ମା ତୋତେ ସଲାମ୍ ! ହୃଦୟ ଜିତିନେଵ ଏହି ହାତୀର ଭିଡିଓ, ନିଜ ଛୁଆକୁ ବଞ୍ଚାଇବା ପାଇଁ ଏପରି ବୁଦ୍ଧି ଲଗାଇଲା

ସଂବେଦନା କେବଳ ମଣିଷ ଭିତରେ ନଥାଏ,ଏହାସହ ଜୀବଜନ୍ତୁଙ୍କ ମଧ୍ୟରେ ଦେଖାଯାଏ,ଖାସକରି ଯେତେବେଳେ ସେ ଜଣେ ମା ହୋଇଥାଏ|ମା ପାଇଁ ସନ୍ତାନ ତାଠାରୁ ବଡ ଅଟେ|ସନ୍ତାନ ପାଇଁ ମା କିଛି ଵି କରିପାରେ,ସେ ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ମଧ୍ୟ ଦେବାକୁ ପଛାଇ ନଥାଏ|ମା ଛୁଆ ପାଇଁ ବିପଦ ସହ ଖେଳିଥାଏ,ଓ ସମସ୍ତଙ୍କ ସହ ଲଢିଥାଏ|ମା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତାର ଛୁଆ|ମାର ଜୀବନ ସେଥିରେ ଥାଏ|ମାର ସେହି ସମ୍ବେଦନା ଓ ପ୍ରେମ ଦର୍ଶାଉଥିବା ଗୋଟିଏ ଭିଡିଓ ଏଵେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଭିଡିଓରେ ଗୋଟିଏ ହାତୀ ଛୁଆକୁ ବଞ୍ଚାଇବା ପାଇଁ ଗୋଟିଏ ପରେ‌ ଗୋଟିଏ ଉପାୟ ଆପଣେଇ ଥାଏ|

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ ଯେ କିପରି ଗୋଟିଏ ହାତୀ ଜଙ୍ଗଲରୁ ଵାହାରି ସଡକକୁ ଆସିଯାଏ|ସେ ସଡକରେ ଯାଉଥିବା ଗାଡି ଉପରେ ଆକ୍ରମଣ କରୁଥିବା ଦେଖାଯାଏ|ସେ ନିଜ ଶୁଣ୍ଡରେ ଗାଡି ଉପରେ ଆକ୍ରମଣ କରିଥାଏ|ସେହି ହାତୀକୁ ଘଉଡେଇବା ପାଇଁ ବନବିଭାଗ ବାଣ ଫୁଟାଇ ଥାନ୍ତି କିନ୍ତୁ ହାତୀ ସେଠାରୁ ଯାଏ ନାହିଁ|ହାତୀର ପଛେ ପଛେ ଯାଇ ବନ ବିଭାଗର ଲୋକମାନଙ୍କୁ ଗୋଟିଏ ଛୋଟ ହାତୀ ଗାଡରେ ପଡିଥିବା ନଜରକୁ ଆସିଥିଲା ସେତେବେଳେ ସେମାନଙ୍କୁ ଜଣାପଡ଼ିଲା ଯେ ହାତୀ କ’ଣ କହିବାକୁ ଚାହୁଁଥିଲା|

ବନ କର୍ମଚାରୀଙ୍କ ଦ୍ୱାରା ବହୁ ପରିଶ୍ରମ ପରେ ହାତୀ ଛୁଆକୁ ଉଦ୍ଧାର କରିଥିଲେ|ଗାଡରୁ ବାହାରିବା ମାତ୍ରେ ଛୁଆ ମା ଆଡକୁ ଦୈାଡି ଥାଏ ଓ ମା ମଧ୍ୟ ବହୁ ଖୁସି ହୋଇଥାଏ|ଦୁହେଁ ଏକାସହ ଜଙ୍ଗଲକୁ ଚାଲି ଯାଇଥାଏ|ଏ ଭିଡିଓରେ ଏପର୍ଯ୍ୟନ୍ତ ୩୩ ହଜାରରୁ ଉର୍ଦ୍ଧ୍ବ ଭିଉ ମିଳିଛି|ଲୋକମାନେ ଏହି ମା’କୁ ସଲାମ କରୁଛନ୍ତି|

odiasambada
Comments (0)
Add Comment