ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇଗଲା ମହିଳା, ସ୍ୱାମୀ କହୁଛି – ମୋ ସ୍ତ୍ରୀକୁ କିଏ ଆଣି ଦିଏ !

ବିହାରର ବଗହାରେ ଜଣେ ବିବାହିତ ମହିଳା ନିଜର ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇଯାଇଛି। ପତ୍ନୀ ଚାଲିଯିବାରୁ ପତି ଏତେ ଭାଙ୍ଗି ଯାଇଛି ଯେ, ସେ ଗ୍ରାମୀଣ ପୋଲିସ ପାଖରେ ତାଙ୍କୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ମାମଲା ବଗହା ର ନୌରଙ୍ଗିଆ ଥାନା କ୍ଷେତ୍ର ପାଞ୍ଚକେଣ୍ଡବା ଗ୍ରାମରେ ରହୁଥିବା ଓମପ୍ରକାଶଙ୍କର ଅଟେ, ଯିଏକି ଜୟପୁରରେ କପଡ଼ା ଫ୍ୟାକ୍ଟ୍ରିରେ ଦିନ ମଜୁରିଆ ଭାବରେ କାମ କରିଥାନ୍ତି।

ପୀଡ଼ିତ ବ୍ୟକ୍ତି ଜଣକ କହିଥିଲେ କି, ମୁଁ କାମ କରିବାକୁ ଜୟପୁର ଯାଇଥିଲି ଓ ଫେରି ଦେଖେ ତ ମୋ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି। ଏହାପରେ ସେ ଏତ୍ୱ ଚିନ୍ତିତ ହୋଇଗଲେ କି, ଥାନା ଠାରୁ ଆରମ୍ଭ କରି ଡ଼ିଏସପି ଓ ଏସପି ପାଖରେ ଚକର କାଟିବାକୁ ଲାଗିଲେ।

ପୀଡିତ ଓମପ୍ରକାଶ ନୌରଙ୍ଗିଆ ଥାନାରେ ମାମଲା ଦାରଜ କରିଥିଲେ ଓ ପୋଲିସକୁ ପତ୍ନୀଙ୍କ ପ୍ରେମିକକୁ ଗିରଫ କରିବାପାଇଁ ଦାବି କରିଥିଲେ। ପୀଡିତ ଜଣକ ଅଭିଯୋଗରେ ପୋଲିସକୁ ବତାଇଲେ କି, ତାଙ୍କର ପତ୍ନୀ 50 ହଜାର ଟଙ୍କା ନଗଦ ଓ ଦୁଇଲକ୍ଷ ଟଙ୍କାର ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି। ଓମପ୍ରକାଶଙ୍କ କହିବାହେଲା ସେ ନିଜର ଦୁଇ ପିଲାଙ୍କ ସହିତ ଏକଲା ରହୁଛି ଏଥିପାଇଁ ତାଙ୍କ ପତ୍ନୀ ଓ ପ୍ରେମିକକୁ ଦଣ୍ଡ ମିଳିବା ଉଚିତ।

ଓମପ୍ରକାଶ ଏସପିଙ୍କୁ ଚାରିଥର ଆବେଦନ କରିଥିଲେ କି, ତାଙ୍କ ପତ୍ନୀଙ୍କୁ ଫେରାଇ ଅଣାଯାଉ କିନ୍ତୁ କୌଣସି ପ୍ରକାରର କାର୍ଯ୍ୟବାହୀ ନହେବାରୁ ବର୍ତ୍ତମାନ ସେ ଚିନ୍ତାରେ ରହିଛନ୍ତି। ଏବେ ଓମପ୍ରକାଶ ଡିଆଇଜିଙ୍କୁ ଆବେଦନ କରି ନ୍ୟାୟର ଗୁହାରି ଲଗାଇଛନ୍ତି। କପଡ଼ା ଫ୍ୟାକ୍ଟ୍ରିରେ କାମ କରୁଥିବା ଓମପ୍ରକାଶଙ୍କ ଦୁଃଖର କାହାଣୀ ସେଠାରେ ଏବେ ଚର୍ଚ୍ଚା ହେଉଛି।

odia sambada
Comments (0)
Add Comment