କିଏ ଏହି ବାବା ଯାହାଙ୍କ ଆଶ୍ରମରୁ ବାହାରିଲା 11ଟି ମୃତଦେହ……

ଥାଇଲାଣ୍ଡରୁ ପୋଲିସ କଥିତ ଆଧାରରେ ଜଣେ ବାବାଙ୍କୁ ଗିରଫ କରିଛି। ଏହି ବାବାଙ୍କର ନାମ ହେଉଛି ଥାବି ନାନରାଓ ତାଙ୍କ ବୟସ 75 ବର୍ଷ ଅଟେ।

ଏହି ଢୋଙ୍ଗୀ ବାବାଙ୍କ ଅନୁଗାମୀ ନିଜର ମୂତ୍ର ପିଉଥିଲେ ଓ ମଳ ମଧ୍ୟ ଖାଉଥିଲେ ତାଙ୍କୁ ଲାଗୁଥିଲା କି, ମୂତ୍ର ଓ ମଳ ଖାଇବାଦ୍ୱାରା ସେମାନଙ୍କୁ ରୋଗ ବୈରାଗ୍ୟ ହୋଇନଥାଏ।

ବିଜନେସ ଇଂସାଇଡ଼ର ରିପୋର୍ଟ ମୁତାବିକ ଏହି ବାବାଙ୍କୁ ଉତ୍ତର ଥାଇଲାଣ୍ଡ ଚାଇଆଫମ ଜଙ୍ଗଲରେ ତାଙ୍କ ଘରୁ ଗିରଫ କରାଯାଇଛି। ଯେତେବେଳେ ପୋଲିସ ଏହି ଫର୍ଜି ବାବାକୁ ଗିରଫ କରି ନେଉଥିଲେ ସେତେବେଳେ ଏହି ବାବାଙ୍କ ଅନୁଗାମୀ ପୋଲିସଙ୍କୁ ପ୍ରତିରୋଧ କରିଥିଲେ।

ସେହିପରି ଥାଇଲାଣ୍ଡ ପୋଲିସ ଏପି ନ୍ୟୁଜକୁ ବତାଇଥିଲେ କି, ବାବାଙ୍କ ଆଶ୍ରମରୁ 11ଟି ମୃତଦେହ ମିଳିଥିଲା। ପୋଲିସ କହୁଛି ଏହି ମୃତଦେହ ବାବାଙ୍କ ଅନୁଗାମୀ ମାନଙ୍କର ଅଟେ।

ବାବା ଉପରେ ସେତେବେଳେ ଇଂକୁଆରୀ କରାଯାଇଥିଲା ଯେତେବେଳେ ଜଣାପଡିଥିଲା ବାବା ଅବୈଧ ଭାବରେ ଜମି ଉପରେ ଅଧିକାର କରିଛନ୍ତି ଓ କୋଭିଡ଼ ଗାଇଡ଼ ଲାଇନକୁ ଅବମାନନା କରିଛନ୍ତି।

ଲୋକମାନେ କେମିତି ମାନୁଛନ୍ତି ଏହି ଅନ୍ଧବିଶ୍ୱାସ:-

ପ୍ରୋବିନସିଏଲ ଗଭର୍ଣ୍ଣର କ୍ରାଇସୋର୍ଣ କଂଚାଲାଡ଼ ବତାଇଥିଲେ କି, ଯେତେବେଳେ ଛାପାମାରୀ ହୋଇଥିଲା ସେତେବେଳ ଥାବି ନାନରା ସହିତ 12 ଜଣ ଲୋକ ଉପସ୍ଥିତ ଥିଲେ। ଏହା ଦେଖି ଦୁଃଖ ହେଉଛି କାରଣ ଲୋକେ ଆଜିବି ଅନ୍ଧବିଶ୍ବାସ ମାନୁଛନ୍ତି।

କିନ୍ତୁ ଏହା କେବଳ ଅନ୍ଧବିଶ୍ବାସ ସହିତ ଜଡ଼ିତ ଘଟଣା ନୁହେଁ। ଏଠାରୁ ମୃତଦେହ ମିଳିଛି ଓ ଆମେ ସମସ୍ତ ଅଧିକାରୀଙ୍କ ସହିତ ମିଶି ଯାଞ୍ଚ କରିବୁ, ଏହି ସବୁ ମୃତଦେହ କାହାର ?

ଦ ନେସନ ଥାବି ନାନରାଙ୍କୁ ନେଇ ଯେଉଁ ରିପୋର୍ଟ କରିଥିଲେ, ଏହି ରିପୋର୍ଟରେ ବାବା ସବୁ ଧର୍ମର ପିତା ହେବାର ଦାବି କରିଥିଲେ।

ସେହିପରି ସେଠାରେ ଏହାମଧ୍ୟ ଦାବି କରାଯାଇଥିଲା କି, ଏକ 80 ବର୍ଷର ମହିଳା ଯିଏକି ଥାବି ପାଖକୁ ଯାଇଥିଲେ, ସେ କେବେବି ଫେରିନଥିଲେ। ମହିଳାଙ୍କ ଝିଅ ଏହା ମାନିଥିଲେ କି, ବାବାଙ୍କ ଅନୁଗାମୀ ମୂତ୍ର ପିଇଥାନ୍ତି। ଏହାସହ ମଳ ମଧ୍ୟ ଖାଇଥାନ୍ତି ଯାହାଦ୍ୱାରା ତାଙ୍କୁ କୌଣସି ରୋଗ ହୋଇନଥାଏ।

odia sambada
Comments (0)
Add Comment