ପୁତିନଙ୍କ ଗାର୍ଲଫ୍ରେଣ୍ଡ ହେଲେ ପ୍ରେଗନାଣ୍ଟ, 69 ବର୍ଷ ବୟସରେ ପୁଣିଥରେ ବାପା ହେବାକୁ ଯାଉଛନ୍ତି ପୁତିନ !

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଲୋକମାନଙ୍କ ଆଲୋଚନାର ପାତ୍ର ହୋଇ ରହିଛନ୍ତି। ଏହାମଧ୍ୟରେ ପୁତିନଙ୍କ ରହସ୍ୟମୟ ଜୀବନ ମାଧ୍ୟମରେ କିଛି ଏମିତି ଖବର ଆସିଛି ଯାହାକି ଆଶ୍ଚର୍ଯ୍ୟକର ଅଟେ। ମାମଲା ଏହାକି ଯେ ପୁତିନ ପୁଣିଥରେ ପିତା ହେବାକୁ ଯାଉଛନ୍ତି ଓ ତାଙ୍କର ରୁମର୍ଡ ଗାର୍ଲଫ୍ରେଣ୍ଡ ଏଲିନା କାବାଇବା ପ୍ରେଗନାଣ୍ଟ ଅଛନ୍ତି।

ଏଲିନାଙ୍କ ଦୁଇଟି ଝିଅ:-

ଦ ସନ ରିପୋର୍ଟ ଅନୁସାରେ 38 ବର୍ଷୀୟ ପୂର୍ବ ଅଲମ୍ପିକ ଜିମ୍ନାଷ୍ଟଙ୍କ ଠାରୁ ପୂର୍ବରୁ ପୁତିନଙ୍କର ମୋଟ ଦୁଇଟି ପୁଅ ରହିଛନ୍ତି। ଏବେ ପୁଣିଥରେ ଏଲିନା କାବାଇବା ପ୍ରେଗନାଣ୍ଟ ଥିବାର କୁହାଯାଉଛି। ସୂତ୍ରରୁ ପ୍ରକାଶ କି, ରୁଷ ନିଜର ବିଜୟ ଦିସବ ସମୟରେ ଯୁଦ୍ଧାସ୍ତ୍ର ପ୍ରତିପାଦନ କରୁଥିବା ବେଳେ ଏହି ଖବର ଆସିବାରୁ ରାଷ୍ଟ୍ରପତି ନାରାଜ ହୋଇଛନ୍ତି।

ରୁଷ ଚ୍ୟାନେଲ ମଧ୍ୟ ଦାବି କରିଛନ୍ତି:-

ରୁଷ ସମାଚାର ଚ୍ୟାନେଲ ଜେନେରାଲ ଏସବିଆର ଟେଲିଗ୍ରାମ ଦାବି କରିଛନ୍ତି କି, ରୁଷର ସବୁଠାରୁ ଷ୍ଟ୍ରେଚିବୁଲ ମହିଳା କୁହାଯାଉଥିବା ଏଲିନା ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ତାଙ୍କର ରିଆକ୍ସନ ଦେଖି ଲାଗୁଛି ଯେମିତି କପଲଙ୍କ ଏମିତି ପ୍ଲାନିଂ ନଥିଲା। ଚ୍ୟାନେଲର ଏକ ୱେବସାଇଟରେ ଜଣେ ୟୁଜର୍ସ ପଚାରିଲେ, ବାପା କିଏ ?

କେବେବି ଏହି ସମ୍ପର୍କକୁ ସ୍ଵୀକାର କରିନାହାଁନ୍ତି:-

ପୁତିନ କେବେବି ମିଡ଼ିଆ ସାମ୍ନାରେ କାବାଇବା ଓ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିନାହାଁନ୍ତି। ବର୍ତ୍ତମାନ ସେ ସ୍ୱିଜରଲ୍ୟାଣ୍ଡରେ ଅଛନ୍ତି ବୋଲି କୁହାଯାଉଛି। ଏକ ସ୍ଥାନୀୟ ଖବର କହିଥିଲା କି, 2015 ମସିହାରେ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲେ ଓ 2019 ରେ ମସ୍କୋରେ ଆଉଏକ ପୁତ୍ର ଜନ୍ମ ହୋଇଥିଲେ।

odia sambada
Comments (0)
Add Comment