ଝିଅ ନାମରେ ମାତ୍ର 250 ଟଙ୍କା ଦେଇ ଖୋଲନ୍ତୁ ଏହି ସ୍ପେସିଆଲ ଖାତା, ହେବ ଲକ୍ଷାଧିକ ଟଙ୍କାର ଲାଭ

ଯଦି ଆପଣ ନିଜ ନିଜର ଭବିଷ୍ୟତ ସୁରକ୍ଷିତ ରଖିବାକୁ ଚାହାଁନ୍ତି ତାହେଲେ ସରକାରଙ୍କ ତରଫରୁ ଚଳାଯାଉଥିବା ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିପାରିବେ। ଏହି ଯୋଜନା ଅନ୍ତର୍ଗତ ଆପଣ ନିଜ ଝିଅର ଭାଗ୍ୟ ବଦଳାଇ ପାରିବେ। ସିଧା ସିଧା କହିବାକୁ ଗଲେ 21 ବର୍ଷ ବୟସରେ ଆପଣଙ୍କ ଝିଅ ଲକ୍ଷାଧିକ ଟଙ୍କାର ମାଲିକାଣୀ ହୋଇଯିବ। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ।

ଏହା ଏପରି ଏକ ଯୋଜନା ଅଟେ ଯେଉଁ ଯୋଜନା ଅନ୍ତର୍ଗତ ଆପଣ ନିଜ ଝିଅ ନାମରେ ମାସିକ ମାତ୍ର 250 ଟଙ୍କା ନିବେଶ କରି ତା’ ଭାଗ୍ୟ ବଦଳାଇ ଦେଇପାରିବେ। ଏଥିରେ ନ୍ୟୁନତମ ରାଶି 250 ଟଙ୍କା ଥିବାବେଳେ ଅତ୍ୟଧିକ ରାଶି 1.5 ଲକ୍ଷ ବାର୍ଷିକ ନିବେଶ କରିପାରିବେ।

ଝିଅ ଯେତେବେଳେ 10 ବର୍ଷର ହୋଇଯିବ ସେତେବେଳେ ଏଥିରେ ଟଙ୍କା ଜମା କରିବା ଆରମ୍ଭ କରିଦିଅନ୍ତୁ ଓ ଯେତେବେଳେ ଝିଅ 21 ବର୍ଷ ହୋଇଯିବ ସେତେବେଳେ ଏହା ମ୍ୟାଚୁରିଟି ପ୍ରାପ୍ତ ହେବ। ଏହିପରି ଆପଣ କମ ଟଙ୍କା ନିବେଶ କରି ଏକ ଭଲ ଆମାଉଣ୍ଟ ଏକତ୍ରିତ କରିପାରିବେ।

ଆପଣଙ୍କୁ ଜଣାଇଦେଉଛୁ କି, ସରକାର ଏହି ସୁକନ୍ୟା ଯୋଜନାରେ ସୁଧ ଦରରେ ପରିବର୍ତ୍ତନ କରିନଥାନ୍ତି କି କମାଇ ନଥାନ୍ତି କିନ୍ତୁ ବ୍ୟାଙ୍କ, FD ଓ ପିଏଫରୁ ମିଳୁଥିବା ସୁଧ ଦରକୁ କମ କରାଯାଇ ପାରିବ।

କେଉଁ ଯୋଜନାରେ କେତେ ସୁଧ ମିଳୁଛି:-

ଏହି ସମୟରେ ଫିକ୍ସ ଡିପୋଜିଟରେ ହାରାହାରି 4.5 ରୁ 5.5 ପ୍ରତିଶତ ସୁଧ ମିଳୁଛି। NSC ରେ 6.8 ପ୍ରତିଶତ ଓ ପବ୍ଲିକ ପ୍ରୋଭିଡ଼େଣ୍ଟ ଫଣ୍ଡରେ 7.1 ପ୍ରତିଶତ ସୁଧ ମିଳୁଛି। ସେହିପରି ଏହିସବୁକୁ ବାଦ ଦେଲେ ସୁକନ୍ୟା ସମୃଦ୍ଧିରେ ଆପଣଙ୍କୁ 7.6 ପ୍ରତିଶତ ସୁଧ ମିଳିଥାଏ। ଏମିତିରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟ ଯୋଜନା ତୁଳନାରେ ବହୁତ ଭଲ ଅଟେ।

ସୁକନ୍ୟା ସମୃଦ୍ଧି ସ୍କିମ ଆକାଉଣ୍ଟ କେମିତି ଖୋଲିବା:-

ଯଦି ଆପଣ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି ତାହେଲେ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କକୁ ଯାଇ ଖାତା ଖୋଲିପାରିବେ। ଖାତା ଖୋଲିବାପାଇଁ ଆପଣଙ୍କୁ ନିଜ ଝିଅର ଜନ୍ମ ସାର୍ଟିଫିକେଟ ଦରକାର ହେବ। ଏହାବ୍ୟତୀତ ଏହି ସ୍କିମରେ ନିବେଶ ହେଉଥିବା ଟଙ୍କା ଉପରେ ଟ୍ୟାକ୍ସ ଲାଗିନଥାଏ।

odiasambada
Comments (0)
Add Comment