ଛି ଛି ଛି ….. ବାପା କରୁଥିଲେ ବଳାତ୍କାର ଆଉ ମାଆ ଦେଉଥିଲେ ତାଙ୍କ ସାଥ । ଭିଡ଼ିଓ ବନାଇ ଝିଅ ପହଁଚିଲା ପୋଲିସ ପାଖରେ…ଜାଣନ୍ତୁ ପୁରା ଘଟଣା

ବିହାରର ସମଷ୍ଟିପୁରରୁ ଏକ ହଇରାଣ କରିବାଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଝିଅ ନିଜ ଶିକ୍ଷକ ପିତା ବିରୁଦ୍ଧରେ ରେପ ମାମଲା ଦର୍ଜ କରିଛନ୍ତି ଓ ନ୍ୟାୟ ପାଇଁ ସୋସିଆଲ ମିଡ଼ିଆରେ ଦୁଷ୍କର୍ମ ଭିଡ଼ିଓକୁ ଭାଇରାଲ କରିଛନ୍ତି। ପୋଲିସ ତୁରନ୍ତ ଆକ୍ସନ ନେଇ ଆରୋପୀ ପିତାଙ୍କୁ ଗିରଫ କରିଛନ୍ତି।

ଝିଅଟି ଥାନା ପହଞ୍ଚି ନିଜ ପିତାଙ୍କ ବିରୁଦ୍ଧରେ ରେପ ମୋକଦ୍ଦମା ଦର୍ଜ କରିଥିଲେ। ଝିଅଟି କହିଥିଲା ସେ ମନା କରିବାପରେ ମଧ୍ୟ ପିତା ନିଜ ହରକତ ଛାଡୁନଥିଲା। ଏଥିରେ ସେ ବହୁତ ଚିନ୍ତିତ ଥିଲେ। ଏହାପରେ ସେ ଲୁଚି ଲୁଚି ଭିଡ଼ିଓ ବନାଇଥିଲେ। ପରିବାର ଲୋକେ ତାଙ୍କୁ ଚୁପ ରହିବାକୁ ସବୁବେଳେ ଚାପ ପକାଉଥିଲେ। ଝିଅଟିର କହିବାହେଲା ତାଙ୍କର ଶିକ୍ଷୟିତ୍ରୀ ମାଆ ମଧ୍ୟ ଏଥିରେ ପିତାଙ୍କ ସାଥ ଦେଉଥିଲେ।

ଡ଼ିଏସପି ସହିୟାର ଅଖତାର ପିଡ଼ିତା ମହିଳାଙ୍କ ବୟାନ ଆଧାରରେ ମହିଳା ଥାନାରେ FIR ଦର୍ଜ କରାଇଥିଲେ। ଏହାପରେ ପିଡ଼ିତାଙ୍କ ପିତାଙ୍କୁ ଯାଞ୍ଚ କରିବାପରେ ଗିରଫ କରାଗଲା। ମହିଳା ଥାନା ପୋଲିସ ଏବେ ଜାଣିବାକୁ ଚାହୁଁଛି କି, ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି।

ପୋଲିସ ପିଡ଼ିତାଙ୍କର ମେଡ଼ିକାଲ କରି କାଉନ୍ସିଲ ପାଇଁ ପଠାଇଥିଲେ। ପୋଲିସର କହିବାହେଲା ଏହି ମାମଲା ଉପରେ ବହୁତ ଗମ୍ଭୀରତାର ସହିତ ଯାଞ୍ଚ କରାଯାଉଛି। ଏହି ମାମଲାରେ ଯେକେହିବି ସାମିଲ ତାଙ୍କ ବିରୁଦ୍ଧରେ କାର୍ଯ୍ୟବାହୀ କରାଯିବ।

odia sambada
Comments (0)
Add Comment