞ୍ଜ ମିଳିବ। ଯେଉଁଥିରେ ତାଙ୍କର 20 ରିଲସକୁ ଯଦି 500-500 ଥର ପ୍ଲେ କରାଯାଏ ତାହେଲେ ତାଙ୍କୁ 100 ଡ଼ଲାର ମିଳିବ।

Challenges ଉପରେ କ୍ରିଏଟର୍ସଙ୍କ ପ୍ରୋଗ୍ରେସ ପ୍ରତ୍ୟେକ 30 ଦିନ ବୋନସ ପିରିୟଡ଼ ପରେ ରାଙ୍କ ହୋଇଥାଏ। ଏଥିରେ ୟୁଜର୍ସଙ୍କ ଦ୍ବିତୀୟ କଣ୍ଟେଣ୍ଟ କପି କରିବା ଉପରେ କୌଣସି ରିୱାର୍ଡ ପ୍ରଦାନ କରାଯିବନାହିଁ। ଏଥିରେ ୟୁଜର୍ସଙ୍କୁ କେବଳ ଅରିଜିନାଲ କଣ୍ଟେଣ୍ଟ ପାଇଁ ପେ କରାଯିବ।

ଆପଣଙ୍କୁ ଜଣାଇଦେଉଛୁ ଫେସବୁକ ଶର୍ଟ ଭିଡ଼ିଓ ଶେୟରିଂ ଫିଚର୍ସ ରିଲସକୁ ବିଗତ ବର୍ଷ 150 ରୁ ଅଧିକ ଦେଶରେ ଲଞ୍ଚ କରିଛନ୍ତି। ଏଥିରେ ରିଲସ କ୍ରିଏଟର୍ସଙ୍କ ପାଇଁ ନୂଆ ଏଡିଟିଂ ଟୁଲ ମଧ୍ୟ ଆଡ଼ କରାଯାଇଛି। ଏଥିରେ ଭିଡ଼ିଓ କ୍ଲିପ୍ସିଙ୍ଗ ଓ ଅନ୍ୟ ଟୁଲସ ମଧ୍ୟ ସାମିଲ ରହିଛି।

odia sambada
Comments (0)
Add Comment