ବିଜନେସ ଆଇଡ଼ିଆ: ମାତ୍ର ଏକଲକ୍ଷ ଟଙ୍କା ବିନିଯୋଗରେ ଆରମ୍ଭ କରନ୍ତୁ ଏହି ବିଜନେସ, ମାସକୁ ହେବ ଏକଲକ୍ଷ ଟଙ୍କାର ରୋଜଗାର,ଜାଣନ୍ତୁ ଏହି ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ଚାକିରୀ କରି କରି ଚିନ୍ତିତ ହୋଇପଡିଲେଣି ଓ କୌଣସି ଏକ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଜନେସ ଖବର ଆପଣଙ୍କ ପାଇଁ ଅଟେ। ଏହି ବିଜନେସ ଜରିଆରେ ଆପଣ ବହୁତ ଲାଭ କରିପାରିବେ। ଏହି ବିଜନେସକୁ ଆପଣ ଅତିକମରୁ କମ ଦାମରେ ଆରମ୍ଭ କରିପାରିବେ। ଏହି ବିଜନେସରେ ବହୁତ ଲାଭ ରହିଛି। କାକୁଡ଼ି ଚାଷ କରି ଆପଣ ବହୁତ ଲାଭବାନ ହୋଇପାରିବେ।

କାକୁଡ଼ି ଚାଷରେ ଆପଣଙ୍କୁ ଲାଭ କମାଇବା ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ। ମାତ୍ର 4 ମାସ ଭିତରେ ଆପଣ 8 ଲକ୍ଷ ଟଙ୍କା କମାଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଉପାୟରେ ଚାଷ କରିବାକୁ ହେବ। ଏହି ଖାଆସ କାକୁଡ଼ି ବିଜନେସ ପାଇଁ ଆପଣଙ୍କୁ ସରକାରଙ୍କ ତରଫରୁ ସବ୍ସିଡ଼ି ମଧ୍ୟ ମିଳିବ।

ଆପଣଙ୍କୁ ଜଣାଇଦେଉଛୁ କି, ଏହି ପ୍ରଜାତିର କାକୁଡ଼ି ପ୍ରସ୍ତୁତ ହେବାକୁ 60 ରୁ 80 ଦିନର ସମୟ ଲାଗିଥାଏ। ବର୍ଷା ଦିନରେ କାକୁଡ଼ି ଚାଷ ବହୁତ ଅଧିକ ହୋଇଥାଏ। ଏହି କାକୁଡ଼ି ଚାଷ ପାଇଁ ଜମିର ପିଏଚ 5.5 ରୁ 6.8 ଉପଯୁକ୍ତ ରହିଥାଏ। ଏହି କାକୁଡ଼ି ଚାଷ ନଦୀ ଓ ପୋଖରୀ କୂଳରେ ମଧ୍ୟ କରାଯାଇଥାଏ।

ଏଥିପାଇଁ ସର୍ବପ୍ରଥମେ ଆପଣ ଏକ ଶେଡ଼ନେଟ ହାଉସ ବନାନ୍ତୁ। ୟୁପିର ଜଣେ କୃଷକ ଦୁର୍ଗା ପ୍ରସାଦ ନିଜ ଚାଷ ଜମିରେ ହିଁ ଏହି ଶେଡ଼ନେଟ ହାଉସ ବନାଇଛନ୍ତି। ଏହାପରେ ଏହି ଚାଷ ପାଇଁ ସେ ନେଦରଲ୍ୟାଣ୍ଡରୁ 72 ହଜାର ଟଙ୍କାର ମଞ୍ଜି ମଗାଇଥିଲେ। ମଞ୍ଜି ବୁଣିବାର ମାତ୍ର 4 ମାସ ପରେ ସେ 8 ଲକ୍ଷ ଟଙ୍କାର କାକୁଡ଼ି ବିକ୍ରି କରିଛନ୍ତି। ଆପଣଙ୍କୁ ଜଣାଉଦେଉଛୁ କି, ଦୁର୍ଗା ପ୍ରସାଦ ଜୀ ସରକାରଙ୍କ ଠାରୁ 18 ଲକ୍ଷ ଟଙ୍କାର ଲୋନ ନେଇଥିଲେ।

ଏହି କାକୁଡ଼ିର ଖାସିୟତ ଏହାକି ଯେ, ଏଥିରେ ମଞ୍ଜି ବହୁତ କମ ରହିଥାଏ ଓ ଏଥିପାଇଁ ଅଧିକାଂଶ ଲୋକେ ଏହାକୁ ପସନ୍ଦ କରିଥାଆନ୍ତି। ଏହି କାରଣ ଯୋଗୁଁ ଏହାର ଦାମ ଦେଶୀ କାକୁଡ଼ି ଠାରୁ ଅଧିକ ହୋଇଥାଏ। ନେଦରଲ୍ୟାଣ୍ଡର ଏହି କାକୁଡ଼ି ମଞ୍ଜି 40 ରୁ 45 ଟଙ୍କା ପ୍ରତିକିଲୋ ହିସାବରେ ବିକ୍ରି ହୋଇଥାଏ ଓ ବର୍ଷସାରା ଏହାର ଡିମାଣ୍ଡ ରହିଥାଏ।

odia sambada
Comments (0)
Add Comment