କଲେଜ ଛାତ୍ରୀଙ୍କୁ ନିଜ କଥାରେ ଫୁସୁଲାଇ ନିଜର ସରକାରୀ କ୍ୱାର୍ଟରକୁ ନେଇଯାଉଥିଲେ ପ୍ରିନ୍ସିପାଲ, ଏହାପରେ ଯାହାହେଲା

ଉତ୍ତର ପ୍ରଦେଶର ଦେବରିଆରୁ ଏକ ବିବାଦ ପୂର୍ଣ୍ଣ ଭିଡ଼ିଓ ସାମ୍ନାକୁ ଆସିବାପରେ ମହିଳା ଡ଼ିଗ୍ରୀ କଲେଜର ପ୍ରଭାରୀ ପ୍ରିନ୍ସିପାଲଙ୍କୁ ପଦରୁ ହଟାଇ ଦିଆଗଲା। ଏହାପରେ ପୋଲିସ ଆରୋପୀ ଉପରେ ଏଫଆଇଆର ଦର୍ଜ କରିଥିଲା। ଆରୋପ ଏହାକି ଯେ, ପ୍ରିନ୍ସିପାଲ ନିଜ ସରକାରୀ କ୍ୱାର୍ଟର ଭିତରକୁ ଛାତ୍ରୀ ମାନଙ୍କୁ ନେଇ ତାଙ୍କ ସହିତ ଖରାପ କାମ କରୁଥିଲେ। ମାଧ୍ୟମିକ ଶିକ୍ଷା ରାଜ୍ୟମନ୍ତ୍ରୀ ଗୁଲାବ ଦେବୀ ମଧ୍ୟ ଏହି ମାମଲାର ଯାଞ୍ଚ କମିଟି ବସାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଭାରୀ ପ୍ରିନ୍ସିପାଲ ରାଜେଶ ଭାରତୀଙ୍କ ଉପରେ ଆରୋପ ଏହାକି ଯେ, କଲେଜ ଛାତ୍ରୀଙ୍କୁ କଥାରେ ଫସାଇ ନିଜ ସରକାରୀ ଆବାସକୁ ଆଣୁଥିଲେ ଓ ତାଙ୍କୁ ଅଭଦ୍ର ଭାବରେ ଛୁଉଁଥିଲା। ଜଣେ ଝିଅର ପ୍ରିନ୍ସିପାଲ ରାଜେଶଙ୍କ କାରରେ ବସିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଫୁଟେଜରୁ ନଜର ଆସୁଛି କି, ଝିଅଟି ପ୍ରିନ୍ସିପାଲଙ୍କ ସରକାରୀ କ୍ୱାର୍ଟରରୁ ବାହାରି କାର ଭିତରେ ବସିଯାଉଛି। ଏହି ମାମଲାରେ ପଡ଼ୋଶୀ ମାନେ ମଧ୍ୟ ଅଭିଯୋଗ କରିଥିଲେ। ମାମଲା ସାମ୍ନାକୁ ଆସିବାପରେ ତୁରନ୍ତ ଭାରତୀଙ୍କୁ ପଦରୁ ହଟାଇ ଯାଞ୍ଚ ସମିତି ଗଠନ କରାଗଲା। ସେହିପରି କୋତବାଲୀ ପୋଲିସ ଆରୋପୀ ପ୍ରିନ୍ସିପାଲ ଉପରେ କେସ ଦର୍ଜ କରିଥିଲା।

ଏହି ମାମଲାର କଥା ଯେତେବେଳେ ଖେତ୍ରୀୟ ଉଚ୍ଚଶିକ୍ଷା ଅଧିକାରୀ ଅଶ୍ବିନୀ କୁମାର ମିଶ୍ରାଙ୍କ ପାଖରେ ପହଞ୍ଚିଥିଲା ସେତେବେଳ ସେ କଲେଜକୁ ଆସିଥିଲେ। ଏହି ସମୟରେ ସେ କଲେଜର କର୍ମଚାରୀ ଓ ଅନ୍ୟ ପଦାଧିକାରୀଙ୍କ ଠାରୁ ସୂଚନା ନେଇଥିଲେ ଓ ସେଠାରୁ ରାଜେଶ ଭାରତୀଙ୍କୁ ହଟାଇ ରାଖି ଭାରତୀଙ୍କୁ ନୂଆ ପ୍ରିନ୍ସିପାଲ ରୂପରେ ନିଯୁକ୍ତି କରିଥିଲେ।

ରାଖି ଭାରତୀଙ୍କ କହିବା ହେଲା, ତାଙ୍କୁ 5-6 ଜଣ ଝିଅଙ୍କ ଅଭିଯୋଗ ଆସିଥିଲା କି, ପ୍ରଚାର୍ଯ୍ୟ ଆମ ହଷ୍ଟେଲକୁ ଆସି ଝିଅଙ୍କୁ ନେଇଯାଆନ୍ତି। ମୁଁ ଏହିକଥାରେ କହିଥିଲି କାହା ଚରିତ୍ର ଉପରେ ଏମିତି ଭାବିବା ଉଚିତ ନୁହେଁ କିନ୍ତୁ ପିଲାମାନଙ୍କ ଠାରୁ ଭିଡ଼ିଓ ଦେଖିବାପରେ ମୁଁ ବିଶ୍ବାସ କରିଥିଲି ଓ ପ୍ରିନ୍ସିପାଲଙ୍କୁ ଏହା କରିବାପାଇଁ ମନା କରିଥିଲି। ପ୍ରିନ୍ସିପାଲ ଏହାପରେ ମାନିଥିଲେ ଓ ଏହା ଦ୍ଵିତୀୟତଃ କରିବାକୁ ମନା କରିଥିଲେ କିନ୍ତୁ ସେ ସୁଧୁରିନଥିଲେ।

ପ୍ରିନ୍ସିପାଲ ଆଗକୁ କହିଥିଲେ କି, 5-6 ଜଣ ଝିଅ ବ୍ୟାଡ଼ ଟଚର ଲିଖିତ ଅଭିଯୋଗ କରିଥିଲେ। ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯାହାକୁ ଦେଖି ସବୁ ଅଭିଯୋଗ ସତ୍ୟ ପ୍ରତୀତ ହେଉଛି। ଆମେ ଏବେ ଚାହିଁବୁ କି, ସେ କଲେଜରୁ ଚାଲି ଯାଆନ୍ତୁ।

ସେପଟେ ଦେବରିଆର ମୁଖ୍ୟ ଶିକ୍ଷା ରାଜ୍ୟମନ୍ତ୍ରୀ ଗୁଲାବ କହିଥିଲେ କି, ଏହି ମାମଲାରେ ଯାଞ୍ଚ ପାଇଁ 4 ଜଣଙ୍କୁ ଚୟନ କରାଯାଇଛି। ଯେଉଁଥିରେ ବିକଳାଙ୍ଗ କଲ୍ୟାଣ ଅଧିକାରୀ, ମାଜିଷ୍ଟ୍ରେଟ ଓ ସିଓ ସାମିଲ ଅଛନ୍ତି। ରିପୋର୍ଟ ଆସିବାପରେ ମୋକଦ୍ଦମା ଦର୍ଜ କରାଯିବ।

ଏହି ସମ୍ପୂର୍ଣ୍ଣ ମାମଲାରେ ସିଓ ସିଟି ଶ୍ରେୟାସ କହିଥିଲେ କି, ଆରୋପୀ ପ୍ରଭାରୀ ପ୍ରିନ୍ସିପାଲ ରାଜେଶ ଭାରତୀ ବିପକ୍ଷରେ ଆଇପିସି ଧାରା 354 ଓ 166 ଅନ୍ତର୍ଗତ ମୋକଦ୍ଦମା ଦର୍ଜ କରାଯାଇଛି। ଏବେ ଏହି ମାମଲାରେ ଆଗକୁ ଆଇନଗତ ଯାଞ୍ଚ କରାଯିବ।

odia sambada
Comments (0)
Add Comment