ସୂଚନା ଦେଲା ପାଣିପାଗ ବିଭାଗ,୮ ରେ ବାତ୍ୟା ଓ ୧୦ ତାରିଖରେ ଛୁଇଁବ ଉପକୂଳ

ସବୁ ବର୍ଷ ପରି ପୁଣି ଏହି ବର୍ଷ ମେ ମାସରେ ଆସୁଛି ଆଉ ଏକ ବାତ୍ୟା, ପ୍ରତିବର୍ଷ ଏହି ମେ ମାସରେ ଏକ ବଡ ଧରଣର ବାତ୍ୟା ଆସିଥାଏ ଆଉ ଏହା କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଅନ୍ୟ ଲୋକମାନେ ବି ବହୁତ ହଇରାଣର ସମ୍ମୁଖୀନ ହୋଇ ଥାଆନ୍ତି। ଓଡିଶା, ୱେଷ୍ଟବେଙ୍ଗଲ, ନା ଆନ୍ଧ୍ରପ୍ରଦେଶରେ କରିବ ଲ୍ୟାଣ୍ଡଫଲ ? ଦକ୍ଷିଣପୂର୍ବ ଆଣ୍ଡମାନରେ ଲଘୁଚାପ ହେବା ନେଇ ସ୍ପଷ୍ଟ ହୋଇଥିଲେ ମଧ୍ୟ ବାତ୍ୟାର ରୂପରେଖ ସ୍ପଷ୍ଟ ହେଇ ନଥିଲା,ମାତ୍ର ଏବେ ଏବେ ଭୁବନେଶ୍ବର ପାଣିପାଗ ବିଭାଗରୁ ଆସିଚି ସୂଚନା ।

ତେବେ ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୁର୍ବ ବଙ୍ଗପୋସାଗରରେ ଲଘୁଚାପ ସୃଷ୍ଟି ହେବା ପରେ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।କ୍ରମଶଃ ଏହା ଘନୀଭୂତ ହୋଇ 7ତାରିଖରେ ଅବପାତର ରୂପ ନେବା ସହ 8 ତାରିଖ ରେ ବାତ୍ୟା ର ରୂପ ନେବ।ଏହି ଅବପାତ ରବିବାର ବାତ୍ୟା ରୂପ ନେଇ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ୧୦ ତାରିଖ ରେ ଛୁଇଁବ।

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ, ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ୪ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ। ୬ଟି ଜିଲ୍ଲାରେ କାଳବୈଶାଖୀ ର ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ।ଏହା ସହ 40 ରୁ 50 କିଲୋମଟର ବେଗରେ ପବନ ବୋହିବ ବୋଲି ମଧ୍ୟ ସୂଚନା ଦିଆ ଯାଇଛି। ତେଣୁ ମତ୍ସ୍ୟଜୀବୀ ସେଠାକୁ ଯିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ଆଇଏମ୍‌ଡି ଡିଜି ।ସେହିପରି ଆଜି ୨୨ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି।

odia sambada
Comments (0)
Add Comment