ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାରଙ୍କ ନୁଆଁ ନିୟମ,ଜୁଲାଇ ୧ ରୁ ବଦଳିବ ଏହି ନିୟମ

ସରକାର ଏବେ ଲୋକ ମାନଙ୍କ ପାଇଁ ଅନେକ ପ୍ରକାରର ସୁବିଧା କରୁଛନ୍ତି ଏଥିପାଇଁ ଅନେକ ପ୍ରକାରର ପରିବର୍ତ୍ତନ କରୁଛନ୍ତି ଏଥିପାଇଁ କିଛି ନିୟମ ମଧ୍ୟ କରୁଛନ୍ତି, କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦା ସାଧାରଣ ଲୋକଙ୍କ ପାଇଁ ହେବ। ଏଥିପାଇଁ ଆଉ କାହାରିକୁ ଆରଟିଓର ଚକ୍କର କାଟିବାକୁ ପଡ଼ିବ ନାହିଁ,କେନ୍ଦ୍ର ସରକାର ଏନେଇ ନୂଆ ନିଷ୍ପତ୍ତି ବାହାର କରିିଛନ୍ତି।

ଯଦି ଆପଣ ନିଜ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା କିମ୍ବା ରିନ୍ୟୁ କରିବାକୁ ପ୍ଳାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ର ସରକାର ଏବେ ଡ୍ରାଇଭିଂ ଲାଇସେନ୍ସ କୁ ନେଇ ନୂଆ ନିୟମ ବାହାର କରିଛନ୍ତି। ଏହାର ଫାଇଦା ସାଧାରଣ ଲୋକ ଉଠାଇପାରିବେ। ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ରିଜନାଲ ଟ୍ରାନ୍ସପୋର୍ଟ ଅଫିସକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପ୍ରୋସେସକୁ ଆହୁରି ସହଜ କରିଦିଆଯାଇଛି।ଡ୍ରାଇଭିଂ ଲାଇସେନ୍ସ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ଡ୍ରାଇଭିଂ ଟେଷ୍ଟ ଆରଟିଓ ଯାଇ ଦେବାର ଆବଶ୍ୟକତା ନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ହାଇେଓ୍ଵ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ୧ ଜୁଲାଇ ୨୦୨୨ରୁ ଲାଗୁ କରାଯିବ। ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ େଓ୍ଵଟିଂ ଲିଷ୍ଟର ଆଉ ସମସ୍ୟା ରହିବ ନାହିଁ। କୋଟି କୋଟି ଲୋକ ଏହି ଅସୁବିଧାରୁ ମୁକ୍ତି ପାଇବେ। ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ଏବେ ଆରଟିଓରେ ଆଉ ଟେଷ୍ଟ ଦେବାର ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ଡିଏଲ ପାଇଁ ଏବେ ଯେକୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ରେ ରେଜିଷ୍ଟ୍ରେସନ କରିପାରିବେ।

ଏଠାରୁ ଟ୍ରେନିଂ ନେବା ପରେ ଆପଣ ଙ୍କୁ ସେଠାରେ ଟେଷ୍ଟ ପାସ କରିବାକୁ ହେବ। ଟେଷ୍ଟ ପାସ କରିବା ପରେ ଏହି ସ୍କୁଲ ତରଫରୁ ଏକ ସାର୍ଟିଫିକେଟ ଜାରି କରାଯିବ । ଏହି ସାର୍ଟିଫିକେଟ କୁ ଆଧାର କରି ଆପଣଙ୍କର ଡିଏଲ ତିଆରି ହୋଇଯିବ।ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରାଳୟ ତରଫରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଉଭୟ ଥିଓରି ଓ ପ୍ରାଟିକ୍ଟାଲ ଦୁଇଟି ସେକ୍ସନ ରହିବ। ଲାଇଟ ମୋଟର ହ୍ଵିକିଲ ପାଇଁ କୋର୍ସର ଅବଧି ୪ ସପ୍ତାହ ରହିବ। ଯାହାକି ୨୯ ଘଣ୍ଟା ଚାଲିବ। ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ହାଇେଓ୍ଵ, ସହର ରାସ୍ତା, ଗାଁ ରାସ୍ତା, ରିଭର୍ସିଂ ଓ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟା ର ସମୟ ଦିଆଯିବ,ବାକି ୮ ଘଣ୍ଟା ଥିଓରି ପଢ଼ାଯିବ।

odia sambada
Comments (0)
Add Comment