ବିନା ଟଙ୍କା ନିବେଶ କରି ଆରମ୍ଭ କରନ୍ତୁ ଏହି 5ଟି ବିଜନେସ, ମାସକୁ ରୋଜଗାର କରିବେ ଲକ୍ଷାଧିକ ଟଙ୍କା

ବଢ଼ୁଥିବା ମହଙ୍ଗାଇ ସମୟରେ ଏକ ସାଧାରଣ ଲୋକଟିକୁ ନିଜର ଘର ଖର୍ଚ୍ଚ ଉଠାଇବା ବହୁତ କଷ୍ଟକର ହୋଇଯାଉଛି। ଯଦି ଆପଣ ଚାକିରୀ କରୁଥିବା ସହିତ ଅତିରିକ୍ତ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି ତାହେଲେ ଆଜିର ସମୟରେ ବହୁତ ସାରା ସାଇଡ଼ ବିଜନେସ ରହିଛି ଯାହାକୁ ଆପଣ ନିଜର ଚାକିରୀ ସହିତ କରିପାରିବେ। ଆପଣଙ୍କୁ ବାସ ଖାଲି ସଠିକ ବିଜନେସ ଆଇଡ଼ିଆ ଦରକାର ରହିଛି। ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଜନେସ ଆଇଡ଼ିଆ ବିଷୟରେ କହିବାକୁ ଯାଉଛି ଯାହାକୁ ବ୍ୟବହାର କରି ଆପଣ ଏକ୍ସଟ୍ରା ଇଙ୍କମ ବାହାର କରିପାରିବେ।

Freelance Writer:-

ଯଦି ଆପଣଙ୍କୁ ଲେଖିବାର ପସନ୍ଦ ରହିଛି ତାହେଲେ ଘରେ ବସି ଆପଣ କୌଣସି ୱେବସାଇଟ ପାଇଁ ଫ୍ରିଲାନ୍ସିଂ ରାଇଟିଂ କରିପାରିବେ। ଏହି ବିଜନେସ ଘରେ ବସି ଆପଣ ବହୁତ ସହଜରେ କରିପାରିବେ। ଆପଣ ଏହି ବିଜନେସରୁ ଭଲ ଟଙ୍କା ରୋଜଗାର କରିପାରିବେ। ଆପଣ କୌଣସିବି ଭାଷାରେ ଆର୍ଟିକଲ ଲେଖିପାରିବେ।

Home-tutor:-

ବହୁତ ସାରା ଲୋକ ଚାହାଁନ୍ତି ଟିଚର ତାଙ୍କ ଘରକୁ ଆସି ବହୁତ ଧ୍ୟାନର ସହକାରେ ସେମାନଙ୍କ ପିଲାଙ୍କୁ ପଢାନ୍ତୁ। ଯଦି ଆପଣ ବିଜ୍ଞାନ କିମ୍ବା ଗଣିତରେ ଭଲ ଜ୍ଞାନ ରଖିଛନ୍ତି ତାହେଲେ ପିଲାଙ୍କୁ ପାଠ ପଢ଼ାଇ ଭଲ ଟଙ୍କା ରୋଜଗାର କରିପାରିବେ। ଆଜିର ସମୟରେ ଫିଜିକ୍ସ, ମ୍ୟାଥ ଓ ସାଇନ୍ସ ଟିଚରଙ୍କ ବହୁତ ଡିମାଣ୍ଡ ରହିଛି।

ବାସ୍ତୁ ଯୋଗାଯୋଗ:-

ବାସ୍ତୁର ପ୍ରାଚୀନ ସଂସ୍କୃତି ଉପରେ ଭାରତୀୟ ମାନେ ନିଜ ଘର ଓ କାର୍ଯ୍ୟାଳୟକୁ ନେଇ ବହୁତ ଜାଗୃକ ଅଟନ୍ତି। ଏମିତି ମାନାଯାଏ କି, ବାସ୍ତୁ ତାଙ୍କ ପାଇଁ ସ୍ୱାସ୍ଥ୍ୟ, ଧନ ଓ ସମୃଦ୍ଧି ଆଣିବାରେ ସାହାର୍ଯ୍ୟ କରିଥାଏ। ଯଦି ଆପଣଙ୍କ ବାସ୍ତୁ ଉପରେ ଭଲ ଜ୍ଞାନ ରହିଛି ତାହେଲେ ଆପଣ ଜଣେ ଉପଦେଶକାରୀ ହୋଇପାରନ୍ତି। ଯଦି ଆପଣଙ୍କ ଆଦେଶ ଲୋକଙ୍କ ପାଇଁ କାମ କରେ ତାହେଲେ ଆପଣ ବହୁତ କମ ସମୟରେ ଭଲ ଟଙ୍କା ରୋଜଗାର କରିପାରିବେ।

Home backery:-

ଲୋକମାନେ ଆଜିକାଲି ସ୍ୱଚ୍ଛ, ତାଜା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଯଦି ଆପଣଙ୍କ ପାଖରେ ବେକିଂ ସ୍କିଲ ରହିଛି ତାହେଲେ ଆପଣ ଏହାକୁ ପ୍ରଫେସନରେ ବଦଳାଇ ପାରିବେ। ଏଥିରେ ଆପଣଙ୍କୁ କିଛି ନିବେଶ କରିବାର ଆବଶ୍ୟକତା ନାହିଁ ଅର୍ଡର ମିଳିଲା ପରେ ଆପଣ ଖାଦ୍ୟ ପ୍ରସ୍ତୁତ କରିବେ। ଆପଣଙ୍କୁ କେବଳ ଅସାଧାରଣ ବେକିଂ କୌଶଳ ଓ ଅନ୍ୟ କଞ୍ଚା ମାଲର ଆବଶ୍ୟକତା ରହିଛି। ଏହାସହ ଆପଣ ସୋସିଆଲ ମିଡ଼ିଆ ଜରିଆରେ ନିଜ ବେକେରିର ବିଜ୍ଞାପନ କରି ଗ୍ରାହକ ବନାଇ ପାରିବେ।

Child care centre:-

ମହାଙ୍ଗାଇ କାରଣରୁ ସହରରେ ଉଭୟ ମାତା-ପିତା କାମ କରିବାକୁ ଚାଲି ଯାଉଛନ୍ତି, ସେମାନେ ସାଧାରଣତଃ ଏକ ଭରସାଦାୟକ ଚାଇଲଡ଼ କେୟାର ଅନୁସନ୍ଧାନରେ ରହିଥାନ୍ତି।ଯଦି ଆପଣ ପିଲାଙ୍କୁ ଖେଳାଇବାକୁ ପସନ୍ଦ କରନ୍ତି ତାହେଲେ ଆପଣ ନିଜ ଘରେ ଡେ-କେୟାର ସେଣ୍ଟର ଖୋଲିବା ପାଇଁ ବିଚାର କରିପାରନ୍ତି। ପିଲାଙ୍କ ସହିତ ଖେଳିବା ପାଇଁ ଆପଣଙ୍କୁ କିଛି ଜିନିଷର ଆବଶ୍ୟକତା ହୋଇପାରେ।

odia sambada
Comments (0)
Add Comment