କେରଳରେ ପିଲାମାନଙ୍କ ମଧ୍ୟରେ ବ୍ୟାପୁଛି Tomato flu, ଜାଣନ୍ତୁ ଏହା କେତେ ଖତରନାକ ଏବଂ କଣ ରହିଛି ଏହାର ଚିକିତ୍ସା ?

What is Tomato Flu: ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଯାଇନାହିଁ, ଆଉ ଏପଟେ ଅନ୍ୟ ଏକ ନୂତନ ରୋଗ ଭାରତରେ ପ୍ରଵେଶ କଲାଣି । ତାର ନାମ ଟମାଟୋ ଫ୍ଲୁ ଅଟେ । ଯେହେତୁ ଏହି ରୋଗରେ ସଂକ୍ରମିତ ହେଲେ ଶରୀରରେ ନାଲି ନାଲି ପଡ଼ିଯାଏ, ତେଣୁ ଏହାକୁ ଟମାଟୋ ଫ୍ଲୁ ନାମ ଦିଆଯାଇଛି ।

ଟମାଟୋ ଫ୍ଲୁର ସଂକ୍ରମଣ କେରଳର କୋଲ୍ଲମ ଜିଲ୍ଲାରେ ବ୍ୟାପୁଛି । ଏଠାରେ ବର୍ତ୍ତମାନ ସୁଦ୍ଧା 80 ପିଲାଙ୍କ ମଧ୍ୟରେ ଏହାର ସଂକ୍ରମଣ ମିଳିଛି । ଯେଉଁ ପିଲାମାନେ ଏହାଦ୍ବାରା ସଂକ୍ରମିତ ହୋଇଛନ୍ତି, ସେହି ସମସ୍ତଙ୍କ ବୟସ 5 ବର୍ଷରୁ କମ ଅଟେ । କେରଳରେ ବଢୁଥିବା ଟମାଟୋ ଫ୍ଲୁ ମାମଲା ପରେ ତାମିଲନାଡୁ ଏବଂ କର୍ଣ୍ଣାଟକରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଯାଇଛି ।

କିନ୍ତୁ ଏହି ଟମାଟୋ ଫ୍ଲୁ ପ୍ରକୃତରେ କଣ ?

ଟମାଟୋ ଫ୍ଲୁ ଗୋଟିଏ ରେୟର ଭାଇରାଲ ରୋଗ ଅଟେ । ଏହାଦ୍ବାରା ସଂକ୍ରମିତ ହେଲେ ଶରୀରରେ ନାଲି ରଙ୍ଗର ଦାଗ ସୃଷ୍ଟି ହୁଏ । ସ୍କିନ ଜଳିବାକୁ ଲାଗେ ଏବଂ ଡିହାଇଡ୍ରେଶନ ସମସ୍ୟା ଆସେ । ଏହି ରୋଗରେ ଶରୀରରେ ନାଲି ରଙ୍ଗର ଛାଲ ପରି ହୋଇଯାଏ, ଯାହା ଟମାଟୋ ପରି ଦେଖାଯାଏ । ତେଣୁ ଏହାର ନାମ ଟମାଟୋ ଫ୍ଲୁ ରହିଛି । ଟମାଟୋ ଫ୍ଲୁ ବର୍ତ୍ତମାନ ପିଲାମାନଙ୍କ ମଧ୍ୟରେ ବ୍ୟାପୁଛି । କେରଳରେ 5 ବର୍ଷରୁ କମ ବୟସର ପିଲା ହିଁ ଏହାଦ୍ବାରା ସଂକ୍ରମିତ ହେଉଛନ୍ତି ।

ଟମାଟୋ ଫ୍ଲୁର ଲକ୍ଷଣ :-

– ଜ୍ଵର

– ଶରୀରରେ ଯନ୍ତ୍ରଣା

– ଥକା ଲାଗିବା

– ପେଟ ଟାଣ ଲାଗିବା

– ବାନ୍ତି କିମ୍ବା ଝାଡ଼ା

– ଶରୀରର କିଛି ଅଂଶର ରଙ୍ଗ ବଦଳିବା

ତେବେ ଏହି ରୋଗ କେଉଁଠାରୁ ଆସିଛି, ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ କିଛି ବି ଜଣାପଡି ନାହିଁ । ସ୍ବାସ୍ଥ୍ୟ ଅଧିକାରୀ ବର୍ତ୍ତମାନ ମଧ୍ୟ ଟମାଟୋ ଫ୍ଲୁର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ଏହାଠାରୁ ବଞ୍ଚିବାର ଉପାୟ କଣ ?

କୁହାଯାଉଛି ଯେ ଏହି ରୋଗ ନୂଆଁ ଅଟେ ଏବଂ ବର୍ତ୍ତମାନ ସୁଦ୍ଧା ଏହା ବିଷୟରେ ଅଧିକ ସୂଚନା ନାହିଁ, ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ନାହିଁ । ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ନିଜର ଆଖପାଖ ସ୍ଥାନ ସଫା ସୁତରା ରଖନ୍ତୁ । ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ପାଣି ପିଇ ଚାଲନ୍ତୁ ।

ଏହାବ୍ୟତୀତ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଯଦି ପିଲାମାନଙ୍କ ଠାରେ ସଂକ୍ରମଣ ରହିଛି, ତେବେ ସେମାନଙ୍କୁ ସେହି ଦାଗକୁ କୁଣ୍ଡେଇବା ଠାରୁ ବଞ୍ଚିବା ଉଚିତ୍, କାରଣ ଏହାଦ୍ବାରା ଶରୀର ଆହୁରି ବିଗିଡ଼ି ଯାଇପାରେ ।

ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଯାଆନ୍ତୁ ନାହିଁ କିମ୍ବା ତା ସମ୍ପର୍କରେ ଆସିବା ଠାରୁ ବଞ୍ଚିବା ଉଚିତ୍ । ଯଦି ସଂକ୍ରମଣ ହୋଇଯାଇଛି, ତେବେ ଆରାମ କରନ୍ତୁ ।

odia sambada
Comments (0)
Add Comment