ମାତ୍ର ୯ ହଜାର ଟଙ୍କାରେ କିଣନ୍ତୁ 75 Kmpl ମାଇଲେଜ ଦେଉଥିବା ହିରୋର ଏହି ବାଇକ,ଜାଣନ୍ତୁ ଏହାର ଫିଚର୍ସ ଓ ଫାଇନାନ୍ସ ବିଷୟରେ !

ହିରୋ ସୁପର ସ୍ପେଣ୍ଡର ବଜେଟ ସେଗମେଣ୍ଟରେ ଏକ ଷ୍ଟାଇଲିଶ ବାଇକ ଅଟେ। ଯାହାକୁ ଲୋକେ ଅତ୍ୟଧିକ ମାଇଲେଜ ଓ ଆଧୁନିକ ଫିଚର୍ସ ପାଇଁ ପସନ୍ଦ କରିଥାନ୍ତି। ଏହି ବାଇକରେ ଆପଣଙ୍କୁ ଲମ୍ବା ସିଟ ମଧ୍ୟ ମିଳିବ। ଏହି ବାଇକର ନୂଆ ଡିସ୍କ ଭ୍ୟାରିଏଣ୍ଟକୁ କମ୍ପାନୀ 79,600 ଟଙ୍କା ଦାମ ରଖିଛି

ଏକ୍ସଶୋରୁମ ଦାମରେ ଏହି ବାଇକ ବଜାରରେ ଉପଲବ୍ଧ କରାଇ ଯାଇଛି। ଏହି ବାଇକ ଅନ ରୋଡ଼ ଆସିବାପରେ 94,435 ଦାମ ହୋଇଯାଏ। କମ୍ପାନୀ ଏହାଉପରେ ଫାଇନାନ୍ସ ସୁବିଧା ମଧ୍ୟ ଦେଉଛି। ଯାହାଦ୍ୱାରା ଏହି ବାଇକକୁ ବହୁତ ସହଜ କିସ୍ତିରେ କିଣାଯାଇ ପାରିବ।

ହିରୋ ସୁପର ସ୍ପେଣ୍ଡର ନ୍ୟୁ ଡିସ୍କ ଭ୍ୟାରିଏଣ୍ଟର ଫାଇନାନ୍ସ ପ୍ଲାନ:-

ହିରୋ ସୁପର ସ୍ପେଣ୍ଡର ନ୍ୟୁ ଡିସ୍କ ଭ୍ୟାରିଏଣ୍ଟକୁ କିଣିବାପାଇଁ କମ୍ପାନୀ ସହିତ ଜଡ଼ିତ ବ୍ୟାଙ୍କ ଆପଣଙ୍କୁ 85,435 ଟଙ୍କାର ଲୋନ ଉପଲବ୍ଧ କରାଇଥାଏ। ଏହାପରେ ବାକି 9,000 ର ନ୍ୟୁନତମ ଡାଉନ ପେମେଣ୍ଟ କମ୍ପାନୀକୁ କରିବାକୁ ହୋଇଥାଏ। ବ୍ୟାଙ୍କ କୁ ଆପଣ ପ୍ରତିମାସରେ 2,745 ମାସିକ ଇଏମଆଇ ଜରିଆରେ ଲୋନ ଦେଇପାରିବେ। ବ୍ୟାଙ୍କ ଠାରୁ ଆପଣଙ୍କୁ ଏହି ଲୋନ 3 ବର୍ଷ ପାଇଁ ମିଳିଥାଏ। ଏହି ଲୋନ ଆମଉଣ୍ଟ ଉପରେ ଆପଣଙ୍କୁ ବାର୍ଷିକ 9.7 ପ୍ରତିଶତ ସୁଧ ଦେବାକୁ ରହିଥାଏ।

ହିରୋ ସୁପର ସ୍ପେଣ୍ଡର ନ୍ୟୁ ଡିସ୍କ ଭ୍ୟାରିଏଣ୍ଟର ସ୍ପେସିଫିକେସ:-

ହିରୋ ସୁପର ସ୍ପେଣ୍ଡର ନ୍ୟୁ ଡିସ୍କ ଭ୍ୟାରିଏଣ୍ଟରେ କମ୍ପାନୀ ଦ୍ୱାରା ସିଙ୍ଗଲ ସିଲିଣ୍ଡର ବାଲା 124.7 ସିସି ର ଇଞ୍ଜିନ ଲଗାଯାଇଛି। ଏହି ଇଞ୍ଜିନ 10.8 ପିଏସର ଅଧିକତମ ପାୱାର ଓ 10.6 nm ର ପିକ ଟର୍କ ଜେନେରେଟ କରିଥାଏ। ଏହି ଇଞ୍ଜିନ ସହିତ 5 ସ୍ପିଡ଼ ଗିୟର ବକ୍ସ କମ୍ପାନୀ ଯୋଡ଼ିଛି।

ଏହି ବାଇକରେ ଆପଣଙ୍କୁ ବଢ଼ିଆ ବ୍ରେକ ମଧ୍ୟ ଦେଖିବାକୁ ମିଳିଥାଏ। କମ୍ପାନୀ ନିଜର ଏହି ବାଇକର ଫ୍ରଣ୍ଟ ହ୍ବିଲରେ ଡିସ୍କ ବ୍ରେକ ଓ ରିୟର ହ୍ବିଲରେ ଡ୍ରମ ବ୍ରେକ ଉପଲବ୍ଧ କରାଇଥାଏ। ଏହାସହ ଆପଣଙ୍କୁ ଏଥିରେ ଆଲୟ ହ୍ବିଲ ଓ ଟ୍ୟୁବଲେସ ଟାୟାର ମଧ୍ୟ ମିଳିଥାଏ। ଏହି ବାଇକର ମାଇଲେଜ ମଧ୍ୟ ବହୁତ ଜବରଦସ୍ତ । ଏଥିରେ ଆପଣଙ୍କୁ 57 ରୁ 75 କିଲୋମିଟର ପ୍ରତିଲିଟର ମାଇଲେଜ ଦେଖିବାକୁ ମିଳିଥାଏ।

odia sambada
Comments (0)
Add Comment