ବିଜୁଳି ସଙ୍କଟ ଯୋଗୁଁ ଚିନ୍ତିତ ଅଛନ୍ତି କି ? ଫସଲରେ ପାଣି ମଡ଼ାଇ ପାରୁନାହାନ୍ତି କି ? ତାହେଲେ ଘରକୁ ଆଣନ୍ତୁ 60 ପ୍ରତିଶତ ସବ୍ସିଡ଼ି ବାଲା ଏହି ପମ୍ପ

Subsidy on solar pump: ଦେଶରେ ଏସମୟରେ କିଛି ରାଜ୍ୟରେ ବିଜୁଳି ସଙ୍କଟର ଅଭାବ ଦେଖାଦେଉଛି। ଲୋକମାନେ ଏଥିପାଇଁ ଚିନ୍ତିତ ହେଉଛନ୍ତି କିନ୍ତୁ ଚାଷୀ ମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି ଓ ସେମାନେ ନିଜ ଫସଲରେ ସଠିକ ସମୟରେ ପାଣି ମଡ଼ାଇ ପାରୁନାହାଁନ୍ତି। ଏମିତିରେ ବ୍ୟାକଲିପ ପଦ୍ଧତି ଆବେଦନ ପରେ କୃଷକଙ୍କୁ ଚାଷରେ ଦାମ ଦେବାକୁ ପଡ଼ୁଛି।

25 ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ଆମଦାନୀର ସ୍ରୋତ ଖୋଲିବ:-

ଏହି ସମୟରେ କୃଷକଙ୍କ ପାଇଁ ପିଏମ କୁସୁମ ଯୋଜନା ବହୁତ ଫାଇଦା ଦାୟକ ହୋଇପାରେ। ଯୋଜନା ଅନ୍ତର୍ଗତ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷକଙ୍କୁ ସୋଲାର ପମ୍ପ ଉପରେ ସବ୍ସିଡ଼ି ପ୍ରଦାନ କରିଥାନ୍ତି। ସରକାର 35 ଲକ୍ଷରୁ ଅଧିକ କୃଷକଙ୍କ କୃଷି ପମ୍ପର ସୌରୀକରଣ କରିବାପାଇଁ ଲକ୍ଷ୍ୟ ନେଇ ଚାଲୁଛନ୍ତି। ଏହି ଯୋଜନାର ଲାଭ ଉଠାଇବା ପାଇଁ କୃଷି ଭୂମି ମାଲିକଙ୍କ ପାଇଁ 25 ବର୍ଷ ପର୍ଯ୍ୟନ୍ତ ଏକ ସ୍ଥାୟୀ ଓ ଲଗାତାର ଆମଦାନୀର ସ୍ରୋତ ଖୋଲିଯିବ।

ପ୍ରଦୂଷଣ ହେବନାହିଁ:-

ଏହାକୁ ଆପଣାଇବା ଦ୍ୱାରା କୃଷକ ମାନେ ଡ଼ିଜେଲ ଓ ପେଟ୍ରୋଲ ଦାଉରୁ ମୁକ୍ତି ପାଇଁ ସୌର ରଶ୍ମି ଦ୍ୱାରା ନିଜର ଫସଲରେ ପାଣି ଦେଇପାରିବେ ଓ ଏଥିରେ ଖର୍ଚ୍ଚ ବହୁତ ବଞ୍ଚିବା ସହିତ ପ୍ରଦୂଷଣ ହ୍ରାସ ପାଇବ। ଏଥିରେ ଫସଲରେ ଆମଦାନୀ ଭଲ ହେବାସହ ଜୀବନ ଶୈଳୀ ମଧ୍ୟ ସୁଧୁରିବ।

ହୋଇପାରନ୍ତି ଲକ୍ଷପତି:-

ସୋଲାର ପମ୍ପ ବ୍ୟବହାର କରି କୃଷକ ନିଜ ଜମିରେ ପାଣି ମଡ଼ାଇ ପାରିବେ। ଏହାବ୍ୟତୀତ ଅନୁର୍ବର ଜମିରେ ମଧ୍ୟ ଫସଲ କରି ଏକ ନିର୍ଦ୍ଦିଷ୍ଟ ଆୟ କରିପାରିବେ। ବିଶେଷଜ୍ଞଙ୍କ ଅନୁସାରେ ଏକ ମେଗାୱାଟ ସୋଲାର ପମ୍ପ ବ୍ୟବହାର ପାଇଁ ଆପଣଙ୍କୁ 4 ରୁ 5 ଏକର ଜମିର ଆବଶ୍ୟକ ହୋଇଥାଏ। ଏଥିରେ ଏକବର୍ଷ ଭିତରେ 15 ଲକ୍ଷର ବିଜୁଳି ୟୁନିଟର ଉତ୍ପାଦନ କରାଯାଇଥାଏ। ଏମିତିରେ କୃଷକ ସୋଲାର ପମ୍ପ ଜରିଆରେ ବହୁତ ସହଜରେ 45 ଲକ୍ଷ ଟଙ୍କାର ବାର୍ଷିକ ଆୟ ହାସଲ କରିପାରିବେ।

ଏତିକି ପ୍ରତିଶତ ମିଳିଥାଏ ସବ୍ସିଡ଼ି:-

ଯୋଜନା ଅନ୍ତର୍ଗତ ଷ୍ଟାଣ୍ଡ ଆଲୋନ ପମ୍ପର ବେଞ୍ଚମାର୍କ ଦର ଅନୁସାରେ 30 ପ୍ରତିଶତ କେନ୍ଦ୍ରୀୟ ବିତ୍ତୀୟ ସହାୟତା ପ୍ରଦାନ କରାଯିବ। କୃଷକ ଦ୍ୱାରା 40 ପ୍ରତିଶତ ଭରଣା କରାଯିବ ଓ ଏହି 40 ପ୍ରତିଶତ ଭିତରୁ କୃଷକ 30 ପ୍ରତିଶତ ବ୍ୟାଙ୍କରୁ ଲୋନ ମଧ୍ୟ ନେଇପାରିବେ। ଏହାର ଅର୍ଥ କୃଷକଙ୍କୁ ମୋଟ 10 ପ୍ରତିଶତ ଭରଣା କରିବାକୁ ପଡିବ।ସେହିପରି ପୂର୍ବତ୍ତର ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ, ଲାକ୍ଷାଦ୍ବୀପ ଓ ଅଣ୍ଡାମାନ ଦ୍ବୀପ ସମୂହରେ ସବ୍ସିଡ଼ି ସରକାରଙ୍କ ତରଫରୁ 50 ପ୍ରତିଶତ ଯାଏଁ ମିଳିଥାଏ।

odia sambada
Comments (0)
Add Comment