“ମୁଁ ଯଦି ପ୍ରଧାନମନ୍ତ୍ରୀ ହୁଏ ,ତାହେଲେ ଅକ୍ଷୟ କୁମାରକୁ ଦେଶରୁ ବାହାର କରିଦେବି “

ବଲିଉଡର ଅଭିନେତା ରହିସାରିଥିବା ଓ ସ୍ୱଘୋଷିତ ଫିଲ୍ମ କ୍ରିଟିକ୍ସ କମାଲ ରସିଦ ଖାନ ସର୍ବଦା ନିଜର ବୟାନ ଓ ଟ୍ୱିଟ କାରଣରୁ ଚର୍ଚ୍ଚାରେ ରୁହନ୍ତି। ବହୁତ ସମୟ ହେବ ବିଦେଶରେ ରହୁଥିବା କମାଲ ଆର ଖାନ ଭାରତୀୟ ବଲିଉଡ ଓ ରାଜନୀତି ଉପରେ ଟ୍ୱିଟ କରିବାର ନଜର ଆସିଥାନ୍ତି।

ତାଙ୍କର ଟ୍ରୋଲ ଲୋକମାନଙ୍କୁ ସେତେ ଖାଆସ ଲାଗେନାହିଁ ଓ ବହୁବାର ନିଜର ଟ୍ୱିଟ କାରଣରୁ ଲୋକଙ୍କ ଠାରୁ ଟ୍ରୋଲ ହେବାର ସାମ୍ନା କରିଥାନ୍ତି। ରାଜନୀତି ସହିତ କମାଲ ଖାନ ବଲିଉଡ ଓ ବଲିଉଡ ଷ୍ଟାର୍ସ ମାନଙ୍କ ଉପରେ ଫାଲତୁ ଟ୍ୱିଟ କରିବାର ନଜର ଆସିଥାନ୍ତି।

ପୂର୍ବରୁ ସେ ସଲମାନ ଖାନଙ୍କ ଉପରେ ଟ୍ୱିଟ କରି ଏହାର ପରିଣାମ ଭୋଗିଛନ୍ତି ଓ ମଝିରେ ସେ ସିଙ୍ଗର ମିକା ସିଂହଙ୍କ ବିରୁଦ୍ଧରେ ମଧ୍ୟ ଟ୍ୱିଟ କରିଥିଲେ ଓ ଏବେ ସେ ବଲିଉଡ ଆକ୍ଟର ଅକ୍ଷୟ କୁମାର ଓ ନିଜେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ନେଇ ଟ୍ୱିଟ କରିଛନ୍ତି ଯାହାକି ଅସମ୍ଭବ।

ସେ ନିଜ ଟ୍ୱିଟ ଜରିଆରେ କହିଥିଲେ ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଯିବି ତାହେଲେ ଅକ୍ଷୟ କୁମାରଙ୍କୁ କାନାଡ଼ା ପଠାଇଦେବି। ଏହି ଟ୍ୱିଟ ଏବେ ତାଙ୍କର ଭାଇରାଲ ହେବାରେ ଲାଗିଛି। କେଆରକେ ନିଜ ଟ୍ୱିଟ ଜରିଆରେ କହିଥିଲେ, ଯଦି ମୁଁ ମାତ୍ର ଏକଘଣ୍ଟା ପାଇଁ ବି ପ୍ରଧାନମନ୍ତ୍ରୀ ହେବି ତାହେଲେ ଏହି ଅଭିନେତାଙ୍କୁ ତାଙ୍କ ଦେଶକୁ ପଠାଇଦେବି। ଆଲିଆଙ୍କୁ ଲଣ୍ଡନ, ଅକ୍ଷୟ କୁମାରଙ୍କୁ କାନାଡ଼ା, ଜ୍ୟାକଲିନଙ୍କୁ ଶ୍ରୀଲଙ୍କା, ଦୀପିକାଙ୍କୁ ନେଦରଲାଣ୍ଡ ଓ ଇମ୍ରାନଙ୍କୁ ପର୍ତ୍ତୁଗାଲ ପଠାଇଦେବେ ବୋଲି ସେ କହିଥିଲେ।

କମାଲ ଏତିକିରେ ନରହି ନିଜର ଆଉ ଏକ ଟ୍ୱିଟ ଜରିଆରେ କହିଥିଲେ କି, ଟିକେ ଭାବନ୍ତୁ ଯଦି ଏମାନେ ଦେଶକୁ ପ୍ରେମ କରୁଥାନ୍ତି ତାହେଲେ ଏମାନେ କଣ ପାଇଁ ଅନ୍ୟ ଦେଶର ରାଷ୍ଟ୍ରୀୟତା ନେଇଛନ୍ତି ? ଯେତେବେଳେ ଫ୍ଲପ ହୋଇଯିବେ ସେମାନେ ନିଜ ନିଜ ଦେଶକୁ ଚାଲିଯିବେ।

କମାଲଙ୍କ ଏହି ମେସେଜ ଦେଖିବାପରେ ଲୋକମାନଙ୍କ ମୁଣ୍ଡ ଖରାପ ହୋଇଗଲା ଓ ସେମାନେ ତାଙ୍କର କ୍ଲାସ ନେବା ଆରମ୍ଭ କରିଦେଲେ। କମାଲଙ୍କ ଟ୍ୱିଟରେ ଜଣେ ୟୁଜର୍ସ କମେଣ୍ଟ ଦେଇଥିଲେ କି, ଭାଇ ପ୍ରଧାନମନ୍ତ୍ରୀ ହୋଇ ଇମିଗ୍ରେସନ କାମ କରିବ, ଏହା ଭଲ ନୁହେଁ। କୁହ ଇମିଗ୍ରେସନ ବିଭାଗର ହେଡ଼ ହେବ ଯଦି ଏହା କରିବ। ପ୍ରଧାନମନ୍ତ୍ରୀ ହେଲେ କିଛି ଭଲ ଚିନ୍ତାଧାରା ଆଣିବାକୁ ପଡ଼ିବ।

ଆଉଜଣେ ଲେଖିଥିଲେ, ତୁମେ ତ ଭାରତରେ ରାହୁନାହଁ କିନ୍ତୁ ଅନ୍ୟ ବିଷୟରେ କହିବାକୁ ଚାଲି ଆସିଲ । ଆଉଜଣେ ଲେଖିଥିଲେ, ଭାଇ କ୍ଷମା କରିବ ଏକଘଣ୍ଟା ତ ଦୂରର କଥା ଗୋଟିଏ ସେକେଣ୍ଡ ବି ତୁମକୁ ପ୍ରଧାନମନ୍ତ୍ରୀ ହେବାର ଚାନ୍ସ ଦିଆଯିବ ନାହିଁ।

କମାଲ ନିଜର ଟ୍ୱିଟ କାରଣରୁ ସୋସିଆଲ ମିଡ଼ିଆରେ ଲୋକଙ୍କ ମଧ୍ୟରେ ଫସି ଯାଇଥିଲେ। ଆଉଜଣେ ୟୁଜର୍ସ କମେଣ୍ଟ କରି ଲେଖିଥିଲେ, ଦେଶର ପ୍ରଧାନମନ୍ତ୍ରୀ କେବଳ ଏଥିପାଇଁ ହେବ କି, ଏହି ଅଭିନେତାଙ୍କୁ ବିଦେଶ ପଠାଇବ ? ବଲିଉଡ ବ୍ୟତୀତ ଆଉକିଛି ଭାବି କରି ତ ଦେଖ ଭାଇ।

ଶ୍ରୀ ନାମ ନାମକ ୟୁଜର୍ସ ଲେଖିଥିଲେ, ତୁମେ ଭାରତରୁ ଦୂରରେ ରହିବାକୁ ଚାହୁଁଛ ସତ କିନ୍ତୁ ଭାରତ ବିଷୟରେ କାହିଁକି ଚିନ୍ତା କରୁଛ ? ଦୁବାଇ ଓ ଲଣ୍ଡନ ବିଷୟରେ ହିଁ ଭାବନ୍ତୁ। ଆଉଜଣେ ୟୁଜର୍ସ ଆଲିଆ ଭଟଙ୍କ ମଜା ନେଇ ଲେଖିଥିଲେ କଣ ଆଲିଆ ଜାଣନ୍ତି କି, ବ୍ରିଟେନର ରାଷ୍ଟ୍ରପତି ସେକ୍ସପିୟର ନୁହଁନ୍ତି।

odia sambada
Comments (0)
Add Comment