ମହିଳାଙ୍କ ପାଇଁ ସେଫ୍ଟି ଗ୍ୟାଜେଟ: ଏବେ ଘରୁ ବାହାରିବାକୁ ଆଉ ଲାଗିବ ନାହିଁ ଡ଼ର,ନିଜ ସାଥିରେ ନେଇକି ଯାଆନ୍ତୁ ଏହିସବୁ ଜିନିଷ

ବର୍ତ୍ତମାନ ସମୟ କଥା କହିବାକୁ ଗଲେ ଏବେ ଏମିତି ଟେକ୍ନୋଲୋଜି ସମୟ ଆସିଯାଇଛି ଯାହାର ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ। ଏଥିରେ ଜିପିଏସ ଟ୍ରାକର ଓ ବହୁତ ସାରା ଜିନିଷ ରହିଛି। ଏହି ଜିନିଷ ଗୁଡ଼ିକ ମହିଳା ମାନଙ୍କୁ ଆଶଙ୍କାରୁ ବଞ୍ଚାଇବା ସହିତ ଏହାକୁ ସେମାନେ ବହୁତ ସହଜରେ ନୀରେ ସହିତ କ୍ୟାରି କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ଏହିପରି ଏକ 5ଟି ଗ୍ୟାଜେଟ ବିଷୟରେ କହିବାକୁ ଯାଉଛୁ।

କଳା ମରିଚ ସ୍ପ୍ରେ ବାଲା ବନ୍ଧୁକ:-

କଳା ମରିଚ ସ୍ପ୍ରେ ବାଲା ବନ୍ଧୁକ ମହିଳାଙ୍କ ପାଇଁ ସରକାରଙ୍କ ତରଫରୁ ଏକ ସ୍ଵୀକୃତିପ୍ରାପ୍ତ ସେଫ୍ଟି ଜିନିଷ ଅଟେ। ଏହି ବନ୍ଧୁକ ଜରିଆରେ ଆପଣ ନାକେବଳ ସାମ୍ନା ବାଲାର ଆଖି ବରଂ ଅନ୍ଧାଧୁନ ଫାୟରିଂ କରି ସେଠାରୁ ଆପଣ ଚାଲି ଆସିପାରନ୍ତି। ଏହି ଅନ୍ଧାଧୁନ ଫାୟରିଂ କରିବା ଦ୍ୱାରା ଆରୋପୀର ଆଖି ପୋଡାଜଳା ହେବାସହ ଦେହ ହାତରେ ପଡ଼ିବା ଦ୍ୱାରା ଦେହ ହାତ ମଧ୍ୟ ଜଳିଥାଏ।

କରେଣ୍ଟ ମାରୁଥିବା ସେଫ୍ଟି ଟର୍ଚ୍ଚ:-

କରେଣ୍ଟ ମାରୁଥିବା ରିଚାରଜେବଲ ଟର୍ଚ୍ଚ ମହିଳାଙ୍କ ପାଇଁ ବହୁତ ଉପଯୋଗୀ ସେଫ୍ଟି ଜିନିଷ ଅଟେ। ଏଥିରେ ଲୁଚିଥିବା LED ଇଲେକ୍ଟ୍ରିକ ଫ୍ଲାସ ଲାଇଟ ମନୁଷ୍ୟ ଉପରେ ବହୁତ ଗଭୀର ଭାବରେ ପ୍ରଭାବ ପକାଇଥାଏ। ଏହାର ବ୍ୟବହାର ଦ୍ୱାରା ସେମାନେ କିଛିସମୟ ଧରି ଅଚଳ ହୋଇଯାଆନ୍ତି। ମହିଳା ମାନେ ଏହି ସେଫ୍ଟି ଟର୍ଚ୍ଚକୁ ନିଜ ବ୍ୟାଗ ଭିତରେ କ୍ୟାରି କରି ନେଇପାରିବେ।

ସାଉଣ୍ଡ ଗ୍ରେନେଡ଼ ବାଲା ଇ- ଆଲର୍ମ:-

ସାଉଣ୍ଡ ଗ୍ରେନେଡ଼ ଏକପ୍ରକାରର ଇ-ଆଲର୍ମ ହୋଇଥାଏ। ଏହାର ଜୋରଦାର ଶବ୍ଦ 120db ପର୍ଯ୍ୟନ୍ତ ଯାଇଥାଏ। ଯେଉଁଥିରେ ଆଖପାଖର ଲୋକେ ଚମକି ପଡ଼ନ୍ତି ଓ ବଦମାସ ଲୋକେ ସେଠାରୁ ଚାଲିଯାଆନ୍ତି। ଏହି ସେଫ୍ଟି ଗ୍ୟାଜେଟ ଓଜନ ମାତ୍ର 20 ଗ୍ରାମ ଅଟେ। ଆପଣଙ୍କ ଘର, ଦୋକାନରେ ଚୋରି କିମ୍ବା ଡକାୟତି କିମ୍ବା କେହି ପଶିଥିଲେ ଏହି ସାଇରନ ଅଟୋ ମାଟିକ ବାଜିବାକୁ ଲାଗିଥାଏ ଯାହାଦ୍ୱାରା ଆପଣ ସତର୍କ ହୋଇପାରିବେ।

ଶରୀରରେ ପିନ୍ଧିପାରିବେ ସେଫଲେଟ:-

ସେଫଲେଟ କୁ ପିନ୍ଧାଯାଉଥିବା ଏକ ସୁରକ୍ଷିତ ଉପକରଣ ଅଟେ। ଯାହାକୁ କେହିବି ମହିଳା ବହୁତ ସହଜରେ ପିନ୍ଧିପାରନ୍ତି। ଏଥିରେ ଦୁଇଟି ବଟନ ରହିଥାଏ ଯାହାର ବ୍ୟବହାର ଆପଣ କାହାକୁ ସମ୍ପର୍କ କରିବା ଓ ମାତା-ପିତାଙ୍କୁ ଯୋଗାଯୋଗ କରିବା ଉପରେ ରହିଥାଏ। ଏହା ୟୁଜରର ମୋବାଇଲ ସହିତ ଭଏସ ରେକର୍ଡ଼ିଂ ମଧ୍ୟ ଆରମ୍ଭ କରିଥାଏ। କେହିବି ଖତରନାକ ସ୍ଥିତିରେ ଥିବାବେଳେ ଏହାକୁ ମେସେଜ ପଠାଇବାରେ ବ୍ୟବହାର କରିପାରନ୍ତି। ଏମରଜେନ୍ସି ନମ୍ବର ଡ଼ାୟଲ କରି ଆପଣ ମେସେଜ ପଠାଇ ପାରିବେ।

ମହିଳାଙ୍କ ପାଇଁ SOS ଆଖି ୱାଚ:-

ଏହି ଆଇୱାଚ ଆପଣଙ୍କ ଆଖପାଖର ଅଡ଼ିଓ ଓ ଭିଡ଼ିଓ କୁ ରେକର୍ଡ଼ିଂ କରିଥାଏ। ଏହାସହ ଆଶଙ୍କା ଦେଖି ଏହା ଆପଣଙ୍କ ମୋବାଇଲକୁ ଆଲର୍ଟ ମେସେଜ ପଠାଇଥାଏ। ଏହି ଆପ ର ଦାବି ଏହାକି ଯେ, ଏହା ବିନା GPRS ଜରିଆରେ କାମ କରିଥାଏ। ଏହାବ୍ୟତୀତ ଏହା ଆପଣଙ୍କ ସବୁଠାରୁ ସଠିକ ଲୋକେସନ ବତାଇ ପାରିବ। ଏହାପରେ ଯେତେବେଳେ ଆପଣ କୌଣସି ବିପଦପୂର୍ଣ୍ଣ ଜାଗାରୁ ବାହାରି ‘ମୁଁ ସୁରକ୍ଷିତ ବଟନ’ ଉପରେ କ୍ଲିକ କରନ୍ତି ସେତେବେଳେ ପରିଜନଙ୍କୁ ଏହା ସୂଚିତ କରିଥାଏ।

odia sambada
Comments (0)
Add Comment