ଗଲବାନରେ ଚାଇନା ସୈନିକଙ୍କ ସହିତ ଲଢେଇ କରି ଶହୀଦ ହୋଇଥିବା ଦୀପକଙ୍କ ସ୍ତ୍ରୀ ସ୍ୱାମୀଙ୍କ ସ୍ୱପ୍ନ ପୁରା କଲେ, ହେଲେ ଆର୍ମି ଅଫିସର

ଜୁନ ୨୦୨୧ ମସିହାରେ ଗଲବାନରେ ଚାଇନା ସୈନିକଙ୍କ ଦୁଃସାହସକୁ ପାଣି ପିଆଇ ଦେଇଥିବା ଭାରତୀୟ ସୈନିକଙ୍କ ମଧ୍ୟରେ ଏମପିର ରିବାର ବାସିନ୍ଦା ଦୀପକ ସିଂହ ମଧ୍ୟ ସାମିଲ ଥିଲେ | ଦୀପକ ସିଂହ ବୀରତା ସହିତ ନିଜର କର୍ତ୍ତବ୍ୟ କରି ୩୦ଜଣ ଭାରତୀୟ ଯବାନଙ୍କର ଜୀବନ ବଞ୍ଚାଇଥିଲେ | କିନ୍ତୁ ଜୋରରେ ଆହତ ହୋଇଯିବା ପରେ ତାଙ୍କର ଜୀବନ ଚାଲି ଯାଇଥିଲା |

କିନ୍ତୁ ମୃତ୍ୟୁ ପୂର୍ବରୁ ଦୀପକ ନିଜ ସ୍ତ୍ରୀ ଆଗରେ ଗୋଟିଏ ଇଚ୍ଛା ପ୍ରକାଶ କରିଥିଲେ ଯେ ସେ ସେନାରେ ବଡ଼ ଅଫିସର ହୁଅନ୍ତୁ | ସ୍ୱାମୀ ଶହୀଦ ହେବାପରେ ସ୍ତ୍ରୀ ତାଙ୍କ ସ୍ୱପ୍ନକୁ ପୁରା କରିବାପାଇଁ ବହୁତ ପରିଶ୍ରମ କଲେ | ପ୍ରଥମ ଚେଷ୍ଟାରେ ସେ ଅସଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଚେଷ୍ଟାରେ ସେ ଲେଫଟିନେଣ୍ଟ ହେବାରେ ସଫଳ ହୋଇଗଲେ |

ଶହୀଦ ସ୍ୱାମୀଙ୍କ ସ୍ୱପ୍ନକୁ ପୁରା କଲେ :-

ମଧ୍ୟପ୍ରଦେଶର ରିବା ଜିଲ୍ଲାର ଫରେଡା ଗ୍ରାମରେ ରହୁଥିବା ବୀର ଚକ୍ର ପୁରସ୍କାର ପ୍ରାପ୍ତ ଶହୀଦ ଦୀପକ ସିଂଙ୍କ ସ୍ତ୍ରୀ ରେଖା ସିଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରି ସେନାରେ ଲେଫଟିନେଣ୍ଟ ହେବାର ଗୌରବ ହାସଲ କରିଛନ୍ତି | ତାଙ୍କର ମେ ୨୮ ତାରିଖରୁ ଚେନ୍ନାଇରେ ଟ୍ରେନିଂ ଆରମ୍ଭ ହେବ |

ସେ କହିଛନ୍ତି ଯେ ସେ ନିଜ ସ୍ୱାମୀଙ୍କ ସ୍ୱପ୍ନ ପୁରା କରିବା ଏବଂ ଭଉଣୀମାନଙ୍କୁ ସଠିକ ରାସ୍ତା ଦେଖାଇବା ପାଇଁ ସେନାକୁ ଆସିଛନ୍ତି | ରେଖାଙ୍କୁ ପ୍ରଥମ ଚେଷ୍ଟାରେ ସଫଳତା ମିଳିନଥିଲା, କିନ୍ତୁ ସେ ହତାଶ ହେଲେନାହିଁ ଏବଂ ଦ୍ୱିତୀୟ ଚେଷ୍ଟାରେ ତାଙ୍କର ଭାରତୀୟ ସେନାରେ ଲେଫଟିନେଣ୍ଟ ପଦବୀରେ ଚୟନ ହେଲା | ଚେନ୍ନାଇରେ ଟ୍ରେନିଂ ନେବାପରେ ସେ ସେନାରେ ନିଜର ସେବା ଦେବେ |

ପୂର୍ବରୁ ଟିଚର ଥିଲେ ଶହୀଦଙ୍କ ସ୍ତ୍ରୀ :-

ବିବାହ ପୂର୍ବରୁ ରେଖା ସିଂହ ଜବାହର ନବୋଦୟ ବିଦ୍ୟାଳୟ ସିରମଉରାରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ | ଉଚ୍ଚ ଶିକ୍ଷିତ ରେଖାଙ୍କ ମନରେ ଶିକ୍ଷକ ହୋଇ ସମାଜର ସେବା କରିବାର ସ୍ୱପ୍ନ ଥିଲା | କିନ୍ତୁ ବିବାହ ପରେ ତାଙ୍କ ସ୍ୱାମୀ ଦୀପକ ସିଂହ ତାଙ୍କୁ ସେନାରେ ଅଫିସର ହେବାପାଇଁ ପ୍ରେରିତ କରିଥିଲେ |

ରେଖା ନିଜ ସ୍ୱାମୀଙ୍କ ଶହୀଦ ହେବା ପରେ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସ୍ଥିର କଲେ ଏବଂ ଏଥିରେ ତାଙ୍କ ଶାଶୁଘର ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ କଲେ | ତାଙ୍କ ସ୍ୱାମୀଙ୍କ ଶହୀଦ ହେବା ପରେ ରେଖା ସିଂଙ୍କୁ ମଧ୍ୟପ୍ରଦେଶ ଶାସନ ତରଫରୁ ଶିକ୍ଷାକର୍ମୀ ବିଭାଗର ଦ୍ୱିତୀୟ ଶ୍ରେଣୀରେ ନିଯୁକ୍ତ କରିଥିଲେ |

ଏହିପରି ପୁରା ହେଲା ସ୍ୱପ୍ନ :-

ଏହି ସମୟରେ ରେଖା ସିଂହଙ୍କ ମନରେ ଲଗାତାର ସେନାରେ ଯୋଗଦେବା ପାଇଁ ଇଚ୍ଛା ଥିଲା, କାରଣ ତାଙ୍କୁ ନିଜ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାର ଥିଲା | ଏଥିପାଇଁ ସେ ଜିଲ୍ଲା ସୈନିକ କଲ୍ୟାଣ ସଂଘର ଅଫିସକୁ ଯାଇ ଆଲୋଚନା କରିଥିଲେ |

ଏହା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ସୈନିକ କଲ୍ୟାଣ ସଂଘରୁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ସହଯୋଗ ମିଳିଲା | ଏହା ପରେ ସେ ତାଙ୍କର ପ୍ରସ୍ତୁତି ଆରମ୍ଭ କରି ନୋଏଡା ଯାଇ ସେନାରେ ଯୋଗଦେବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ତାଲିମ ନେଇଥିଲେ | ସେ ପ୍ରଥମ ପ୍ରୟାସରେ ସଫଳତା ପାଇନଥିଲେ କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ ଏବଂ ଲେଫଟିନେଣ୍ଟ ହୋଇଗଲେ |

odia sambada
Comments (0)
Add Comment