ଦୁଇଟି ପରେ ଫୁଲ୍ ଷ୍ଟପ୍ … ଭାରତର ପ୍ରଜନନ ହାର ୨କୁ ଖସି ଆସିଛି, କିନ୍ତୁ ଏହି ପାଞ୍ଚଟି ରାଜ୍ୟରେ ଆଜି ବି ଜନ୍ମ ହେଉଛନ୍ତି ଅଧିକ ପିଲା

ଦେଶର ଜନସଂଖ୍ୟାର ଗତିରେ ବହୁତ ହ୍ରାସ ଘଟିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଦେଶରେ ଶିଶୁ ଜନ୍ମ ହାର ୨.୨% ରୁ ୨% କୁ ଖସି ଆସିଛି । ସର୍ବେକ୍ଷଣରେ,୩୫% ପୁରୁଷ ବିଶ୍ୱାସ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ । ଏଥି ସହିତ,୧୯.୬% ପୁରୁଷ ବିସ୍ୱାସ କରନ୍ତି ଯେ ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାମାନେ ‘ସ୍ଵଛନ୍ଦ’ ହୋଇପାରନ୍ତି । ଏହି ସର୍ଭେରେ,୨୮ ଟି ରାଜ୍ୟ ୭୦୭ ଟି ଜିଲ୍ଲା ଏବଂ ଦେଶର ୮ ଟି ୟୁନିଅନ୍ ଟେରିଟୋରି ରୁ ପ୍ରାୟ ୬.୩୭ ଲକ୍ଷ ନମୁନା ନିଆଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଚଣ୍ଡିଗଡ଼ରେ ସର୍ବାଧିକ ୬୯% ପୁରୁଷ ବିଶ୍ୱାସ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ ଏବଂ ପୁରୁଷମାନେ ଏହା ବିଷୟରେ ଚିନ୍ତା କରିବା ଆବଶ୍ୟକ କରନ୍ତି ନାହିଁ । କେରଳରେ ସର୍ଭେ କରାଯାଇଥିବା ୪୪.୧ ପ୍ରତିଶତ ପୁରୁଷଙ୍କ ଅନୁଯାୟୀ, ଯେଉଁ ମହିଳାମାନେ ଗର୍ଭନିରୋଧକ ବ୍ୟବହାର କରନ୍ତି ସେମାନେ ‘ସ୍ଵଛନ୍ଦ’ ହୋଇପାରନ୍ତି । ସର୍ବେକ୍ଷଣ କରାଯାଇଥିବା ୫୫.୨% ପୁରୁଷ କହିଛନ୍ତି ଯେ ସଠିକ୍ ଭାବରେ ବ୍ୟବହୃତ ହେଲେ କଣ୍ଡୋମ ଅଧିକାଂଶ କ୍ଷେତ୍ରରେ ଗର୍ଭଧାରଣକୁ ରୋକିଥାଏ । କେବଳ ୫ଟି ରାଜ୍ୟ ଅଛି ଯେଉଁଠାରେ ପ୍ରଜନନ ହାର ୨.୧ % ରୁ ଅଧିକ ଅଟେ । ଏଗୁଡ଼ିକ ହେଉଛି – ବିହାର, ମେଘାଳୟ, ଉତ୍ତରପ୍ରଦେଶ,ଝାଡ଼ଖଣ୍ଡ ଏବଂ ମଣିପୁର ।

ଶୁକ୍ରବାର ଦିନ ମନ୍ତ୍ରଣାଳୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ପ୍ରକାଶ କରିଛି । ଏହି ଅନୁଯାୟୀ, ଦେଶରେ ଗର୍ଭନିରୋଧକ ଔଷଧ ବିଷୟରେ ସଚେତନତାର ସ୍ତର ପ୍ରାୟ ସମାନ ବୋଲି ମଧ୍ୟ ଜଣାପଡିଛି । ୯୯ % ବିବାହିତ ମହିଳା ଏବଂ ପୁରୁଷଙ୍କୁ ଅନ୍ତତଃ ଏକ ଆଧୁନିକ ଗର୍ଭନିରୋଧକ ପଦ୍ଧତି ଜଣାଥିଲା । ଏହା ସତ୍ୟ ଯେ ସେମାନଙ୍କ ମଧ୍ୟରୁ କେବଳ ୫୪.୬% ତାଙ୍କର ବ୍ୟବହାର କରିଥିଲେ । ଅଧିକାଂଶ କାର୍ଯ୍ୟରତ ମହିଳା ଗର୍ଭନିରୋଧକ ବ୍ୟବହାରରେ ବିଶ୍ୱାସ କରନ୍ତି।ସର୍ବେକ୍ଷଣ କରାଯାଇଥିବା ୬୬.୩ % ମହିଳା କହିଛନ୍ତି ଯେ ସେମାନେ ଆଧୁନିକ ଗର୍ଭନିରୋଧକ ଔଷଧ ବ୍ୟବହାର କରିଛନ୍ତି,ବେରୋଜଗାର ମହିଳାଙ୍କ ମଧ୍ୟରେ ଏହି ସଂଖ୍ୟା ୫୩.୪ % ​​ରହିଛି।

ରୋଜଗାର ସହିତ ବଢ଼ିଥାଏ ଗର୍ଭନିରୋଧକର ବ୍ୟବହାର :-

ପରିବାର ଯୋଜନାର ଆବଶ୍ୟକତା ଆର୍ଥିକ ରୂପରେ ସବୁଠୁ ପଛୁଆ ସ୍ତରରେ ସର୍ବାଧିକ (୧୧.୪%) ଏବଂ ଧନୀମାନଙ୍କ ମଧ୍ୟରେ ସର୍ବନିମ୍ନ (୮.୬ %) ରହିଛି । ଅଧ୍ୟୟନ ଅନୁଯାୟୀ, ଯେମିତି ଯେମିତି ଆୟ ବଢ଼େ,ସେମିତି ସେମିତି ଗର୍ଭନିରୋଧକ ର ବ୍ୟବହାର ମଧ୍ୟ ବଢ଼ିଥାଏ । ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁଣମ୍ ମୁତ୍ରେଜା କହିଛନ୍ତି ଯେ ଏହି ତଥ୍ୟ ପ୍ରମାଣ କରେ ଯେ ବିକାଶ ହେଉଛି ସର୍ବୋତ୍ତମ ଗର୍ଭନିରୋଧକ । ସେ କହିଛନ୍ତି ଯେ NFHS-5 ତଥ୍ୟରେ ବହୁତ ଖୁସି ହେବାର ବହୁତ କିଛି ଅଛି କିନ୍ତୁ ଆମେ ଯାହା ହାସଲ କରିପାରିଲୁ ନାହିଁ ତାହା ଉପରେ ଆମର ଧ୍ୟାନ ଦେବା ଉଚିତ୍ । ସମାଜର ଶୋଷିତ ବିଭାଗ ପାଇଁ ଆମକୁ ଅଧିକ କାର୍ଯ୍ୟ କରିବାକୁ ପଡିବ, ଯେଉଁମାନେ ଶ୍ରେଣୀ, ପରିଚୟ କିମ୍ବା ଭୌଗୋଳିକ କାରଣରୁ ଅଧିକାର ପାଇପାରନ୍ତି ନାହିଁ ।

ବଢୁଥିବା ମୋଟାପଣ ବନିଲା ଚ୍ୟାଲେଞ୍ଜ :-

ସର୍ଭେରୁ ଜଣାପଡିଛି ଯେ ଜାତୀୟ ସ୍ତରରେ ମୋଟାପଣ ୨୪% କୁ ବୃଦ୍ଧି ପାଇଛି । ବଢୁଥିବା ମୋଟାପଣ ପଛରେ ବିଳାସପୂର୍ଣ୍ଣ ଜୀବନକୁ ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି । ଏହି ସର୍ଭେରେ ୭,୨୪,୧୧୫ ମହିଳା ଏବଂ ୧,୦୧,୮୩୯ ପୁରୁଷଙ୍କୁ ସାମିଲ କରାଯାଇଥିଲା ।

odia sambada
Comments (0)
Add Comment